ଲାନ୍ସର୍ସ ଏବଂ ୟୁପି ୱିଜାର୍ଡ଼ସ ମଧ୍ୟରେ ହକି ଇଣ୍ଡିଆ ଲିଗ୍ର ଉଦଘାଟନୀ ମ୍ୟାଚ୍

upwizardsସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ୧୮ତାରିଖ ଦିନ ଉଦଘାଟିତ ହେବାକୁ ଯାଉଛି ୪ର୍ଥ କୋଲ ଇଣ୍ଡିଆ ହକି ଇଣ୍ଡିଆ ଲିଗ୍ । ଏହି ଉଦଘାଟନୀ ମ୍ୟାଚ୍ କଳିଙ୍ଗ ଲାନ୍ସର୍ସ ଏବଂ ଉତ୍ତର ପ୍ରଦେଶ୍ ୱିଜାର୍ଡ଼ ମଧ୍ୟରେ ଅନୁଷ୍ଠିତ ହେବ । ଇଣ୍ଟରନ୍ୟାସନାଲ ହକି ଫେଡ଼େରେସନ୍ (ଏଫଆଇଏଚ୍) ପକ୍ଷରୁ ଭାରତରେ ୬ଟି ସ୍ଥାନରେ ୧୮ ଜାନୁୟାରୀରୁ ୨୧ ଫେବୃୟାରୀ ମଧ୍ୟରେ ଚଳିତ ବର୍ଷର ଏଚଆଇଏଲ୍ ଆୟୋଜିତ ହେବାକୁ ଯାଉଛି । ଉତ୍ତର ପ୍ରଦେଶ୍ ୱିଜାର୍ଡ଼ କ୍ୟାପଟେନ, ଭି ଆର ରଘୁନାଥଙ୍କ ଅଧିନରେ ଏବଂ କଳିଙ୍ଗ ଲାନ୍ସର୍ସ ମୋରାଇଟ୍ ଫୁଏରସ୍ଥେଙ୍କ କ୍ୟାପଟେନସିପ୍ ଅଧିନରେ ଖେଳିବାକୁ ଯାଉଛି ।
ଏହି ପରିପ୍ରେକ୍ଷିରେ କଳିଙ୍ଗ ଲାନ୍ସର୍ସ ଟିମର ମୁଖ୍ୟ କୋଚ୍, ମାର୍କ ହାଗର୍ କହିଛନ୍ତି ଯେ, “ଆମ ମାନଙ୍କ ପାଖରେ ଏକ ବହୁତ ଭଲ ଟିମ୍ ରହିଛି ଏବଂ ଗତ ଏକ ସପ୍ତାହଧରି ଟିମ୍ ଭଲ ଅଭ୍ୟାସ ମଧ୍ୟ କରିଆସୁଛି । ଆମର ପ୍ରତିପକ୍ଷ ଟିମ୍ରେ ଅନୁଭୂତି ସମ୍ପର୍ଣ୍ଣ ଜାତୀୟ ତଥା ଆର୍ନ୍ତଜାତୀୟ ଖେଳାଳୀ ରହିଥିବାରୁ ଆମ୍ଭେମାନେ ସେହି ଅନୁସାରେ ଆମର ରଣନୀତି ପ୍ରସ୍ତୁତ କରିଛୁ । ଆସନ୍ତାକାଲିର ମ୍ୟାଚରେ ଆମ୍େଭମାନେ ବିଜୟ ଲାଭ କରି ଆମର ଫ୍ୟାନ ମାନଙ୍କ ମୁହଁରେ ହସ ଆଣିପାରିବୁ ବୋଲି ଆମର ଆଶା ।”
ଏହି ପରିପ୍ରେକ୍ଷିରେ ଉତ୍ତର ପ୍ରଦେଶ୍ ୱିଜାର୍ଡ଼ ପକ୍ଷରୁ ଟିମର ମୁଖ୍ୟ କୋଚ୍, ରୋଜର ଭାନ୍ ଜେଣ୍ଟ କହିଛନ୍ତି ଯେ, “ଆମ୍ଭେମାନେ ବହୁତ ଅଧିକ ପରିଶ୍ରମ କରୁଛୁ ଏବଂ ଆମ୍ଭେମାନେ ଆମର ଅଭିଜାନକୁ ଏକ ଉଜ୍ଜ୍ୱଳମୟ ବିଜୟ ସହ ଆରମ୍ଭ କରିବୁ । ଆମର ଟିମ୍ ସଦସ୍ୟମାନେ ସମ୍ପୁର୍ଣ୍ଣ ଫିଟ୍ ଥିବା ସହିତ ପ୍ରତିପକ୍ଷ ଟିମ୍ ସହିତ ଖେଳିବା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ।”

Share in top social networks!