କ୍ରେଡାଇ ପକ୍ଷରୁ ‘କ୍ରେଡ଼ାଇ ଓଡ଼ିଶା ସାଇକ୍ଲୋଥନ୍’ ଅନୁଷ୍ଠିତ

creadaiiଓଡ଼ିଶା ଚାପଟର୍ ଅଫ କନଫେଡ଼େରେସନ୍ ଅଫ ରିଅଲ ଇଷ୍ଟେଟ୍ ଡ଼େଭେଲପର୍ସ ଆସୋସିଏସନ୍ ଅଫ ଇଣ୍ଡିଆ (କ୍ରେଡ଼ାଇ) ପକ୍ଷରୁ ଆଜି ଇକୋ-ଫ୍ରେଣ୍ଡଲି ଟ୍ରାନ୍ସପୋର୍ଟେସନ୍ ସମ୍ବନ୍ଧରେ ‘କ୍ରେଡ଼ାଇ ଓଡ଼ିଶା ସାଇକ୍ଲୋଥନ୍’ ନାମକ ଏକ ସାଇକଲ ଆରୋହଣ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ନେହେରୁ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପରିବହନ ଓ ସାଂସ୍କୃତିକ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଇକ୍ଲୋଥନ ସମାରୋହ ଉତ୍ସବର ଶୁଭାରମ୍ଭ କରିଥିବା ବେଳେ କୋରେଇ ଏମ୍.ଏଲ୍.ଏ ଓ କ୍ରେଡ଼ାଇ ପ୍ରପର୍ଟି ଏକ୍ସ୍ପୋ ୨୦୧୬ ର ବା୍ରଣ୍ଡ ଆମ୍ବାସଡ଼ର ଆକାଶ ଦାସନାୟକ ଏବଂ ବରମ୍ପୁୁର୍ ଏମ୍.ପି. ସିଦ୍ଧାନ୍ତ ମହାପତ୍ର ପ୍ରମୁଖ ସେଠାରେ ଅତିଥି ଭାବେ ଯୋଗଦେଇଥିଲେ ।
ପ୍ରାରମ୍ଭରେ ଧ୍ୱନୀ ନାମକ ବ୍ୟାଣ୍ଡ ସଂଗୀତ ପରିବେଶଣ ପରେ ଅତିଥିମାନେ ସାଇକ୍ଲୋଥନର ଶୁଭାରମ୍ଭ କରିଥିଲେ । ସାଇକଲ ଆରୋହୀମାନେ ନେହେରୁ କ୍ଲବ୍ ପରିସର ଠାରୁ ଆରମ୍ଭ କରି କ୍ୟାପିଟାଲ ହସ୍ପିଟାଲ ଛକ, ଶିଶୁ ଭବନ ଛକ, ମାଷ୍ଟର କ୍ୟାନଟିନ୍ ଛକ, ରାମ ମନ୍ଦିର ଛକ ଆଦି ରାସ୍ତା ଅତିକ୍ରମ କରି ଶେଷରେ ପ୍ରାରମ୍ଭିତ ସ୍ଥାନକୁ ପ୍ରତ୍ୟାବର୍ତନ କରିଥିଲେ । କେବଳ ସହରବାସୀମାନଙ୍କୁ ଇକୋ-ଫ୍ରେଣ୍ଡଲି ଟ୍ରାନ୍ସପୋର୍ଟେସନ୍ ସମ୍ବନ୍ଧରେ ଉତ୍ସାହିତ ନକରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ବାର୍ତା ପ୍ରେରଣ କରିବା ପାଇଁ ସମଗ୍ର ଓଡ଼ିଶାରୁ ପାଖାପାଖି ୨୫୦ ସାଇକଲ ଆରୋହୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଆୟୋଜକମାନଙ୍କୁ ଉତ୍ସାହିତ କରିବାକୁ ଯାଇ ନିଜ ବକ୍ତବ୍ୟରେ ରାଜ୍ୟ ପରିବହନ ଓ ସାଂସ୍କୃତିକ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା କହିଥିଲେ, “ଏପରି ଏକ ନିଆରା କାର୍ଯକ୍ରମରେ ଅଂଶଗ୍ରହଣ କରି ମୁଁ ଅତ୍ୟନ୍ତ ଖୁସି । ଯଦିଓ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କମ୍ ସମୟ ମଧ୍ୟରେ ସମ୍ଭବପର ନୁହେଁ, ତେବେ ଏହାର ପ୍ରଭାବ ସମାଜ ଓ ପରିବେଶ ଉପରେ ଅବଶ୍ୟମ୍ଭାବି । ଏପରି ଏକ ଅଭିନବ କାର୍ଯ୍ୟକ୍ରମ କରୁଥିବାରୁ ସମସ୍ତ କ୍ରେଡ଼ାଇ ଟିମ୍କୁ ମୁଁ ଅଭିନନ୍ଦନ ଜଣାଉଛି ।”
ଯୁବବିଢିର କିମ୍ବଦନ୍ତୀ, କୋରେଇ ଏମ୍.ଏଲ୍.ଏ ଓ କ୍ରେଡ଼ାଇ ପ୍ରର୍ପଟି ଏକ୍ସ୍ପୋ ୨୦୧୬ ର ବା୍ରଣ୍ଡ ଆମ୍ବାସଡ଼ର ଆକାଶ ଦାସନାୟକ କହିଥିଲେ, “ସାଇକଲ ଆରୋହଣ ଇକୋ-ଫ୍ରେଣ୍ଡଲି ଟ୍ରାନ୍ସପୋର୍ଟେସନ୍ ଉଦେ୍ଧଶ୍ୟକୁ ସମାଧାନ କରିବା ସହ ମନୁଷ୍ୟ ସ୍ୱାସ୍ଥ୍ର୍ୟ ଉପରେ ପରୋକ୍ଷରେ ସୁପ୍ରଭାବ ପକାଇବ । ଆମର ଯୁବ ସମାଜ ଏଥିପ୍ରତି ସଚେତନ ହେବା ସହ ନିଜର ଶାରୀରିକ ଓ ମାନସିକ ସ୍ତରରେ ଉନ୍ନତି ପାଇଁ ଏହାକୁ ଦୈନନ୍ଦିନ ଜୀବନରେ ଆପଣାଇବା ଆବଶ୍ୟକ ।”ସେଠାରେ ଉପସ୍ଥିତ ଓଲିଉଡ୍ କଳାକାର ସମରେଶ ରାଉତରାୟ କହିଥିଲେ, “ନୁତନ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳର ବିକାଶ ସହିତ ଆମ ଦୈନନ୍ଦିନ ଜୀବନରେ ମଧ୍ୟ ଅନେକ ପରିବରର୍ତନ ଘଟୁଛି ଯହାକି ସମାଜ ଓ ପରିବେଶ ଉପରେ କୁ-ପ୍ରଭାବ ପକାଇଥାଏ, ଫଳରେ ପରିବେଶ ପ୍ରଦୂଷଣ ଦିନକୁ ଦିନ ଅତ୍ୟନ୍ତ ଖରାପ ପରିସ୍ଥିତି ଆଡ଼କୁ ଗତି କରୁଛି । ଏଣୁ କ୍ରେଡ଼ାଇର ଏପରି ଏକ ନୂତନ ପଦକ୍ଷେପ ଏହି ପରିପ୍ରେକ୍ଷୀରେ ନିଶ୍ଚିତ ରୂପେ ସହାୟକ ହେବ ।”
ଅନ୍ୟମାନଙ୍କ ମଧ୍ୟରେ କ୍ରେଡ଼ାଇର ସଭାପତି ଶ୍ରୀଯୁକ୍ତ ଦୀଲିପ ପାତ୍ର, କ୍ରେଡ଼ାଇର ପୂର୍ବତନ ସଭାପତି ଶ୍ରୀଯୁକ୍ତ ବିନୟ କୁମାର ଦାସ, କ୍ରେଡ଼ାଇର ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ସାହୁ, କ୍ରେଡ଼ାଇର ଉପ-ସଭାପତି ଶ୍ରୀଯୁକ୍ତ ସ୍ୱଦେଶ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେଞ୍ଜଞ୍ଜ । ଶେଷରେ ସମସ୍ତ ପ୍ରତିଯୋଗୀମାନଙ୍କୁ କ୍ରେଡ଼ାଇ ଓଡ଼ିଶା ତରଫରୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସୁଚନାଯୋଗ୍ୟ, ଓଡ଼ିଶା ଚାପଟର୍ ଅଫ କନଫେଡ଼େରେସନ୍ ଅଫ ରିଅଲ ଇଷ୍ଟେଟ୍ ଡ଼େଭେଲପର୍ସ ଆସୋସିଏସନ୍ ଅଫ ଇଣ୍ଡିଆ (କ୍ରେଡ଼ାଇ) ପକ୍ଷରୁ ଆଗାମୀ ଜାନୁଯାରୀ ୨୧, ୨୦୧୬ ରୁ ଜାନୁଯାରୀ ୨୪, ୨୦୧୬ ପର୍ଯ୍ୟନ୍ତ ବାର୍ଷିକ ପ୍ରର୍ପଟି ଏକ୍ସ୍ପୋ ସମ୍ପାଦନ କରାଯିବ ।

Share in top social networks!