କୋଲ ଇଣ୍ଡିଆ ଏଚଆଇଏଲ ୨୦୧୬ ପାଇଁ କଳିଙ୍ଗ ଲାନ୍ସର୍ସର ନୂତନ ଜର୍ସି ଏବଂ ମାସକଟର ଉନ୍ମୋଚନ; ମୋରାଇଟ୍ ଫୁଏରସ୍ଥେ ଚଳିତ ମ୍ୟାଚ୍ ପାଇଁ କ୍ୟାପେଟନ୍ ଘୋଷଣା

klancersଭୁବନେଶ୍ୱର: ଓଡ଼ିଶା ସ୍ପୋର୍ଟସ ଡ଼େଭଲପମେଣ୍ଟ ଦ୍ୱାରା ପ୍ରାୟୋଜିତ ଏବଂ ପ୍ରମୋସନ କମ୍ପାନୀ (ଓଏସଡ଼ିପିସି), ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟ୍ରକଚର ଡ଼େଭଲପମେଣ୍ଟ କର୍ପୋରେସନର (ଇଡ଼କୋ) ଏବଂ ମହାନଦୀ କୋଲ ଫିଲ୍ଡସ ଲିମିଟେଡ଼ (ଏମସିଏଲ)ର ମିଳିତ ଉଦ୍ୟମରେ ଆଜି ଭୁବନେଶ୍ୱର ଭିତ୍ତିକ ହକି ଟିମ୍, କଳିଙ୍ଗ ଲାନ୍ସର୍ସର ଜର୍ସି ଏବଂ ମାସକଟର ଏଚଆଇଏଲ ୨୦୧୬ ପାଇଁ ଉନ୍ମୋଚିତ ହୋଇଛି । ଟିମ୍ ପକ୍ଷରୁ ଆହୁରି ମଧ୍ୟ ଜର୍ମାନ ଖେଳାଳୀ, ମୋରାଇଟ ଫୁଏରସ୍ଥେଙ୍କୁ ଚଳିତ ମ୍ୟାଚ୍ ପାଇଁ କ୍ୟାପେଟନ୍ ଘୋଷଣା କରାଯାଇଛିି, ଯାହାକି ୧୮ ଜାନୁୟାରୀ ୨୦୧୬ରୁ ଆରମ୍ଭ ହେବାକୁ ଯାଉଛି ।
ଏହି ନୂତନ ୟୁନିଫର୍ମ ପ୍ରଥମ ମ୍ୟାଚର ଗେମ୍କୁ ଆହୁରି ଉସôାହପୁର୍ଣ୍ଣ କରିପାରିବ, ଯାହାକି କଳିଙ୍ଗ ଲାନ୍ସର୍ସ ଏବଂ ଉତ୍ତର ପ୍ରଦେଶ ୟିଜାର୍ଡ଼ ମଧ୍ୟରେ ଖେଳାଯିବ । କଳିଙ୍ଗ ଲାନ୍ସର୍ସ ଟିମ୍ରେ ୨୦ଜଣ ଖେଳାଳି ଚୟନ ହୋଇଥିବାବେଳେ ସେଥିମଧ୍ୟରୁ ୧୨ ଜଣ ଭାରତୀୟ ଏବଂ ୮ଜଣ ଆର୍ନ୍ତଜାତୀକ ଖେଳାଳି ଅଟନ୍ତି । ଟିମ୍ ମେମ୍ବର ମାନଙ୍କ ମଧ୍ୟରେ ଏସ କେ ଉଥାପ୍ପା, ଧରମବୀର ସିଂ, ଦେଭିନ୍ଦର ସୁନିଲ, ବାଲମିକି, ମୋରାଇଟ ଫୁଏରସ୍ଥେ (କ୍ୟାପ୍ଟେନ), ଆଡ଼ାମ୍ ଡ଼ିକ୍ସନ, କ୍ୟୁରିିନ୍ କାସପରସ, ଦୀପସାନ ତିର୍କି, ପ୍ରଦୀପ୍ ମୋର୍, ଅମିତ୍ ରୋହିଦÿାସ୍, ଗୁରଜିନ୍ଦର ସିଂ, ଆନନ୍ଦ ଲାକ୍ରା, ମାଥିୟୁ ଉୟିଲିସ୍, ମାଥିୟୁ ଡ଼ାସନ୍, ଆରାନ୍ ଜାଲୟିସ୍କି, ଅଭିନବ୍ କୁମାର ପାଣ୍ଡେ(ଗୋଲ କିପର), ଆଣ୍ଡ୍ରିୟୁ ଚାର୍ଟର(ଗଲ୍ଫ କିପର), ମଲକ ସିଂ, ଷ୍ଟାନଲି ଭିକ୍ଟର ମିଞ୍ଜ, ଲଲିତ୍ କୁମାର ଉପାଧ୍ୟାୟ ଏବଂ ଗ୍ଲେନ ଟର୍ନର ପ୍ରମୁଖ ଅର୍ନ୍ତଭୂକ୍ତ ।
ଏହି ପରିପ୍ରେକ୍ଷିରେ ଓଏସଡ଼ିପିସିର ସଭାପତି ଏବଂ ସରକାରଙ୍କ ପ୍ରିନ୍ସପାଲ ସେକ୍ରେଟାରୀ, ଉଦ୍ୟୋଗ ବିଭାଗ, ସଭାପତି, ଇଡ଼କୋ, ଶ୍ରୀଯୁକ୍ତ ସଞ୍ଜିବ୍ ଚୋପ୍ରା କହିଛନ୍ତି ଯେ, “କ୍ରିଡ଼ା ଭିତ୍ତିଭୁମିର ଉନ୍ନତି ଏବଂ ପ୍ରୋସôାହନ, ରାଜ୍ୟର ଖେଳାଳୀ ମାନଙ୍କର ପ୍ରଗତି ଏବଂ ଓଡ଼ିଶାରେ କ୍ରିଡ଼ା କ୍ଷେତ୍ରରେ ଉନ୍ନତି ନିମିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ହେଉଛି ଓଏସଡ଼ିପିସିର ମୁଖ୍ୟ ଲକ୍ଷ୍ୟ । କଳିଙ୍ଗ ଲାନ୍ସର୍ସ ହେଉଛି ଏହି ଦିଗରେ ଗୋଯିଏ ପାଦ ଆଗୁଆ ଏବଂ ଏହି ଦଳର ଏପରି ସୁଦୃଢ ଦକ୍ଷତା ରହିଛି, ଯାହାକି ଚମ୍ପିଆନସିପ୍ ଟାଇଟେଲ ଜିତିପାରିବ ।”
ଏହି ଅବସରରେ ଶ୍ରୀଯୁକ୍ତ ସାଶ୍ୱତ ମିଶ୍ର, ସରକାରଙ୍କର କମିସନର ତଥା ସେକ୍ରେଟାରୀ, କ୍ରିଡ଼ା ଏବଂ ଯୁବ ସେବା ବିଭାଗ କହିଛନ୍ତି ଯେ, “ଓଡ଼ିଶା ହକି ପାଇଁ ପ୍ରଶିଦ୍ଧ ଏବଂ ଏଠାରୁ ଜାତୀୟ ଏବଂ ଆର୍ନ୍ତଜାତିୟ ସ୍ତରକୁ ଖେଳଳିମାନେ ଚୟନ ହୋଇଥାନ୍ତି । ହକି ଇଣ୍ଡିଆ ଲିଗ୍ ଟୁର୍ଣ୍ଣାମେଣ୍ଟ ରାଜ୍ୟର ଯୁବ ବର୍ଗଙ୍କ ମଧ୍ୟରେ ଏକ ନୁତନ ଉସôାହ ଆଣିପାରିଛି । କଳିଙ୍ଗ ଲାନ୍ସର୍ସ ହେଉଛି ଯୁବ ଶକ୍ତି ଏବଂ ପ୍ରତିଯୋଗୀ ମୂଳକ ଅନୁଭୂତିର ଏକ ସମାହାର । ଅନେକ ଜନ ସମାଗମ ମଧ୍ୟରେ ଏହି ଟିମର ଖେଳକୁ କଳିଙ୍ଗ ଷ୍ଟାଡ଼ିୟମରେ ଦେଖିବା ସତରେ ବହୁତ ଆକର୍ଷଣୀୟ ହୋଇପାରିବ ।”
ଶ୍ରୀଯୁକ୍ତ ସଞ୍ଜୟ କୁମାରସିଂ, ପରିଚାଳନା ନିଦେ୍ର୍ଧଶକ, ଇଡ଼କୋ ଏବଂ ସିଇଓ, ଓଏସଡ଼ିପିସି କହିଛନ୍ତି ଯେ, “ଏହା ଏକ ଆର୍ନ୍ତଜାତିୟ ସ୍ତରୀୟ ଏକ କାର୍ଯ୍ୟକ୍ରମ । ଗତ ବର୍ଷ ଗୁଡ଼ିକର ମ୍ୟାଚ ଅନୁଭୂତିରୁ କଳିଙ୍ଗ ଲାନ୍ସର୍ସ ଯୁବ ଗୋଷ୍ଠୀ ମାନଙ୍କ ମଧ୍ୟରେ ଏକ ଅତି ଲୋକପ୍ରିୟ ଦଳ ରୁପେ ନିଜକୁ ପ୍ରତିଷ୍ଠିତ କରିପାରିଛି । ଚଳିତ ବର୍ଷ ମଧ୍ୟ ଆମ୍ଭେମାନେ ଆହୁରି ଅଧିକ ସକାରତ୍ମକ ପ୍ରତିକ୍ରିୟା ପାଇଁ ଆଶା ରଖିଛୁ ଏବଂ ସର୍ବାଧିକ ଦର୍ଶକ ଏହି ମ୍ୟାଚ ଗୁଡ଼ିକ ଉପଭୋଗ କରିବେ ବୋଲି ଆମର ଆଶା । କଳିଙ୍ଗ ଲାନ୍ସର୍ସ ଟିମ୍ ପାଖରେ ଚଳିତ ବଷ ଚମ୍ପିଆନ ଟିମ୍ ହେବାର ଯଥେଷ୍ଠ ଦକ୍ଷତା ରହିଛି ।”
ପୂର୍ବତନ ଅଷ୍ଟ୍ରେଲିଆନ୍ ଖେଳାଳି ମାର୍କ ହାଗର ଦଳର ମୁଖ୍ୟ କୋଚ୍ ରହିଥିବାବେଳେ ପୂର୍ବତନ ଭାରତୀୟ କ୍ୟାପଟେନ୍ ଦିଲୀପ୍ ତିର୍କି ଦଳର ମୁଖ୍ୟ ମେଣ୍ଟର ଏବଂ ଉପଦେଷ୍ଠା ଅଛନ୍ତି । ପୂର୍ବତନ ଭାରତୀୟ ଗୋଲ କିପର୍ ଡ଼ଃ. ଏ.ବି.ସୁବୈଆ ଟିମ୍ ମ୍ୟାନେଜର ହିସାବରେ ଯୋଗେଦେବେ ଏବଂ ଅଷ୍ଟେଲିଆର ଡ଼ାଭିଡ଼୍ ଜନ୍ ଦଳର ପ୍ରଶିକ୍ଷକ ଏବଂ ମନସ୍ତତ୍ୱବିତ୍ ଅଛନ୍ତି । କଳିଙ୍ଗ ଲାନ୍ସର୍ସ ଟିମ୍ କଳିଙ୍ଗ ଷ୍ଟାଡ଼ିୟମରେ ୧୮ ଜାନୁୟାରୀରୁ ୮ ଫେବୃୟାରୀ ୨୦୧୬ ମଧ୍ୟରେ ୫ଟି ମ୍ୟାଚ ଖେଳିବାର ବ୍ୟବସ୍ଥା ରହିଛି ।

Share in top social networks!