ନିଯୁକ୍ତି ସୃଷ୍ଟି କରିବାର ଉପଯୁକ୍ତ ମାଧ୍ୟମ ଏମଏସଏମଇ

msmegovସାତ ଦିନଧରି ଚାଲୁଥିବା ଏମଏସଏମଇ ମେଳା ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ଉଦ୍ୟାପିତ ହୋଇଯାଇଛି । ଏହି ଅବସରରେ ମହାମହିମ ରାଜ୍ୟପାଳ ଏସସି ଜମିର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, କ୍ଷୁଦ୍ର ଅଣୁ ଓ ମଧ୍ୟମ ଶିଳ୍ପରେ ପ୍ରତିଯୋଗିତା ଲାଗିରହିଛି ।ସେଥିପାଇଁ ଆବଶ୍ୟକ ଭିତିଭୂମି, ଜ୍ଞାନକୌଶଳର ଆବଶ୍ୟକତା ରହିଛି ।

ଏହି ପରି ଉସôବ ଶିଳ୍ପର ଉନ୍ନତି ସହ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବ ବୋଲି ଶ୍ରୀ ଜମିର କହିଛନ୍ତି । ସେ କହିଛନ୍ତି ଏହି ଭଳି କାର୍ଯ୍ୟକ୍ରମ ଦ୍ୱାରା ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହିତ ଓଡିଶାର ପ୍ରକୃତିକ ସମ୍ବଳ ଏହାର ଅର୍ଥନିତୀକୁ ପ୍ରତ୍ୟାକ୍ଷ ଓ ପରୋକ୍ଷ ଭାବେ ସମୃଦ୍ଧ କରିବ । ଏହି ବାଣିଜ୍ୟିକ ମେଳା ହେବା ଦ୍ୱାରା ରପ୍ତାନୀ ଇତ୍ୟାଦିରେ ୨୦ରୁ ୨୫ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅନ୍ୟମାନଙ୍କ ମଧ୍ୟରେ ଗଣଶିକ୍ଷାମନ୍ତ୍ରୀ ଦେବୀପ୍ରସାଦ ମିଶ ୍ରଯାଗ ଦେଇ କହିଲେ କ୍ଷୁଦ୍ରଶିଳ୍ପର ଉନ୍ନତି ପାଇଁ ପ୍ରଥମେ ତାର ନିଯୁକ୍ତି ଉପରେ ଗୁରୁତ୍ୱ ଦେବାକୁ ପଡିବ ।

ଗୃହ କମ୍ପାନୀ ଏବଂ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଶିଳ୍ପ ମଧରେ ଉତମ ବୁଝାମଣା ରହିବା ଉଚିତ୍ ବୋଲି ସେ କହିଛନ୍ତି । ସେହିପରି ଏମଏସଏମଇ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଯୋଗଦେଇ ନୂତନ ପୁଞ୍ଜିନିବେଶକାରୀ ଏବଂ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଏମଏସଏମଇର ଗୁରୁତ୍ୱ ବିଷୟରେ କହିଥିଲେ । ଅନ୍ୟ ଅତିଥି ମଧ୍ୟରେ ଏହି ବିଭାଗର ମୁଖ୍ୟ ସଚିବ ଗଗନବିହାରୀ ଧଳ ଏବଂ ନିଦେ୍ର୍ଧଶକ ବି.କେ ଦାସ ଯୋଗ ଦେଇଥିଲେ ।

Share in top social networks!