ବସନ୍ତ ପଣ୍ଡା ହେଲେ ରାଜ୍ୟ ବିଜେପିର ମୁଖ୍ୟ

kvbasantaଶିକ୍ଷକତାରୁ ଆରମ୍ଭ କରିଥିବା ଜଣେ ସାଧାରଣ ବ୍ୟକ୍ତି ପରବର୍ତ୍ତୀ ସମୟରେ ସାମାଜିକ କ୍ଷେତ୍ରରେ ପାଦ ଦେଇ କ୍ରମଶଃ ରାଜନୀତିରେ ଯୋଗଦେଇ ନିଜର ବ୍ୟକ୍ତିତ୍ୱ, ସାଂଗଠନିକ ଦକ୍ଷତା, ଦୃଢ ଇଚ୍ଛା ଶକ୍ତିର ପରିଚୟ ଦେଇ ଆଜି ଗୋଟିଏ ଜାତୀୟ ଦଳର ରାଜ୍ୟ ସଭାପତି ହୋଇପାରିଲେ । ଭାରତୀୟ ଜନତା ପାର୍ଟି ମଧ୍ୟ ଦଳର ଜଣେ ସଚ୍ଚୋଟ ଓ ନିଷ୍ଠାପର ସାଧାରଣ କର୍ମୀର କାର୍ଯ୍ୟକୁ ସମ୍ମାନ ଜଣାଇ ତାଙ୍କୁ ରାଜ୍ୟର ସର୍ବୋଚ୍ଚ ପଦ ଦେଇ ନିଜର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ମାନ ଜଣାଇଛିି । ସେହିପରି ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ହେଲେ ନବନିର୍ବାଚିତ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ବହୁ ପ୍ରତିକ୍ଷିତ ରାଜ୍ୟ ବିଜେପି ସଭାପତି ଚୟନ ପ୍ରକ୍ରିୟା ଶେଷ ହୋଇଛି । ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ରାଜକିଶୋର ଦାସ ବିଧିବଦ୍ଧ ଓ ଆନୁଷ୍ଠାନିକ ଭାବେ ଶ୍ରୀଯୁକ୍ତ ବସନ୍ତ ପଣ୍ଡାଙ୍କ ନାମ ଘୋଷଣା କରିଛନ୍ତି । ଏହା ସହିତ ରାଷ୍ଟ୍ରୀୟ ପରିଷଦକୁ ନିର୍ବାଚିତ ହୋଇଥିବା ୨୧ ଜଣ କାର୍ଯ୍ୟକର୍ତ୍ତାଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି । ନିର୍ଦ୍ଧାରିତ ତାରିଖ ଏବଂ ସମୟ ଅନୁଯାୟୀ ଆଜି ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ସର୍ବସମ୍ମତ୍ତିକ୍ରମେ ୩କିତା ପ୍ରସ୍ତାବ ପତ୍ର ଶ୍ରୀଯୁକ୍ତ ପଣ୍ଡାଙ୍କ ଉଦେ୍ଧ୍ୟଶରେ ଦାଖଲ କରାଯାଇଥିଲା ଏବଂ ଅନ୍ୟ କୈାଣସି ପ୍ରାର୍ଥୀ ନଥିବାରୁ ଶ୍ରୀଯୁକ୍ତ ପଣ୍ଡା ନିର୍ଦ୍ଧନ୍ଦ୍ୱରେ ନିର୍ବାଚିତ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଦାସ ଘୋଷଣା କରିଥିଲେ । ଏହାପରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ନବନିର୍ବାଚିତ ସଭାପତି ଶ୍ରୀଯୁକ୍ତ ପଣ୍ଡାଙ୍କୁ ସଦ୍ୟ ବିଦାୟୀ ସଭାପତି ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ପ୍ରଥମେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ଅରୁଣ ସିଂ, ଅନ୍ୟତମ ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ପର୍ଯ୍ୟବେକ୍ଷକ ସୁଶ୍ରୀ ସରୋଜା ପାଣ୍ଡେ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ସୈାଦାନ ସିଂ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, ରାଜ୍ୟ ନେତୃବୃନ୍ଦ ପ୍ରତାପ ଷଡଙ୍ଗୀ, ସମୀର ଦେ, ସୁରମା ପାଢୀ, ରୁଦ୍ରନାରାୟଣ ପାଣି, ମନମୋହନ ସାମଲ, ପୃଥ୍ୱୀରାଜ ହରିଚନ୍ଦନ, ବିଧାୟିକା ରାଧାରାଣୀ ପଣ୍ଡା, ବିଧାୟକ ପ୍ରଦୀପ ପୁରୋହିତ, ରବି ନାରାୟଣ ନାୟକ, ନିତେଶ ଗଙ୍ଗଦେବ, ଗୋବିନ୍ଦ ଦାଶଙ୍କ ସମେତ ରାଜ୍ୟର ବହୁ ପଦାଧିକାରୀ, ମହିଳା ମୋର୍ଚ୍ଛା ଓ ଯୁବମୋର୍ଚ୍ଛାର କାର୍ଯ୍ୟକର୍ତ୍ତା, ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ଅରୁଣ ସିଂ ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ ଦେଇ ଆଗାମୀ ଦିନରେ ନବନିର୍ବାଚିତ ସଭାପତିଙ୍କ ନେତୃତ୍ୱରେ ବିଜେପିର ସଂଗଠନ ଆହୁରି ଅଧିକ ସୁଦୃଢ ହେବା ସହିତ ଦଳ ସାଧାରଣ ଓଡିଶାବାସୀଙ୍କ ନିକଟତର ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।
ଆଗାମୀ ଦିନରେ ସେ ନୂତନ ସଭାପତିଙ୍କୁ ତାଙ୍କର ସମ୍ପୂର୍ଣ୍ଣ ସହେଯାଗ କରିବେ ବୋଲି ସଦ୍ୟ ବିଦାୟୀ ସଭାପତି ଶ୍ରୀ ସିଂହଦେଓ ତାଙ୍କ ଅଭିଭାଷଣରେ ପ୍ରତିଶୃତି ଦେଇଥିଲେ । ନୂତନ ସଭାପତିଙ୍କ ନେତୃତ୍ୱରେ ଆସନ୍ତା ନିର୍ବାଚନମାନଙ୍କରେ ଏକାଠି ହୋଇ ଦଳକୁ ବିଜୟୀ କରାଇବା ପାଇଁ ସମସ୍ତଙ୍କ ସହେଯାଗ କାମନା କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ନୂତନ ସଭାପତିଙ୍କୁ ଶୁଭେଚ୍ଛା ଜଣେଇବା ସହିତ ଆଗାମୀ ଦିନରେ ଶ୍ରୀଯୁକ୍ତ ପଣ୍ଡା ନିଜ ଦକ୍ଷତାର ପରିଚୟ ଦେଇ ସାଧାରଣ ଜନତାଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ସହିତ ଦଳର ସଂଗଠନକୁ ଆହୁରି ଅଧିକ ସୁଦୃଢ କରିପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ ।
ନୂତନ ସଭାପତି ଶ୍ରୀଯୁକ୍ତ ପଣ୍ଡା ସର୍ବପ୍ରଥମେ ସମସ୍ତ ରାଜ୍ୟବାସୀ, ରାଜ୍ୟରେ ଦଳର ୪୦ଲକ୍ଷ ନୂତନ ସଦସ୍ୟ, ସମସ୍ତ ବୁଥ୍, ମଣ୍ଡଳ, ଜିଲ୍ଲା ଏବଂ ରାଜ୍ୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଥିଲେ । ଦୀର୍ଘ ୨୭ ବର୍ଷ ହେଲା ଦଳ ତାଙ୍କୁ ବିଭିନ୍ନ ସମୟରେ ଦେଇଥିବା ଦାୟୀତ୍ୱକୁ ସେ ନିଷ୍ଠାର ସହିତ ପାଳନ କରିଛନ୍ତି ବୋଲି ଶ୍ରୀଯୁକ୍ତ ପଣ୍ଡା ପ୍ରକାଶ କରିଛନ୍ତି । ଗରିବ ପରିବାରରେ ଜନ୍ମ ନେଇଥିବା, ଗରିବକୁ ଚିହ୍ନିଥିବା ଲୋକଙ୍କୁ ଦଳର ରାଜ୍ୟ ସଭାପତି ଭଳି ଗୁରୁଦାୟୀତ୍ୱ ଦେଇ ଦଳ ତାଙ୍କ ଭଳି ଜଣେ ସାଧାରଣ କାର୍ଯ୍ୟକର୍ତ୍ତାକୁ ଉପଯୁକ୍ତ ସମ୍ମାନ ଓ ମର୍ଯ୍ୟାଦା ପ୍ରଦାନ କରିଥିବାରୁ ଶ୍ରୀ ପଣ୍ଡା ସମସ୍ତ ନେତୃବୃନ୍ଦ ଏବଂ ଦଳ ପାଖରେ ସେ ଚିର କୃତଜ୍ଞ ବୋଲି ମତ ପ୍ରକାଶ କରିଥିଲେ । ପଣ୍ଡିତ ଦୀନଦୟାଲ ଏବଂ ଭୀମ ଭୋଇଙ୍କୁ ଆଦର୍ଶ ମାନି ହାତକୁ ହାତ ମିଶାଇ କାର୍ଯ୍ୟ କରିବାକୁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଥିଲେ । ଯେପରି ବିଜେପି ସମଗ୍ର ବିଶ୍ୱରେ ସର୍ବବୃହତ ରାଜନୈତିକ ଦଳ ହୋଇପାରିଛି, ସେହିଭଳି ଓଡିଶାରେ ମଧ୍ୟ ଆଗାମୀ ଦିନରେ ବିଜେପି ସର୍ବବୃହତ ଦଳ ଭାବେ ପ୍ରତିଷ୍ଠା ହେବ ବୋଲି ଶ୍ରୀ ପଣ୍ଡା ଆଶା ପ୍ରକାଶ କରିଥିଲେ । ରାଜ୍ୟରେ କୁଶାସକ ବିଜେଡି ଏବଂ କଂଗ୍ରେସ ଦଳ ବିରୁଦ୍ଧରେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ପଣ୍ଡା ସମସ୍ତ କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦଙ୍କୁ ଆହ୍ୱାନ ଦେଇଥିଲେ । ଗରିବ, କୃଷକ, ମୂଲିଆମାନଙ୍କ ସ୍ୱରରେ ସ୍ୱର ମିଶାଇ ତାଙ୍କ ହିତରେ କାର୍ଯ୍ୟ କରିବାର ପ୍ରତିଶୃତି ଦେଇଥିଲେ । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ତୃଣମୁଳରେ ବାସ କରୁଥିବା ସାଧାରଣ ଜନତାଙ୍କ ପାଖରେ ପହଞ୍ଚେଇବା ପାଇଁ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ । ଏଥିପାଇଁ ରାଜ୍ୟର ୩୭ ହଜାରରୁ ଅଧିକ ବୁଥ୍ କାର୍ଯ୍ୟକର୍ତ୍ତା, ୯୯୭ଟି ମଣ୍ଡଳ, ଜିଲ୍ଲା, ୫୦ ହଜାରରୁ ଅଧିକ ଗ୍ରାମ, ୩୦ଟି ଜିଲ୍ଲା ଏବଂ ରାଜ୍ୟର କାର୍ଯ୍ୟକର୍ତ୍ତାମାନେ ଏକାଠି ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେବା ପାଇଁ କହିଥିଲେ ।
ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ପ୍ରସନ୍ନ ମିଶ୍ର, ସହ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ଶାରଦା ପ୍ରସାଦ ଶତପଥି, ରାଜ୍ୟ ସଦସ୍ୟତା ପ୍ରଭାରୀ ରଞ୍ଜନ ପଟେଲଙ୍କ ସମେତ ରାଜ୍ୟ ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ବହୁ ନେତା ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସମୀର ମହାନ୍ତି ପ୍ରକାଶ କରିଛନ୍ତି ।

Share in top social networks!