ପଂଚାୟତିରାଜ ସଶକ୍ତିକରଣ କାର୍ଯ୍ୟକ୍ରମର ରାଜ୍ୟ କାର୍ଯ୍ୟନିର୍ବାହୀ ବୈଠକ

ପଂଚାୟତିରାଜ ସଶକ୍ତିକରଣ ଅଭିଯାନର ରାଜ୍ୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ପଂଚାୟତିରାଜ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଏବଂ ତତ୍ ସମ୍ବନ୍ଧିତ ବିଷୟମାନ ଆଲୋଚନା ପାଇଁ ଉପସ୍ଥାପନ କରିଥ#ଲେ । କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରି ଚଳିତ ବର୍ଷଠାରୁ ଗ୍ରାମ ପଂଚାୟତ ଏବଂ ରାଜ୍ୟ ସରକାରଙ୍କ ମିଳିତ ପା=ିରେ ପଂଚାୟତ ସ୍ତରରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥ#ଲେ । ଏଥ# ନିମନ୍ତେ ଗ୍ରାମ ପଂଚାୟତ ମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଏବଂ ବୈଷୟିକ ସହାୟତା ଯୋଗାଇବା ପାଇଁ ମୁଖ୍ୟ ଶାସନ ସଚିବ ପଂଚାୟତିରାଜ ଏବଂ ଗ୍ରାମ ଉନ୍ନୟନ ବିଭାଗଙ୍କୁ କହିଛନ୍ତି । ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ଗ୍ରାମ ପଂଚାୟତ ମାନେ ଏହିସବୁ ପ୍ରକଳ୍ପ କରିବେ । ପ୍ରକଳ୍ପ ପାଇଁ ଆବଶ୍ୟକ ଅର୍ଥର ୫୦ % ଭାଗ ରାଜ୍ୟ ସରକାର ଏବଂ ୫୦% ପଂଚାୟତ ମାନେ ନିଜସ୍ୱ ପା=ିରୁ ଦେବେ । ପ୍ରକଳ୍ପ ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ପଂଚାୟତ ମାଧ୍ୟମରେ ବ୍ୟବହାରକାରୀ ଗୋଷ୍ଠୀ ମାନଙ୍କ ଦ୍ୱାରା କରାଯିବ । ଏ ବିଷୟରେ ରାଜ୍ୟ ସରକାରଙ୍କ ଭାଗ ଅର୍ଥ ବିଷୟରେ ସବିଶେଷ ବ୍ୟବସ୍ଥା କରିବା ପାଇଁ ଉନ୍ନୟନ କମିଶନର ତଥା ଅର୍ଥ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଆର.ବାଲାକ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ପ୍ରତ୍ୟେକ ପଂଚାୟତ ସମିତିକୁ ‘ଓସ୍ଓ୍ୱାନଦ୍ ନେଟ୍ ଓ୍ୱାର୍କ ମାଧ୍ୟମରେ ସଂଯୋଜିତ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପଂଚାୟତିରାଜ ବିଭାଗ ଶାସନ ସଚିବଙ୍କୁ ପରାମର୍ଶ ଦେଇଛନ୍ତି । ଏହା କରାଗଲେ ବିଭିନ୍ନ ବିଭାଗଙ୍କୁ ଇଣ୍ଟରନେଟ୍ ପାଇଁ ଲଗାକାର ବ୍ୟୟ କରିବାକୁ ପଡିବ ନାହିଁ । ‘ଓସ୍ଓ୍ୱାନଦ୍ ସଫଟ୍ଓୟାରରେ ସୂଚନା ଓ ତଥ୍ୟ ପ୍ରସାରଣ ମଧ୍ୟ ଅଧ#କ କ୍ଷିପ୍ର ଏବଂ ସହଜ ହେବ ।
ସୂଚନା ଯୋଗ୍ୟ, ଚତୁର୍ଥ ରାଜ୍ୟ ଅର୍ଥକମିଶନ ଏବଂ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ଗ୍ରାମ ପଂଚାୟତ ମାନଙ୍କୁ ପା=ି ଯୋଗାଣ ଆରମ୍ଭ ହୋଇଛି । ରାଜ୍ୟ ସରକାର ମଧ୍ୟ ପଂଚାୟତମାନଙ୍କୁ ଅଧ#କ କ୍ଷମତା ହସ୍ତାନ୍ତର କରିଛନ୍ତି । ଏଥ# ସହିତ ଗ୍ରାମ ପଂଚାୟତ ମାନଙ୍କର ଦକ୍ଷତା ଅବିବୃଦ୍ଧି ପାଇଁ ୨୦୧୩ ମସିହାରୁ କେନ୍ଦ୍ର ସରକାରଙ୍କ ସହାୟତାରେ ରାଜିବ ଗାନ୍ଧି ପଂଚାୟତ ସଶକ୍ତିକରଣ ଅଭିଯାନ ଆରମ୍ଭ କରାଯାଇଛି । ପଂଚାୟତି ରାଜ ଶାସନ ସଚିବ ଶ୍ରୀ ସିଂ କହିଥ#ଲେ ଯେ ପଂଚାୟତି ରାଜ ଅନୁଷ୍ଠାନ ମାନଙ୍କର ଦୃଢ଼ୀକରଣ ଏବଂ ଗୁରୁତ୍ୱପୂଣ୍ଣ ର୍ ବ୍ୟବଧାନ (କ୍ରଟିକାଲ୍ ଗ୍ୟାପ୍ ) ର ପରିପୂରଣ ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।
ଏହି ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୪୧୧୬ ଗ୍ରାମ ପଂଚାୟତରେ ପ୍ରିଣ୍ଟର ଏବଂ ସ୍କାନର ଆଜି ଅବସ୍ଥାପିତ କରାଯିବା ସହ ପ୍ରତି ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ସଫ୍ଟ୍ଓୟାର ବ୍ୟବସ୍ଥିତ କରାଯାଇଛି । ୧୮୪୦୪ ଜଣ ନିର୍ବାଚିତ ପ୍ରତିନିଧ# ଏବଂ ପଂଚାୟତ ଅଧ#କାରୀ ମାନଙ୍କୁ ଆଥ#ର୍କ ପରିଚାଳନା ସମାଜ ମଙ୍ଗଳ କାର୍ଯ୍ୟକ୍ରମ, ଉତ୍ତମ ପ୍ରଶାସନିକ ପରିଚାଳନା, ନିରନ୍ତର ଜିବୀକା ନିର୍ବାହ ଓ ଗ୍ରାମ୍ୟ ବିକାଶ ବ୍ୟବସ୍ଥା, ଗ୍ରାମୀଣ ସ୍ୱଚ୍ଛତା ଏବଂ ଦାରିଦ୍ର ଦୂରୀକରଣ ଆଦି କାର୍ଯ୍ୟକ୍ରମ ବିଷୟରେ ତାଲିମ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏ ବାବଦରେ ମିଳିଥ#ବା ପ୍ରାୟ ୧୦୦ କୋଟି ଟଙ୍କାରୁ ୬୩ କୋଟି ଟଙ୍କା ବିନିଯୋଗ କରାଯାଇଛି । ଅବଶିଷ୍ଟ ୩୭ କୋଟି ଟଙ୍କାର କାର୍ଯ୍ୟ ଯୋଜନା ବୈଠକରେ ଅନୁମୋଦିତ ହୋଇଥ#ଲା । ପଂଚାୟତ ମାନଙ୍କୁ ବୈଷୟିକ ଓ ପ୍ରଶାସନିକ ସହାୟତା, ଗ୍ରାମ ପଂଚାୟତ ଦକ୍ଷତା ଅବିବୃଦ୍ଧି, ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ, ଆଦିବାସୀ ଅଧ୍ୟୁ୍ୟଷିତ ପଂଚାୟତ ମାନଙ୍କୁ ସ୍ୱତନ୍ତ୍ର ସହାୟତା, ସଚେତନା ଅବିବୃଦ୍ଧି ଆଦିକୁ ଏହି କାର୍ଯ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।
ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ସମବାୟ ବିକାଶ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ହରିଜନ ଓ ଆଦିବାସୀ କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା, ମସ#୍ୟ ଓ ପଶୁ ସଂପଦ ବିକାଶ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧ#କାରୀ ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥ#ଲେ ।

Share in top social networks!