ପ୍ରଧାନମନ୍ତ୍ରୀ ତ୍ରି-ଫସଲ ବୀମା ଯୋଜନା ପାଇଁ ଓଡିଶାବାସୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ କୃତଞ୍ଜ

pandajiକୃଷିପ୍ରାଧାନ୍ୟ ଦେଶରେ କୃଷିକୁ ପ୍ରାଥମିକତା ଦେଇ ସ୍ୱାଧିନତା ପରେ ପ୍ରଥମ ଥର କେନ୍ଦ୍ର ସରକାର ଏକ ଏ÷÷ତିହାସିକ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ବିଜେପି ତରଫରୁ ହାର୍ଦ୍ଧିକ କୃତଞ୍ଜତା ଜ୍ଞାପନ କରାଯାଇଅଛି । ଏହି ନିଷ୍ପତ୍ତି କାରଣରୁ ବିଶେଷ କରି ଓଡିଶା ଭଳି ମରୁଡି, ବନ୍ୟା, ଜଳପ୍ଲାବନ, ପ୍ରାକୃତିକ ସମ୍ବେଦନଶୀଳ ରାଜ୍ୟ ଲାଭବାନ ହେବେ । ୮୦% ରାଜ୍ୟ ଓ ଦେଶବାସୀ ଚାଷ ଉପରେ ନିର୍ଭରଶୀଳ । ବିଶେଷକରି ଆମ ରାଜ୍ୟ ଓଡିଶାରେ ଭାଗଚାଷୀଙ୍କ ସଂଖ୍ୟା ବହୁତ । ତେଣୁ ଆଜି ଘୋଷଣା କରାଯାଇଥିବା “ପ୍ରଧାନମନ୍ତ୍ରୀ ତ୍ରି-ଫସଲ ବୀମା ଯୋଜନା” ଉଭୟ ଚାଷୀ ଓ ଭାଗଚାଷୀଙ୍କ ପାଇଁ ଲାଭଦାୟକ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ବସନ୍ତ ପଣ୍ଡା ମତ ପ୍ରକାଶ କରିଛନ୍ତି ।

ଆଜି ଲୋହିଡି, ପୋଙ୍ଗଲ୍ ଏବଂ ବିହୁ ଶୂଭ ଅବସରରେ କୃଷକମାନଙ୍କ କଲ୍ୟାଣ ପାଇଁ ସରକାର ନୂଆ ଯୋଜନା ଘୋଷଣା କରିଛନ୍ତି । ‘ପ୍ରଧାନମନ୍ତ୍ରୀ ତ୍ରି-ଫସଲ ବୀମା ଯୋଜନା’ ନାମରେ ନାମିତ ଏହି ଯୋଜନା କୃଷକମାନଙ୍କ ପାଇଁ ନୂଆ ଉପହାର । ୨୦୧୬ ଖରିଫ୍ ଋତୁରୁ ଏହି ଯୋଜନା ଲାଗୁ ହେବ । ବିଭିନ୍ନ ସମୟରେ ସରକାର କୃଷକମାନଙ୍କ ହିତ ପାଇଁ ବିଭିନ୍ନ ପ୍ରକାର ଯୋଜନା ଘୋଷଣା କରି ଆସିଛନ୍ତି । କିନ୍ତୁ ଆଜି ସୁଦ୍ଧା ମାତ୍ର ୨୩ ପ୍ରତିଶତ କୃଷକ ଏହି ଯୋଜନା ଗୁଡିକରୁ ଲାଭବାନ୍ ହୋଇଛନ୍ତି । ସେଥିପାଇଁ ସବୁ ଯୋଜନାକୁ ମିଶାଇ ଆଉ କେତେକ ନୂଆ ଯୋଜନାକୁ ଏହା ସହିତ ସାମିଲକରି ‘ ପ୍ରଧାନମନ୍ତ୍ରୀ ତ୍ରି-ଫସଲ ବୀମା ଯୋଜନା’ କୁ ପ୍ରସ୍ତୁତ କରାଯାଇଛି । ଏହି ଯୋଜନାକୁ କୃଷକମାନଙ୍କ ହିତରେ ସବୁଠାରୁ ଉତ୍ତମ ଯୋଜନା ରୂପେ କାର୍ଯ୍ୟ କରିବା ସରକାରଙ୍କ ଉଦେ୍ଧଶ୍ୟ । ପ୍ରଧାନମନ୍ତ୍ରୀ ତ୍ରି-ଫସଲ ବୀମା ଯୋଜନା ଅର୍ନ୍ତଗତ ବିଭିନ୍ନ ଫସଲର କାର୍ଯ୍ୟକାରୀ ପାଇଁ ବୀମା ଦେୟ ରାଶି ବା ପ୍ରିମିୟମକୁ ବହୁତ କମ କରିଦିଆଯାଇଛି । ଖରିଫ ଫସଲ ପାଇଁ ବୀମାରାଶି ଦେୟ ୨% ଥିବାବେଳେ ରବି ଫସଲ ପାଇଁ ୧.୫% ଏବଂ ବ୍ୟାବସାୟ ଉଦେ୍ଧ୍ୟଶ କରାଯାଉଥିବା ଫସଲ ପାଇଁ ୫% ପ୍ରତିଶତ ରଖାଯାଇଅଛି ।

୨୦୧୦ ରେ ପରିବର୍ତ୍ତିତ ଜାତୀୟ ବୀମା ଯୋଜନାରେ ପ୍ରିମିୟମ ଦେୟରାଶି ବ୍ୟବସ୍ଥାରେ ଦେୟରାଶି କମ କରାଯାଇଥିଲେ ମଧ୍ୟ ବୀମାରାଶି ସେହି ପରିମାଣରେ କମ ମିଳୁଥିଲା । ଯଥା : ୯୦୦ ଟଙ୍କା ଦେଇ ୧୫୦୦୦ ମିଳୁଥିବା ବେଳେ ଏବେ ୬୦୦ ଟଙ୍କା ଦେଇ ୩୦୦୦୦ ଟଙ୍କା ମିଳିବ । ସବୁ ପ୍ରକାର ବିପର୍ଯୟରେ ଏହି ବୀମା ରାଶି ଉପଲବ୍ଧ ହେବ । ବରଫପାତ, ଅତି ବୃଷ୍ଠି, ଭୂସ୍ଖଳନ ପ୍ରଭୃତି ସ୍ଥାନୀୟ ବିପର୍ଯ୍ୟୟରେ ମଧ୍ୟ ଏହି ବୀମା ରାଶି ଉପଲବ୍ଧ ହେବ । ଏପରିକି ନଦୀ କୂଳ, ନିମ୍ନ ଭୂମ, ବା ସନ୍ତସନ୍ତିଆ ସ୍ଥାନରେ ସ୍ଥାନୀୟ ଭାବେ ଫସଲ ନଷ୍ଟ ହେଲେ ବୀମା ସୁବିଧା ମିଳୁନଥିଲା । ଏବେ ସେମାନେ ମଧ୍ୟ ଏହି ବୀମା ସୁବିଧା ପାଇବେ । ଫସଲ କଟା ପରେ ୧୪ ଦିନ ଭିତରେ ଯଦି ପ୍ରାକୃତିକ ବିପର୍ଯ୍ୟୟରେ ଉପôାଦର କ୍ଷୟକ୍ଷତି ହୁଏ ସେ କ୍ଷେତ୍ରରେ ମଧ୍ୟ ବୀମା ସୁବିଧା ମିଳିବ । କ୍ଷୟକ୍ଷତିର ଆକଳନ ପାଇଁ ବିଭିନ୍ନ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରାଯିବ । ରିମୋଟ୍ ସେନ୍ସିଙ୍ଗ୍ ମାଧ୍ୟମରେ ସ୍ଥାନୀୟ କଲେକ୍ଟରମାନେ ଏହାର ଆକଳନ କରି ସ୍ମାର୍ଟଫୋନ୍ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ପଠାଇପାରିବେ । ବର୍ତ୍ତମାନ ବୀମା ସୁବିଧା ମାତ୍ର ୨୩ ପ୍ରତିଶତ କୃଷକଙ୍କୁ ମିଳୁଥିବା ବେଳେ ଆଗାମୀ ୨/୩ ବର୍ଷରେ ଏହି ବୀମା ସୁବିଧା ଯେପରି ସମସ୍ତ କୃଷକଙ୍କୁ ମିଳିବ ସେଥିପାଇଁ ଉଦ୍ୟମ କରାଯିବ । ଯେଉଁମାନେ ଆଦୌ ଋଣ ନେଇନାହାନ୍ତି ସେମାନେ ଯେପରି ଉପକୃତ ହେବେ ସେ ଦିଗରେ ମଧ୍ୟ ଧ୍ୟାନ ଦିଆଯିବ । ସମଗ୍ର ଦେଶରେ ଏହି ବୀମା ଯୋଜନା ସମାନ ନିୟମ ସହିତ ସମାନ ଭାବେ ଲାଗୁ ହେବ ।
ଶ୍ରୀ ପଣ୍ଡା ମତ ଦେଇ କହିଥିଲେଯେ ରାଜ୍ୟ ସରକାର ସର୍ବଦା କେନ୍ଦ୍ର ଅବହେଳା କହି ଓଡିଶାବାସୀଙ୍କୁ ବିଭ୍ରାନ୍ତ କରି ଚାଲିଛନ୍ତି । ବିଗତ କେନ୍ଦ୍ର ସରକାରଙ୍କୁ ମନେ ପକେଇ କହିଥିଲେଯେ, ପ୍ରକାଶଥାଉକି ୨୦୦୨-୦୩, ୨୦୦୯-୧୦ ଓ ୨୦୧୦-୧୧ ମସିହାରେ ରାଜ୍ୟ ସରକାର ୮୭୧.୪କୋଟି, ୨୨୬୬.୬୫ କୋଟି ଏବଂ ୧୫୭୬.୬୦ କୋଟି ଟଙ୍କାର ସହାୟତା ମାଗିଥିବାବେଳେ କେନ୍ଦ୍ର ସରକାର ଯଥାକ୍ରମେ ୧୮୧.୭୬ କୋଟି, ୧୫୧.୯୨ କୋଟି ଓ ୩୭୬.୫୫ କୋଟି ଟଙ୍କାର ସହାୟତା ଦେଇଥିବାବେଳେ ଚଳିତ ବର୍ଷ ମରୁଡିଜନିତ କ୍ଷୟକ୍ଷତି ସହୟତା ପାଇଁ ରାଜ୍ୟ ସରକାର ୨୨୧୭.୦୮ କୋଟି ଟଙ୍କାର ସହାୟତା ମାଗିଥିବାବେଳେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ-୨ ସରକାର ୮୧୫ କୋଟି ଟଙ୍କାର ସହାୟତା ଦେଇଛନ୍ତି । ଏହା କେବଳ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଆନ୍ତରିକତା ଏବଂ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱ କରୁଥିବା ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ଓ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଅକ୍ଲାନ୍ତ ଚେଷ୍ଟା ପାଇଁ ସଫଳ ହୋଇଛି ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା, ବିଜେପି ରାଜ୍ୟ ସଂପାଦକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଛୋଟେଲାଲ୍ ମହନ୍ତ ଉପସ୍ଥିତ ଥିଲେ ।

Share in top social networks!