ନୀଳାମ୍ବୁ ଚିଲିକା ପୁରସ୍କାର ଦେବ ନାଲ୍‍କୋ

nalconilambuଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ୍ ନାଗରିକ ଭାବେ ନାଲ୍କୋ, ଚିଲିକା ସମେତ ଓଡ଼ିଶାର ସମୃଦ୍ଧ ଜୈବବିବିଧତାର ସୁରକ୍ଷା ପାଇଁ ଯନôଶୀଳ ଏବଂ ରାଜ୍ୟର କଳା, ସଂସ୍କୃତି ଓ ପର୍ଯ୍ୟଟନକୁ ପ୍ରୋସôାହିତ କରିବାକୁ ପ୍ରତିଶୃତିବଦ୍ଧ ବୋଲି ନାଲ୍କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ କହିଛନ୍ତି । ବୁଧବାର ଦିନ, ଚତୁର୍ଥ ଚିଲିକା ମହୋସôବର ଉଦ୍ୟାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଚାନ୍ଦ ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି । ଏହି ଅବସରରେ, ଶ୍ରୀ ଚାନ୍ଦ, ଚିଲିକାର ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ଅନୁଷ୍ଠାନଙ୍କ ପାଇଁ ଦୁଇଟି ‘ନାଲ୍‍କୋ ନୀଳାମ୍ବୁ ଚିଲିକା’ ପୁରସ୍କାର ଘୋଷଣା କରିଥିଲେ । ପ୍ରତ୍ୟେକ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ଏହି ସମ୍ମାନ, ଉସôବର ଆଗାମୀ ସଂସ୍କରଣରେ ପ୍ରଦାନ କରାଯିବ ।
ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମଟି ପର୍ଯ୍ୟଟକମାନଙ୍କୁ ବିଭିନ୍ନ ଜଳକ୍ରୀଡ଼ା, ହସ୍ତତନ୍ତ ଓ ହସ୍ତ ଶିଳ୍ପ ପ୍ରଦର୍ଶନୀ, ସି’ଫୁଡ୍ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶାର ସାମରିକ କ୍ରୀଡ଼ା ଏବଂ ବାଲୁକା ଚିତ୍ରର ଏକ ନିଆରା ଅନୁଭୂତି ଦେଇଥିଲା ।
ଏହି ଅବସରରେ ଶ୍ରୀ ଚାନ୍ଦ, ଏଭଳି ଏକ ଆକର୍ଷଣୀୟ ଉସôବର ଆୟୋଜନ କରିଥିବାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ଚିଲିକା ଉନ୍ନୟନ ଅଥରୀଟି ଏବଂ ପୁରୀ ଜିଲ୍ଲା ପ୍ରଶାସନର ଭୂୟସୀ ପ୍ରଶଂସା କରିଥିଲେ । ଏଭଳି କାର୍ଯ୍ୟକ୍ରମ ସାଂସ୍କୃତିକ ଐତିହ୍ୟକୁ ବିକଶିତ କରିବା ସହ ଏହି ସ୍ଥାନର ଜୈବବିବିଧତାର ସୁରକ୍ଷା ଦିଗରେ ଲାଭଜନକ ସାବ୍ୟସ୍ତ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ଭାରତ ତଥା ଏସିଆ ମହାଦେଶର ସର୍ବବୃହତ୍ ଲୁଣିପାଣି ହ୍ରଦ ତଥା ଶୀତ ଦିନରେ ୮ ଲକ୍ଷରୁ ଉଦ୍ଧ୍ୱର୍ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସମାଗମ ନିମନ୍ତେ ପ୍ରସିଦ୍ଧ ଚିଲିକାର ପ୍ରଶଂସା କରି ଶ୍ରୀ ଚାନ୍ଦ ଉପସ୍ଥିତ ଜନତାଙ୍କୁ ଜଣାଇଥିଲେ ଯେ ଚଳିତ ବର୍ଷ ନାଲ୍କୋର କ୍ୟାଲେଣ୍ଡର୍ ଓଡ଼ିଶାର ଜୈବବିବିଧତା ଉପରେ ପର୍ଯ୍ୟବସିତ ଏବଂ ଏଥିରେ ଚିଲିକା ଏକ ପ୍ରମୁଖ ସ୍ଥାନ ପାଇଛି । ଏହି ସ୍ଥାନର ଉପଯୁକ୍ତ ବିକାଶ କରାଗଲେ, ଏହା ଦେଶର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ପାଇପାରିବ ବୋଲି ଶ୍ରୀ ଚାନ୍ଦ ମତବ୍ୟକ୍ତ କରିଥିଲେ ।
ଚିଲିକା ମହୋସôବର ଶେଷ ଦିବସର କାର୍ଯ୍ୟକ୍ରମକୁ ଓଡ଼ିଶାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଥିବା ବେଳେ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସ୍ୱାଧୀନ ପାହ୍ୟା ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ଏବଂ ଜିଲ୍ଲା ପରିଷଦର ସଭାପତି ଶ୍ରୀ ଦିବାକର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!