ବର୍ଗୀକରଣ ହେବେ ରାଜ୍ୟର ସମସ୍ତ ଆଇଟିଆଇ

oddରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନକୁ ବର୍ଗୀକରଣ କରାଯିବା ଏଥ#ରେ ପଞ୍ଚତାରକା ବିଶିଷ୍ଟ ବର୍ଗ ମାନଦଣ୍ଡ ଭାବେ ଗ୍ରହଣ କରାଯାଇଛିା ଆଜି ଏ ସଂକ୍ରାନ୍ତରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛିା
ଏହି ପ୍ରକ୍ରିୟାରେ ସଂପୃକ୍ତ ଶିଳ୍ପ ତାଲିମ ପ୍ରଦାନ ପ୍ରତିଷ୍ଠାନଗୁଡିକୁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ, ଓଡ଼ିଶାଙ୍କ ଦ୍ୱାରା ମନୋନୀତ ଅଧ#କାରୀମାନଙ୍କ ଦ୍ୱାରା ନିରୀକ୍ଷଣ କରାଯିବା ବ୍ୟବସ୍ଥା କରାଯାଇଛିା ତା’ଛଡା ଏହି ବର୍ଗୀକରଣ ପ୍ରକ୍ରିୟାରେ ନିଯୁକ୍ତିଦାତା, ଶିଳ୍ପ ପ୍ରତିଷ୍ଠାନ, କାରିଗରୀ ତାଲିମ ସଂସ୍ଥା/ଅଗ୍ରଣୀ ତାଲିମ ପ୍ରତିଷ୍ଠାନ(ଏଟିଆଇ), ଅଭିଭାବକ, ତାଲିମନବୀସ, ଅଧ୍ୟାପକ ଅଧ୍ୟାପିକା, ପରିଦର୍ଶକ ଏବଂ ଅନ୍ୟାନ୍ୟମାନଙ୍କ ଦ୍ୱାରା ବର୍ଗୀକରଣ କରାଯିବା ତେବେ ଏହି ବର୍ଗୀକରଣରେ ୫୦ ପ୍ରତିଶତ ନମ୍ବର ନିରୀକ୍ଷଣ ଅଧ#କାରୀଙ୍କ ରହିବା ଏ ସମ୍ବନ୍ଧରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକଙ୍କୁ ଚଳିତ ମାସ ୨୫ ତାରିଖ ସୁଦ୍ଧା ନିରୀକ୍ଷଣ ଅଧ#କାରୀ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛିା ଏଥ#ରେ ପଞ୍ଚତାରକା ବିଶିଷ୍ଟ ବର୍ଗୀକରଣର ପୂର୍ଣ୍ଣାଙ୍ଗ କାର୍ଯ୍ୟ ଆଗାମୀ ୬ ମାସ ମଧ୍ୟରେ ସାରିବାକୁ ପ୍ରସ୍ତାବ ରଖାଯାଇଛିା ରାଜ୍ୟର ସମସ୍ତ ୪୪ଟି ସରକାରୀ ଆଇଟିଆଇ ଏବଂ ୫୮୬ଟି ଘରୋଇ ଆଇଟିଆଇକୁ ଏହି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯିବା ଫଳରେ ଆଗାମୀ ଦିନରେ ଛାତ୍ରଛାତ୍ରୀ ଏବଂ ପିତାମାତାଙ୍କୁ ଗୁଣାତ୍ମକ ଆଇଟିଆଇ ଚୟନ ବେଳେ ଏହା ସାହାଯ୍ୟ କରିବା ଏ ବାବଦରେ ଜାତୀୟ ବୃତ୍ତିଗତ ତାଲିମ ପରିଷଦର ଏମ୍ଆଇଏସ୍ ପୋର୍ଟାଲରେ ଅଂଶୀଦାର ସଂସ୍ଥାଗୁଡିକ ଯୋଗଦାନ କରି ତାଙ୍କର ମତାମତ ରଖ#ବା ପାଇଁ ପ୍ରାବଧାନ କରାଯାଇଥ#ବା ଜଣାପଡିଛିା
ଏହି କାର୍ଯ୍ୟକ୍ରମକୁ ଅଧ#କ ସୁଦୃଢ ଭାବେ କାର୍ଯ୍ୟକାରୀ କରିବା ପାଇଁ ସଂପୃକ୍ତ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ସଚେତନତା କର୍ମଶାଳା ଫେବୃଆରୀ ପ୍ରଥମାର୍ଦ୍ଧରେ ଆୟୋଜନ କରିବା ନିମନ୍ତେ ପଦକ୍ଷେପ ନିଆଯାଇଛିା ଏହି ବୈଠକରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଶ୍ରୀ ବିଷ୍ଣୁପ୍ରସାଦ ସାହୁ, ରାଜ୍ୟ ବୈଷୟିକ ଶିକ୍ଷା ଏବଂ ବୃତ୍ତିଗତ ତାଲିମ ପରିଷଦର ଉପାଧ୍ୟକ୍ଷ ଶ୍ରୀ ବି.ବି. ନନ୍ଦଙ୍କ ସମେତ ଅନ୍ୟ ବିଭାଗୀୟ ଅଧ#କାରୀ ଉପସ୍ଥିତ ଥ#ଲୋ

Share in top social networks!