ଗୋତି ଶ୍ରମିକ ପ୍ରଥା ବିଲୋପ ସଂପର୍କିତ କର୍ମଶାଳା ,ଆଇନର କାର୍ଯ୍ୟକାରିତା ପାଇଁ ଜନସଚେତନତା ଉପରେ ଗୁରୁତ୍ୱାରୋପ

nhrclabourସାମାଜିକ ଅର୍ଥନୈତିକ ତଥା ଜାତିଗତ ସର୍ବେକ୍ଷଣ-୨୦୧୧ରୁ ପ୍ରାପ୍ତ ତଥ୍ୟ ଅନୁସାରେ ରାଜ୍ୟରେ ଗୋତି ଶ୍ରମିକଙ୍କ ସଂଖ୍ୟା ୬୩୫୩ ଥ#ଲା ବେଳେ ଆଇନସଙ୍ଗତ ଭାବରେ ୫୪୧୩ ଗୋତି ଶ୍ରମିକ ମୁକ୍ତ ହୋଇଛନ୍ତିା ରାଜ୍ୟରେ ୧୭୪୭ ଗୋତି ଶ୍ରମିକଙ୍କୁ ଚିହ୍ନଟ କରାଯାଇଛିା ୪୯୩ ଜଣ ଗୋତିମୁକ୍ତ ଶ୍ରମିକଙ୍କୁ ଥଇଥାନ କରାଯାଇଥ#ବା ବେଳେ ୮୯୧ ଜଣ ଗୋତିମୁକ୍ତ ଶ୍ରମିକଙ୍କ ଥଇଥାନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛିା ଏବେ ଗୋତିମୁକ୍ତ ଶ୍ରମିକଙ୍କୁ ଥଇଥାନ ବାବଦରେ ରାଜ୍ୟର ୧୦ ହଜାର ଟଙ୍କା ଓ କେନ୍ଦ୍ରର ୧୦ ହଜାର ଟଙ୍କା ଅଂଶ ସହ ମୋଟ ୨୦ ହଜାର ଟଙ୍କା ପ୍ରଦାନ କରାଯାଉଛିା ଗୋତିମୁକ୍ତ ଶ୍ରମିକମାନଙ୍କ ଅର୍ଥପୂର୍ଣ୍ଣ ଥଇଥାନ ନିମନ୍ତେ ରାଜ୍ୟ ସରକାର ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୦ ଦିନର କାମ ସହ ବିଜୁ ପMାଘର/ଇନ୍ଦିରା ଆବାସ ଯୋଜନା, ଓଡ଼ିଶା ଜୀବିକା ମିଶନର କାର୍ଯ୍ୟକ୍ରମର ଉପଯୋଗ
କରୁଛନ୍ତିା ଏହା ସହିତ ସଂପୃକ୍ତ ଅନ୍ୟାନ୍ୟ ବିଭାଗଗୁଡିକ ମଧ୍ୟ ବିଶେଷ କାର୍ଯ୍ୟକ୍ରମ କରୁଛନ୍ତିା ଏହି ଘୃଣ୍ୟ ପ୍ରଥା ବିରୋଧରେ ଜନସଚେତନତା ସୃଷ୍ଟି ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଥ#ବା ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ ସଂପର୍କିତ ଏକ କର୍ମଶାଳାରେ ସୂଚନା ଦିଆଯାଇଛିା
ଜାତୀୟ ମାନବାଧ#କାର କମିଶନ ଓ ପଞ୍ଚାୟତିରାଜ ବିଭାଗର ମିଳିତ ସହଯୋଗରେ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛିା ଏଥ#ରେ ଅଧ୍ୟକ୍ଷତା କରି ଜାତୀୟ ମାନବାଧ#କାର କମିଶନର ସଭ୍ୟ ନ୍ୟାୟମୂର୍ତ୍ତି ଡି. ମୁୁରୁଗେସନ୍ କହିଲେ ଯେ ଓଡ଼ିଶାରେ ୧୯୪୮ ମସିହାରେ ପ୍ରଥମ କରି ଗୋତି ଶ୍ରମିକଙ୍କ ମୁକ୍ତି ନିମନ୍ତେ ଆଇନ ହୋଇଥ#ଲାା ୧୯୭୬ରେ ଭାରତ ସରକାର ଗୋତିପ୍ରଥା ଉଚ୍ଛେଦ ଆଇନ କରିଥ#ଲେ ଓ ମାନ୍ୟବର ସୁପ୍ରିମ୍କୋର୍ଟ ୧୯୯୭ ମସିହାର ଏହି ଆଇନର କାର୍ଯ୍ୟକାରିତାକୁ ତଦାରଖ କରିବାକୁ ଜାତୀୟ ମାନବାଧ#କାର କମିଶନଙ୍କୁ ନିର୍ଦ୍ଦେଶ ଦେଇଥ#ଲୋ ଗୋତିପ୍ରଥା ଭାରତୀୟ ସମ୍ବିଧାନରେ ନାଗରିକମାନଙ୍କ ପ୍ରଦତ୍ତ ମୌଳିକ ଅଧ#କାରର ଉଲଂଘନ କରୁଛିା ଏହାର ମୁଳୋତ୍ପାଟନ ପାଇଁ ପର୍ଯ୍ୟାପ୍ତ ଆଇନଗତ ବ୍ୟବସ୍ଥା ହୋଇଛିା ତୃଣମୂଳସ୍ତରରେ ଏହାର କାର୍ଯ୍ୟକାରିତା ଆହୁରି କ୍ରିୟାଶୀଳ ହେବା ସହ ଆଇନ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ହେବା ଦରକାରା ଗୋତି ଶ୍ରମିକ ଚିହ୍ନଟ, ଉଦ୍ଧାର, ସହାୟତା ଓ ଥଇଥାନ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ବିଭାଗର ସଂପୃକ୍ତି ସହ ଫଳପ୍ରସୂ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନ୍ୟାୟମୂର୍ତ୍ତି ଶ୍ରୀ ମୁରୁଗେସନ୍ ପରାମର୍ଶ ଦେଇଥ#ଲୋ
କର୍ମଶାଳାରେ ସମ୍ମାନିତ ଅତିଥ# ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ ଗୋତି ଶ୍ରମିକ ଏକ ଘୃଣ୍ୟ ବ୍ୟବସ୍ଥା ବୋଲି ମତ ଦେବା ସହ କ୍ଷେତ୍ରସ୍ତରରେ ଏହି ଶ୍ରମିକମାନଙ୍କର ଚିହ୍ନଟ, ଉଦ୍ଧାର ଏବଂ ପୁନଃଥଇଥାନ କାର୍ଯ୍ୟକୁ ସଘନ କରିବା ଉପରେ ଗୁରୁତ୍ୱ ଆରୋପ କରିଥ#ଲୋ ବିଭିନ୍ନ ଜୀବିକା ଉପାର୍ଜନ ଯୋଜନା, ଦକ୍ଷତା ଅଭିବୃଦ୍ଧି ତାଲିମ, ଖାଦ୍ୟ ସୁରକ୍ଷା ଯୋଜନା, ସ୍ୱାସ୍ଥ୍ୟ ବିଭାଗ ଯୋଜନା ଏବଂ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଆଦିରେ ଉଦ୍ଧାର ହୋଇଥ#ବା ଗୋତି ଶ୍ରମିକମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବିଭାଗୀୟ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦେଇଥ#ଲୋ
ରାଜ୍ୟ ମାନବାଧ#କାର କମିଶନର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ବୀରକିଶୋର ମିଶ୍ର ଗୋତିପ୍ରଥାକୁ ସଭ୍ୟତାର କଳଙ୍କ ଭାବରେ ବର୍ଣ୍ଣନା କରି ଏହା ମାନବିକ ମର୍ଯ୍ୟାଦାର ପରିପନ୍ଥୀ ବୋଲି ପ୍ରକାଶ କରିଥ#ଲୋ ଗୋତିପ୍ରଥା ବିଲୋପ ନିମନ୍ତେ ଆଇନଗତ ବ୍ୟବସ୍ଥା ସଂପର୍କରେ କ୍ଷେତ୍ର ଅଧ#କାରୀମାନେ ସଚେତନ ହେବା ଦରକାରା ଜିଲ୍ଲାରେ କାର୍ଯ୍ୟରତ ଅଧ#କାରୀମାନେ ସମୟ ବାହାର କରି ଏହି ଆଇନର କାର୍ଯ୍ୟକାରିତା ପାଇଁ ଅଙ୍ଗୀକାର ପ୍ରକାଶ କରିବା ଆବଶ୍ୟକା ନ୍ୟାୟମୂର୍ତ୍ତି ଶ୍ରୀ ମିଶ୍ର ନିଜର ଅନୁଭବ ଓ ଅଭିଜ୍ଞତା ଆଧାରରେ ଏହି ଆଇନର ସଫଳ କାର୍ଯ୍ୟକାରିତା ପାଇଁ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱ ଦେବାକୁ ମତ ପ୍ରକାଶ କରିଥ#ଲୋ
ଜାତୀୟ ମାନବାଧ#କାର କମିଶନର ଯୁଗ୍ମ ସଚିବ ରଞ୍ଜିତ ସିଂ କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ କମିଶନ ଏଯାବତ୍ ଦେଶର ବିଭିନ୍ନ ସ୍ଥାନରେ ୩୨ଟି କର୍ମଶାଳା ଆୟୋଜନ କରିଥ#ବା ପ୍ରକାଶ କରିଥ#ଲୋ କେନ୍ଦ୍ର ଶ୍ରମ ମନ୍ତ୍ରାଳୟର ଯୁଗ୍ମ ସଚିବ ବିପିନ ମଲ୍ଲିକ ଭାରତରେ ଗୋତି ଶ୍ରମିକଙ୍କ ସ୍ଥିତି ଓ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥ#ଲୋ ପଞ୍ଚାୟତିରାଜ ବିଭାଗର କମିଶନର ତଥା ଶାସନ ସଚିବ ଡି.କେ. ସିଂ ସ୍ୱାଗତ ସୂଚନା ଦେବା ସହ ରାଜ୍ୟ ସରକାରଙ୍କ ଅଙ୍ଗୀକାର ଓ କ୍ରିୟାଶୀଳତା ବିଷୟରେ ଉଲ୍ଲେଖ କରିଥ#ଲୋ ଜାତୀୟ ମାନବାଧ#କାର କମିଶନର ବିଶେଷ ସଂଯୋଜକ ଦାମୋଦର ଷଡଙ୍ଗୀ ଗୋତି ଶ୍ରମିକ ଥଇଥାନ କାର୍ଯ୍ୟକ୍ରମ ସଂପର୍କରେ ବକ୍ତବ୍ୟ ରଖ#ଥ#ଲୋ
ବୈଷୟିକ ଅଧ#ବେଶନରେ ଭାରତରେ ଓ ଓଡ଼ିଶାରେ ଗୋତି ଶ୍ରମିକମାନଙ୍କ ସ୍ଥିତି ଓ ଏହାର ବିଲୋପ ନିମନ୍ତେ ବିଭିନ୍ନ କାର୍ଯ୍ୟଶୈଳୀ ସଂପର୍କରେ ଆଲୋଚନା ହୋଇଥ#ଲାା
ଏହି କର୍ମଶାଳାରେ ଆରକ୍ଷୀ ମହା ନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧ#କାରୀ, ଜିଲ୍ଲାପାଳ, ଆରକ୍ଷୀ ଅଧ#କ୍ଷକ, ଉପଜିଲ୍ଲାପାଳ, ଶ୍ରମ ଅଧ#କାରୀ, ସେ୍ୱଚ୍ଛାସେବୀ ସଂସ୍ଥାର କାର୍ଯ୍ୟକର୍ତ୍ତା, ସାମାଜିକ କର୍ମୀ, ନାଗରିକ ସମାଜ ପ୍ରତିନିଧ#, ଗୋତିମୁକ୍ତ ଶ୍ରମିକ ପ୍ରମୁଖ ଯୋଗ
ଦେଇଥ#ଲୋ