ହରିଶ୍ଚନ୍ଦ୍ର ଯୋଜନା ବାଟବଣା – ପଂଚାୟତିରାଜ ବିଭାଗ ନିକଟରେ ନାହିଁ ତଥ୍ୟ

ରାଜ୍ୟ ସରକାରଙ୍କର ସବୁଠାରୁ ଲୋକପ୍ରିୟ ଯୋଜନା କହି ଡିଣ୍ଡିମ ପିଟୁଥିବା ନବୀନ ପଟ୍ଟନାୟକଙ୍କ ହରିଶ୍ଟନ୍ଦ୍ର ଯୋଜନାକୁ ବନ୍ଦ କରିବା ଲାଗି ରାଜ୍ୟ ସରକାର ଚକ୍ରାନ୍ତ କରୁଥିବା କଥା ରାଜ୍ୟ ବିଜେପି ଅଭିଯୋଗ କରିଛି । ଦଳ ପକ୍ଷରୁ କହିବା ଅନୁସାରେ ଏନେଇ ରାଜ୍ୟ ସଚିବାଳୟରେ ପଂଚାୟତିରାଜ ବିଭାଗ ନିକଟରେ ନାହିଁ କୌଣସି ତଥ୍ୟ ୟ ସୂଚନା ଅଧିକାର ଅଇନ ବଳରେ ଏପରି ତଥ୍ୟ ଲୋକଲୋଚନକୁ ଅ ।ସିଛି ।୨୦୧୪ ର୍ନିବାଚନ ପୂର୍ବରୁ ଅ ।ରମ୍ଭ ହୋଇଥିବା ଏହିପରି ଯୋଜନା ଏବେ ଅକାମୀ ହୋଇପଡିଛି ଓ ସରକାର ଏହି ଯୋଜନାକୁ ପରୋକ୍ଷରେ ବନ୍ଦ କରିଦେବା ପାଇଁ ଉଦ୍ୟମ କରୁଛନ୍ତି ।
ବିଜେପିର ନେତା କାଳନ୍ଦୀ ସାମଲ ଓ ଦିଲ୍ଲୀପ କୁମାର ମଲ୍ଲିକ ଏକ ପ୍ରେସ ଇସ୍ତାହାରରେ ରାଜ୍ୟ ସରକାରଙ୍କ ଏହିପରି କାର୍ଯ୍ୟକୁ କଠୋର ଭାଷାରେ କରିଛନ୍ତି ନିନ୍ଦା । ଶାସନ କ୍ଷମତାରେ ରହିଥିବା ନବୀନ ପଟ୍ଟନାୟକ ସରକାର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ତାର ବାସ୍ତବ ରୂପ ଏହିପରି ହରିଶ୍ଚନ୍ଦ୍ର କେବଳ ନବୀନଙ୍କ ଯୋଜନାର ଭାତହାଣ୍ଡିରୁ ଗୋଟିଏ ବୋଲି ସେମାନେ ପ୍ରକାଶ କରିଛନ୍ତି ଶ୍ରୀ ସାମଲ ଅ ।ହୁରି କହିଛନ୍ତି ଯେ, ଗରିବ, ନିସ୍ୱ ପରିବାରର କେହି ଯଦି ମୃତ୍ୟୁବରଣ କରନ୍ତି ସେମାନଙ୍କର ଶବ ସଂସ୍କାର ପାଇଁ ସରକାର ହରିଶ୍ଚନ୍ଦ୍ର ଯୋଜନା କଲେ ହେଲେ ବାସ୍ତବରେ ଲୋକ ଏହାର ସୁଫଳ ପାଇବାରେ ସମର୍ଥ ହୋଇନାହାନ୍ତି । ଏପରିକି ନବୀନ ବାବୁ ତାଙ୍କ ୧୬ ବର୍ଷ ଶାସନରେ କେବେ ମଶାଣୀ ଦେଖିଛନ୍ତି ୟ ଏପରିକି ନବୀନ ବାବୁ ଯେଉଁ ମହାପୁରୁଷଙ୍କ ନାମରେ ଯୋଜନା କରିଛନ୍ତି ତାଙ୍କୁ ସେ ଜାଣିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ସେ ଅ ।ହୁରି ଅଭିଯୋଗ କରି କହିଛନ୍ତି ଗୋଟିଏ ପଟେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ମଜଭୂତ କରିବା କଥା କୁହାଯାଇଥିବା ବେଳେ ଲୋକପ୍ରତିନିଧି ମାନଙ୍କ ଠାରୁ କ୍ଷମତା ଛଡାଇ ନିଅ ।ଯାଇ ଅଫିସର ମାନଙ୍କ ହାତକୁ ପ୍ରଦାନ କରାଯାଇଛି ନବୀନ ବାବୁ କିପରି ଭାବେ ଅଫିସର ମାନଙ୍କ ରିମୋର୍ଟ ଦ୍ୱାରା ପରି•ଳିତ ହୋଇଛନ୍ତି ତାହା ଏଥିରୁ ପ୍ରମାଣିତ ହୋଇଯାଇଛି ।
୨୦୧୩-୧୪ ଅ ।ର୍ଥିକ ବର୍ଷରେ ରାଜ୍ୟ ସରକାର ହରିଶ୍ଚନ୍ଦ୍ର ସହାୟତା ଯୋଜନା ଅ ।ରମ୍ଭ କରିଥିଲେ ଓଡିଶା ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଏହା କାର୍ଯ୍ୟକାରୀ ହେଇଛି । ତେବେ ପଞ୍ଚାୟତିରାଜ ବିଭାଗ ଜରିଅ ।ରେ ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ୨୦ ହଜାର ଲେଖାଁଏ ପ୍ରଦାନ କରାଯାଇଥିଲା ତେବେ ଏହାପରେ ପଞ୍ଚାୟତିରାଜ ବିଭାଗ ଜରିଅ ।ରେ ଅର୍ଥ ପ୍ରଦାନ ନକରାଯାଇ ସାଧାରଣ ପ୍ରଶାସନ ବିଭାଗ ସିଧାସଳଖ ଭାବେ ଜିଲାପାଳ ମାନଙ୍କୁ ଅର୍ଥ ଦେବା ପଛରେ ରହସ୍ୟ ଲୁଚିକରି ରହିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ୨୦୧୩ ଅଗଷ୍ଟ ମାସରୁ ଅ ।ରମ୍ଭ ହୋଇଥିବା ଏହି ଯୋଜନା ବନ୍ଦ କରିଦେବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଓଡିଶାବାସୀଙ୍କୁ ନବୀନ ବାବୁ କିପରି ଭାବେ ଭୂଅ ।ଁ ବୁଲାନ୍ତି ତାହା ଏବେ ସ୍ପଷ୍ଟ ହୋଇଯାଇଛି ର୍ନିବାଚନୀ ବୈତରଣୀ ପାର ହେବାପାଇଁ ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରି ଲୋକମାନଙ୍କୁ ଭୂଅ ।ଁ ବୁଲାଯାଇଛି ବୋଲି ଅଭିଯୋଗ କରିଛି ବିଜେପି । ଅନ୍ୟପଟେ ଏକବର୍ଷ ହେବ ଏହି ଯୋଜନା ଶୀତଳଭଣ୍ଡାରରେ ସରକାର ସ୍ୱୀକାର କରୁଛନ୍ତି ରାଜ୍ୟରେ ରାଜକୋଷ ଖାଲି ବୋଲି । ଗୋଟିଏ ପଟେ ବିକାଶରେ ଓଡିଶା ଅ ।ଗରେ କହି ନିଜ ଦଳର ନେତାମାନେ ବାହାବା ମାରୁଥିବା ବେଳେ ନବୀନ ବାବୁ ଓଡିଶାବାସୀଙ୍କୁ ଯେପରି ଧୋକା ଦେଇଛନ୍ତି ତାର ଜବାବ ଓଡିଶାବାସୀ ପ୍ରଦାନ କରିବେ । ଏହାସହିତ ହରିଶ୍ଚନ୍ଦ୍ର ଯୋଜନାରେ କେତେଟଙ୍କା କାହାକୁ ପ୍ରଦାନ କରାଯାଇଛି ଏନେଇ ଓଡିଶାବାସୀଙ୍କ ନିକଟରେ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।

Share in top social networks!