୧୭ ତାରିଖ ରବିବାରଠୁଁ ଆରମ୍ଭ “ରାହାଗିରି’; ପରିବେଶ ଓ ସଂସ୍କୃତି ବିକାଶ ପାଇଁ ନୂଆ ପ୍ରୟାସ

rahagiri“ରାସ୍ତା ଆମମାନଙ୍କର, ଯାନଗୁଡିକର ନୁହେଁ’- ଏପରି ଏକ ସଚେତନତା ବାର୍ତ୍ତା ସହ ପରିବେଶ ଓ ସଂସ୍କୃତି ବିକାଶ ପାଇଁ ଅଭିନବ ପ୍ରୟାସ ଭାବରେ ପ୍ରତି ରବିବାର ଦିନ “ରାହାଗିରି’ କାର୍ଯ୍ୟକ୍ରମ ଆୟୋଜିତ ହେବା ବିଡିଏ-ବିଏମ୍ସି ମିଳିତ ଉଦ୍ୟମରେ ଆସନ୍ତା ୧୭ ତାରିଖ ରବିବାର ଦିନ ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ମାଷ୍ଟର କ୍ୟାଣ୍ଟିନ୍ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା “ରାହାଗିରି’ରେ ମୁଖରିତ ହେବା
“ରାହାଗିରି’ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ କରିବାକୁ ଆଜି ଅପରାହ୍ନରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥ#ଲାା କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଓଟିଡିସି ସମେତ ବିଭିନ୍ନ ସରକାରୀ ବିଭାଗ, ସେସୁ, ବିଭିନ୍ନ ହୋଟେଲ୍ ଓ ଶିକ୍ଷାନୁଷ୍ଠାନଗୁଡିକୁ ସଂପୃକ୍ତ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛିା ସେଦିନ ରାସ୍ତା ଉପରେ ହିଁ ଚାଲିବା, ସାଇକେଲ ଚାଳନା, ସଂଗୀତ-ନୃତ୍ୟ କାର୍ଯ୍ୟକ୍ରମ, ଚିତ୍ରାଙ୍କନ, ସ୍କେଟିଂ, ଯୋଗାଭ୍ୟାସ ସାଙ୍ଗକୁ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହେବା ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ କୌଣସି ଯାନବାହନ ସେହି ରାସ୍ତାରେ ଯିବେ ନାହିାଁ ସଂପୃକ୍ତ ଯାନଗୁଡିକ ଅନ୍ୟାନ୍ୟ ସମାନ୍ତରାଳ ରାସ୍ତାରେ
ଯାଇପାରିବୋ ଦୋକାନ ବଜାର ମଧ୍ୟ ସକାଳୁ ଖୋଲା ରଖ#ବା ପାଇଁ ବୈଠକରେ ଅନୁରୋଧ କରାଯାଇଛିା “ରାହାଗିରି’ରେ ମଧ୍ୟ ଫୁଡ କୋର୍ଟର ଆୟୋଜନ କରାଯିବା
ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ଯୋଗ ଓ ସ୍ୱାସ୍ଥ୍ୟ ପରୀକ୍ଷା, ସଂଗୀତ-ନାଟକ ମହାବିଦ୍ୟାଳୟ ପକ୍ଷରୁ ସଙ୍ଗୀତ ସାଙ୍ଗକୁ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ନୃତ୍ୟ ପରିବେଷଣ କରାଯିବା କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉପସ୍ଥାପନ କରାଯିବ ମୁ୍ୟଜିକାଲ ବ୍ୟାଣ୍ଡା ବିକେ ଆର୍ଟ କଲେଜ ପକ୍ଷରୁ ଚିତ୍ରାଙ୍କନ ଓ ଶିଳ୍ପୀ ଶିବିର ଆୟୋଜିତ ହେବା କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ସାଇକେଲିଂ ଓ ଆଡଭେଞ୍ଚର୍ସ କ୍ଲବ୍, ଭୁବନେଶ୍ୱରରେ ଥ#ବା ସମସ୍ତ ନାଗରିକ କଲ୍ୟାଣ ସମିତିଗୁଡିକୁ ଅନୁରୋଧ କରାଯାଇଛିା ସେ୍ୱଚ୍ଛାସେବୀ ମୁତୟନ କାର୍ଯ୍ୟରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ନିୟୋଜିତ ହୋଇଥ#ବା ବେଳେ ପୁଲିସ ପ୍ରଶାସନକୁ ସ୍କାଉଟ୍ ଗାଇଡ୍, ଏନ୍ସିସି ଓ ଜାତୀୟ ସେବା ସଂସ୍ଥା ସେ୍ୱଚ୍ଛାସେବୀମାନେ ଆବଶ୍ୟକ ସହଯୋଗ ଯୋଗାଇଦେବେ ବୋଲି ବୈଠକରେ ସ୍ଥିର କରାଯାଇଛିା ସମୁଦାୟ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ଦାୟିତ୍ୱ ବିଏମ୍ସି ଉପରେ ନ୍ୟସ୍ତ କରାଯାଇଛିା
ଏହି ବୈଠକରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍ସି କମିଶନର ଡ. କିଷନ୍ କୁମାର, ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଆୟୁଷ ନିର୍ଦ୍ଦେଶକ ବାସୁଦେବ ବାହିନୀପତି, ଅତିରିକ୍ତ ପୋଲିସ କମିଶନର ପି.ଡି. ମହାପାତ୍ର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ସୁମନ ଦାସ, ବିଡିଏର ଅତିରିକ୍ତ କମିଶନର (ଏନ୍ଫୋର୍ସମେଣ୍ଟ) ବି.ଏସ୍. ଚୟନି, ଓପେପାର ଅତିରିକ୍ତ ନିର୍ଦ୍ଦେଶକ ହୃଦୟ ରଞ୍ଜନ ଶତପଥୀ, ସଂସ୍କୃତି ବିଭାଗ ଉପନିର୍ଦ୍ଦେଶକ ଦେବାନନ୍ଦ ବରିହା, ହୋଟେଲ ଆସୋସିଏସନ୍ର ପ୍ରତିନିଧ# ଏ ତାଲୁକଦାର, ମନୋଜ ଗଉଡ ଓ ଆର୍ ନାୟକଙ୍କ ସମେତ ବିଏମ୍ସିର କାର୍ଯ୍ୟକ୍ରମ ତଥା ଯୋଗାଯୋଗ ଅଧ#କାରୀ ଋଷିକୁମାର ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥ#ଲୋ

Share in top social networks!