ଘୋଷଣା ହେଲା ବକ୍ସି ଜଗବନ୍ଧୁଙ୍କ ଉପରେ ନୂଆ ସିନେମା ‘ବକ୍ସି ଜଗବନ୍ଧୁ ଦ ଫର୍ଗଟନ ଲିଜେଣ୍ଡ’

anubhavରାଜଧାନୀ ସ୍ଥିତ କ୍ରାଉନ୍ ହୋଟେଲରେ ନୂତନ ସିନେମାର ଆରମ୍ଭର ସୂଚନା ଦିଆଯାଇଛି । ପାଇକ ବିଦ୍ରୋହର ଅନ୍ୟତମ ମହାନାୟକ ବକ୍ସି ଜଗବନ୍ଧୁଙ୍କ ଉପରେ ଓଡିଆ ସିନେମା ର୍ନିମାଣ ହେବାକୁ ଯାଉଛି । ମେଗାଷ୍ଟାର ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଆସିବେ । ସିନେମାଟିର ନାମ ବକ୍ସି ଜଗବନ୍ଧୁ ଦ ଫର ଗଟନ୍ ଲିଜେଣ୍ଡ ରଖାଯାଇଛି । ଏହାକୁ ପ୍ରଯୋଜନା କରୁଛନ୍ତି ଓଡିଆ ସିନେମାରେ ବୈପ୍ଳବିକ ପରିବର୍ତନ ଆଣିଥିବା ଉଦ୍ୟୋଗୀ ଅକ୍ଷୟ ପରିଜା । ଜିଅନ୍ତା ଭୂତ , ଥୁକୁଲୁ , କେହି ନୁହେଁ କାହାର ଭଳି ସିନେମା ତିଆରି କରିଥିବା ପରିଜା ଆଉ ଏକ ରିକ୍ସ ନେବାକୁ ଅ•ା ଭିଡିଛନ୍ତି । ପାଇକ ବିଦ୍ରୋହ କୁ ନେଇ ଏବେବି ଗବେଷଣା ଚାଲିଛି ।

ସିପାହୀ ବ୍ଦ୍ରୋଦର ବହୁତ ପୂର୍ବରୁ ଏହା ହୋଇଥିଲା , ଓଡିଆ ମାଟିର ଗୋ÷ରବ ଗାଥା ସଂପର୍କରେ ଦର୍ଶାଯାଇଛି । ସିନେମା ମାଧ୍ୟମରେ ସାଧାରଣ ଦର୍ଶକ ମଧ୍ୟ ଇତିହାସକୁ ଜାଣି ପାରିବେ ବୋଲି କୁହନ୍ତି ଅକ୍ଷୟ ପରିଜା । ଓଡିଆ ଜାତିର ୨୦୦ ବର୍ଷ ପୁରୁଣା ଇତିହାସକୁ ର୍ନିମିତ ହେଉଥିବା ସିନେମାରେ ଅଭିନୟ କରୁଥିବାରୁ ଖୁସି ଲାଗୁଥିବାର କହିଛନ୍ତି ଅନୁଭବ ।

୧୨ ବର୍ଷର ସିନେ କ୍ୟାରିୟରରେ ଏଭଳି ଚରିତ୍ର କରିବା ନୂଆ ବୋଲି ସେ ଉଲେଖ କରିଛନ୍ତି । ଓଡିଆ ଜାତି ଶାନ୍ତି ପ୍ରିୟ ବଦୁତ କମ୍ ଲୋକ ଏହାର ଯୁଦ୍ଧ ଏବଂ ଗୋ÷ରବର ଗାଥା ବିଷୟରେ ଜାଣିଛନ୍ତି , ତେଣୁ ଏହି ସିନେମା ଓଡିଆ ଜାତି ଓ ସିନେ ଜଗତ ପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିବ ବୋଲି ପରିଜା ଆଶାବାଦୀ ଅଛନ୍ତି ।

Share in top social networks!