କାଦମ୍ବିନୀ ଜାତୀୟ ଲେଖକ ସମ୍ମିଳନୀରେ ମତପ୍ରକାଶ ‘କାଦମ୍ବିନୀ ପତ୍ରିକା ହାଟ’ ଉଦାହରଣ ସୃଷ୍ଟି କରିଛି

kadambiniwritersଓଡ଼ିଆ ସମେତ ଭାରତର ବିଭିନ୍ନ ଭାଷାର ଲେଖକମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା, ପୁଣି ବିଭିନ୍ନ
ଭାଷାର ପତ୍ରପତ୍ରିକାଗୁଡ଼ିକୁ ‘ପ୍ରତିକା ହାଟ’ରେ ପ୍ରଦର୍ଶନ କରି ‘କାଦମ୍ବିନୀ’ ଭାରତୀୟ ସାହିତ୍ୟ ଜଗତରେ ଉଦାହରଣ ସୃଷ୍ଟି କରିଛି । ଏହା
ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିବା ସହ ଏହାର ଏକ ସୁଦୂରପ୍ରସାରୀ ପ୍ରଭାବ ରହିଛି । ଏଭଳି ଏକ ସଫଳ ଆୟୋଜନ କରି ‘କାଦମ୍ବିନୀ’
ମହତ କାର୍ଯ୍ୟ କରୁଛି ବୋଲି ଆଜି କିଟ୍‍ କନ୍‍ଭେନ୍‍ସନ୍‍ ସେଣ୍ଟର୍‍ରେ ଆୟୋଜିତ ‘ଜାତୀୟ ଲେଖକ ସମ୍ମିଳନୀ’, ‘କାଦମ୍ବିନୀ ପତ୍ରିକାହାଟ’
ଓ ‘କୁନାକୁନି ମେଳା’ରେ ଯୋଗଦେଇ ଦେଶର ବିଶିଷ୍ଟ ଲେଖକମାନେ ମତପ୍ରକାଶ କରିଛନ୍ତି ।
ବରିଷ୍ଠ କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ଜାତୀୟ ଲେଖକ ସମ୍ମିଳନୀ’ରେ ସମ୍ମାନିତ ଅତିଥିଭାବେ
ଯୋଗ ଦେଇଥିଲେ ବିଶିଷ୍ଟ ରାଜସ୍ଥାନୀ ସାହିତି୍ୟକ ପଦ୍ମଶ୍ରୀ ଚନ୍ଦ୍ର ପ୍ରକାଶ ଦେବଲ, ବିଶିଷ୍ଟ ରାଜସ୍ଥାନୀ ସାହିତି୍ୟକ ଓ ମଞ୍ଚ ନିଦେ୍ର୍ଧଶକ ଡକ୍ଟର
ଅର୍ଜୁନ ଦେଓ ଚାରଣ, ବିଶିଷ୍ଟ ଅହମିୟା ସାହିତି୍ୟକ ଶ୍ରୀଯୁକ୍ତ ହରେକୃଷ୍ଣ ଡେକା, ବିଶିଷ୍ଟ ଚଳଚ୍ଚିତ୍ର ନିଦେ୍ର୍ଧଶକ ଶ୍ରୀଯୁକ୍ତ ପି. ଶେଷାଦ୍ରୀ, ବିଶିଷ୍ଟ
ସମ୍ପାଦକ, ‘ବିଜୟାବାଣୀ’ ଶ୍ରୀଯୁକ୍ତ ହରି ପ୍ରକାଶ କୋନେମନେ, ବିଶିଷ୍ଟ ଚଳଚ୍ଚିତ୍ର ନିଦେ୍ର୍ଧଶିକା ଓ ଅଭିନେତ୍ରୀ ଶ୍ରୀମତୀ ପାର୍ବତୀ ଘୋଷ ଓ
ବିଶିଷ୍ଟ ମଞ୍ଚ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଡକ୍ଟର ସାଓଲୀ ମିତ୍ର । ସମ୍ମାନିତ ବକ୍ତା ଥିଲେ ବିଶିଷ୍ଟ ସାହିତି୍ୟକ ଶ୍ରୀଯୁକ୍ତ ହର ପ୍ରସାଦ ଦାସ, ବରିଷ୍ଠ
ସାହିତି୍ୟକା ତଥା ଉପସଭାପତି, ଓଡ଼ିଶା ସାହିତ୍ୟ ଏକାଡ଼େମୀ ଶ୍ରୀମତୀ ଗାୟତ୍ରୀ ସରାଫ୍‍, ବରିଷ୍ଠ ସାହିତି୍ୟକ ତଥା କେନ୍ଦ୍ର ସାହିତ୍ୟ ଅକାଦେମି
ଓଡ଼ିଆ ଭାଷା ପରିଷଦର ଆବାହକ ଡକ୍ଟର ଗୌରହରି ଦାସ ଓ ସାହିତି୍ୟକା ଶ୍ରୀମତୀ ପାରମିତା ଶତପଥୀ । ଏଥିରେ ଆଲୋଚନାର ବିଷୟ
ରହିଥିବା ‘ମୁଁ ଓ ମୋର ସୃଜନ ଜଗତ’ ସଂପର୍କିତ ମନ୍ତବ୍ୟ ପ୍ରଦାନ କରିଥିଲେ ଅତିଥି ଓ ବକ୍ତାଗଣ । ଏହି ଅବସରରେ ପ୍ରଖ୍ୟାତ କବି ଡକ୍ଟର
ରାଜେନ୍ଦ୍ର କିଶୋର ପଣ୍ଡାଙ୍କୁ ‘କାଦମ୍ବିନୀ ସାରସ୍ୱତ ସମ୍ମାନ-୨୦୧୬’, ‘ଗୋକର୍ଣ୍ଣିକା’ ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ରମାକାନ୍ତ ଜେନାଙ୍କୁ
‘କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୧୬’ ଏବଂ ସାହିତି୍ୟକ ଶ୍ରୀଯୁକ୍ତ ଭଗବାନ ନାୟକ ବର୍ମା, ସାହିତି୍ୟକା ଶ୍ରୀମତୀ ପ୍ରଫୁଲ୍ଲତା ମହାପାତ୍ର,
ସାହିତି୍ୟକ ଶ୍ରୀଯୁକ୍ତ ଭାଗୀରଥି ଦାସ ଓ ସାହିତି୍ୟକା ଶ୍ରୀମତୀ କୁମୁଦଲତା ମହାନ୍ତିଙ୍କୁ ‘କାଦମ୍ବିନୀ ସାରସ୍ୱତ ସମ୍ବର୍ଦ୍ଧନା-୨୦୧୬’ପ୍ରଦାନ
କରାଯାଇଥିଲା । ସେଥିସହ ଯୁବ ଗଳ୍ପ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ପାଇଁ ‘କାଦମ୍ବିନୀ’ର ବିଶେଷ ପ୍ରୟାସ ‘କାଦମ୍ବିନୀ ଗଳ୍ପ ଉନ୍ମେଷ’
ପ୍ରତିଯୋଗିତାରେ ବିଜୟୀ ସୋନାଲୀ ମାଦେଳୀ, ଯୋଗେଶ୍ୱର ପଣ୍ଡା, ଶ୍ରୀକାନ୍ତ କୁମାର ବାରିକ, ଅସିତ କୁମାର ଷଡ଼ଙ୍ଗୀ ଓ କୈଳାସ
ବେହେରାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏଥିରେ ‘କାଦମ୍ବିନୀ’ର ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ
ପ୍ରଦାନ କରିଥିବା ବେଳେ ‘କାଦମ୍ବିନୀ’ ଓ ‘କୁନିକଥା’ର ସମ୍ପାଦିକା ଡ. ଇତି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ‘କୁନାକୁନି ମେଳା’ । ଏହି ଅବସରରେ ‘କୁନିକଥା’ ଆୟୋଜିତ ରାଜ୍ୟସ୍ତରୀୟ ଗଳ୍ପ ପ୍ରତିଯୋଗିତାର
କୃତୀ ଶିଶୁ ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହ ସମ୍ମାନିତ କରାଯାଇଥିଲା । ଏଥିରେ ଅତିଥି-କଳାକାର ଭାବେ ଇଣ୍ଡିଆନ୍‍ ଆଇଡଲ୍‍ ଜୁନିଅର୍‍-
୨୦୧୫ ସୁଶ୍ରୀ ଅନନ୍ୟା ଶ୍ରୀତମ୍‍ ନନ୍ଦ, ନୃତ୍ୟଶିଳ୍ପୀ ତଥା ଇଣ୍ଡିଆନ୍‍ ଡ୍ୟାନ୍ସିଂ ସୁପରଷ୍ଟାର୍‍-୨୦୧୩ର ଦ୍ୱିତୀୟ ରନର୍ସଅପ୍‍, ସୁଶ୍ରୀ ପଦ୍ମିନୀ
ପଟ୍ଟନାୟକ, ଇଣ୍ଡିଆନ୍‍ ଆଇଡ୍‍ଲ ଜୁନିଅର୍‍ – ୨୦୧୩ର ପ୍ରତିଯୋଗୀ ଆର୍ଯ୍ୟନ୍‍ ଦାସ, ବଲିଉଡ୍‍ର ଶିଶୁ ଅଭିନେତା ମାଷ୍ଟର ଜିନୀତ୍‍ ରଥ
ଓ ଶିଶୁ ଅଭିନେତା ତଥା ରାଷ୍ଟ୍ରୀୟ ବାଳ ପୁରସ୍କାର – ୨୦୧୫ ବିଜେତା ଅନିମେଷ ଘୋଷଙ୍କ ସମେତ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଶତାଧିକ
ଶିଶୁ ପ୍ରତିଭାମାନେ ଅଂଶଗ୍ରହଣ କରି ସଙ୍ଗୀତ, ନୃତ୍ୟ ଓ ଅଭିନୟ ପ୍ରଦର୍ଶନ କରିଥିଲେ ।
ସମ୍ମିଳନୀ ଆରମ୍ଭରେ ‘କାଦମ୍ବିନୀ ପତ୍ରିକା ହାଟ’କୁ ଉଦ୍‍ଘାଟନ କରିଥିଲେ ଅତିଥିଗଣ । ଏହି ‘ପତ୍ରିକା ହାଟ’ରେ ଓଡ଼ିଆ ସମେତ ବିଭିନ୍ନ
ଭାଷାର ପାଞ୍ଚଶହରୁ ଊଦ୍ଧ୍ୱର୍ ପତ୍ରପତ୍ରିକା ଅଂଶଗ୍ରହଣ କରିଥିଲେ । ଦିବସବ୍ୟାପୀ ଅନୁଷ୍ଠିତ ଏହି ସମ୍ମିଳନୀରେ ପାଞ୍ଚହଜାରରୁ ଊଦ୍ଧ୍ୱର୍ ପାଠକ,
ଲେଖକ, ଶିଶୁସାହିତି୍ୟକ, ପ୍ରକାଶକ, ସିନେ କଳାକାର, ସଙ୍ଗୀତଶିଳ୍ପୀ ଓ ସାହିତ୍ୟାନୁରାଗୀ ଯୋଗଦାନ କରିଥିଲେ ।

Share in top social networks!