ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ସଫଳ କରିବା ପାଇଁ କାର୍ଯ୍ୟକର୍ତାଂକ ସଂକଳ୍ପ: ବିଜେପି

dpkanakjiପାରାଦୀପ ସ୍ଥିତ ଇଣ୍ଡିଆନ୍ ଅଏଲ୍ ରିଫାଇନେରୀ ପ୍ରକଳ୍ପର ଲୋକାର୍ପଣ ପାଇଁ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେଉଥିବା ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତକୁ ପୂର୍ଣ୍ଣମାତ୍ରାରେ ସଫଳ କରିବା ପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଘାଇଛି ।
୨୦୦୦ ମସିହା ମେ ମାସରେ ତକ୍ରାଳୀନ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରର ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିବା ଏହି ପ୍ରକଳ୍ପର ଲୋକାର୍ପଣ ବର୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀ ମରେନ୍ଦ୍ର ମୋଦୀଙ୍କ ହାତରେ ହେବା ନିଶ୍ଚିତ ଭାବେ ଏକ ସଂଯୋଗ ଏବଂ ଓଡ଼ିଶା ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି ବୈଠକରେ ଉପସ୍ଥିତ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନିର୍ବାଚନ ପୂର୍ବରୁ ରାଜଧାନୀରେ ଏକ ମହାସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କଲାବେଳେ ଶ୍ରୀ ମୋଦୀଙ୍କ ବକ୍ତବ୍ୟ – ଓଡ଼ିଶାକୁ ଭଲ ପାଇବାର ପ୍ରତିଦାନରେ ସୁଧମୂଳ ସହ ପରିଶୋଧ କରିବି । ଉଦ୍ଧାର କରି ରାଜ୍ୟ ସଭାପତି ଶ୍ରୀ ସିଁହଦେଓ କହିଛନ୍ତି ଯେ ବହୁ ଲୋକାଭିମୁଖୀ କେନ୍ଦ୍ରୀୟ ଯୋଜନାରେ ରାଜ୍ୟବାସୀଂକ ସଂଯୋଗୀକରଣ, ଅମ୍ବୃତ ଯୋଜନାରେ ରାଜ୍ୟର ବହୁ ଛୋଟବଡ଼ ସହରକୁ ସାମିଲ୍ କରାଯିବା, ଚତୁର୍ଦ୍ଧଶ ଅର୍ଥ କମିଶନ୍ର ପରାମର୍ଶ ମୁତାବକ ଆବଶ୍ୟକତା ଆଧାରରେ ନିଜସ୍ୱ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟକୁ ଅଧିକ ଅଣଯୋଜନା ଅର୍ଥ ପ୍ରଦାନ କରିବା ଆଦି ମୋଦୀଜୀଂକ ସରକାର ଦ୍ୱାରା ନିଆଯାଇଥିବା ପଦକ୍ଷେପ ହେଉଛି ସେହି ଉକ୍ତିର ବାସ୍ତବ ପ୍ରମାଣ ।
ବୈଠକରେ ଉପସ୍ଥିତ ଶ୍ରୀମତୀ ସୁରମା ପାଢ଼ୀ, ଶ୍ରୀ ପ୍ରସନ୍ନ ମିଶ୍ର, ଶ୍ରୀ ଶାରଦା ପ୍ରସାଦ ଶତପଥୀ, ଶ୍ରୀ ପୃଥ୍ୱିରାଜ ହରିଚନ୍ଦନ, ଶ୍ରୀ ଭୃଗୁ ବକ୍ସିପାତ୍ର, ଶ୍ରୀ ମୋହନ ମାଝୀ, ବିଧାୟକ ଦଳ ନେତା ଶ୍ରୀ ବସନ୍ତ ପଣ୍ଡା ପ୍ରମୁଖ ପ୍ରଧାନମନ୍ତ୍ରୀ ମୋଦୀଂକ ଗସ୍ତକୁ ସଫଳ କରିବାପାଇଁ ଆହ୍ୱାନ ଦେଇଥିବା ବେଳେ ଅବିଭକ୍ତ କଟକ, ଢ଼େଂକାନାଳ, ବାଲେଶ୍ୱର ଏବଂ ପୁରୀ ଜିଲ୍ଲାରୁ ଆସିଥିବା ସମସ୍ତ କାର୍ଯ୍ୟକର୍ତା ଏବଂ ଉପସ୍ଥିତ କର୍ମୀମାନେ ଏଥିପାଇଁ ସର୍ବମତେ ପ୍ରଚେଷ୍ଟା କରିବାର ସଂକଲ୍ପ ନେଇଥିଲେ ବୋଲି ରାଜ୍ୟ ବିଜେପି ମୁଖପାତ୍ର ସମୀର ମହାନ୍ତି ପ୍ରକାଶ କରିଛନ୍ତି ।

Share in top social networks!