ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରୀ ମିଟ୍ର ପ୍ରଥମ ସଂସ୍କରଣ ଉଦ୍ଘାଟିତ

tatalitfestଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଟାଟା ଷ୍ଟିଲ ଭାରତ ଓ ଦକ୍ଷିଣ-ପୂର୍ବ ଏସିଆର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଟିଭି ନରେନ୍ଦ୍ରନ୍ଙ୍କ ଉପସ୍ଥିିତିରେ ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀର ଆଞ୍ଚଳିକ କେନ୍ଦ୍ରରେ ଆଜି ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରୀ ମିଟ୍କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପ୍ରତିଷ୍ଠିତ ସାମ୍ବାଦିକ ଶ୍ରୀ ରାଜଦୀପ ସରଦେଶାଇ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଜୟରାମ ରମେଶ ଓ ସାହିତ୍ୟ ଏବଂ ଗଣମାଧ୍ୟମ କ୍ଷେତ୍ରର ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଉଦ୍ଘାଟନୀ ସମାରୋହରେ ଶ୍ରୀ ନବୀନ ପଟ୍ଟନାୟକ ଅରବିନ୍ଦ ବେହେରାଙ୍କ ଦ୍ୱାରା ‘ରୋମାନ୍ସ ଅଫ୍ ଟାଟା ଷ୍ଟିଲ’ର ଓଡ଼ିଆ ଅନୁବାଦ ପୁସ୍ତକକୁ ଉନ୍ମୋଚନ କରିଥିଲେ ।

ସାହିତ୍ୟ କ୍ଷେତ୍ରରେ ଟାଟା ଷ୍ଟିଲର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଶ୍ରୀ ନବୀନ ପଟ୍ଟନାୟକ ଆଞ୍ଚଳିକ ସାହିତ୍ୟର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାସହିତ “ସାହିତ୍ୟ ଜୀବନର ଗୁଢତତ୍ତ୍ୱକୁକୁ ପ୍ରକାଶ” କରିଥାଏ ବୋଲି ସେ ମତ ପ୍ରକାଶ କରିଥିଲେ । ବିଭିନ୍ନ ସାହିତି୍ୟକ ଉପନ୍ୟାସ ଓ ଗ୍ରନ୍ଥ ଆଞ୍ଚଳିକ ଭାଷାରେ ଥିବା ସତ୍ତ୍ୱେ ତାହାକୁ ଆବଶ୍ୟକ ଗୁରୁତ୍ୱ ମିଳୁପାରି ନାହିଁ । ସେଥିପାଇଁ ବର୍ତ୍ତମାନ “ଆଞ୍ଚଳିକ ସାହିତ୍ୟ” ର ଉନ୍ନତି ପାଇଁ ଅନୁବାଦ ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ ଏହି ଅବସରରେ କହିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଟି ଭି ନରେନ୍ଦ୍ରନ୍ କହିଥିଲେ ଯେ, ଓଡ଼ିଆ ସାହିତ୍ୟରେ ଅନେକ ପ୍ରସିଦ୍ଧ ଲେଖକ ଥିବା ସହିତ ଉଚ୍ଚକୋଟୀର ସାହିତି୍ୟକ ସଂକଳନମାନ ରହିଛି । ରାଜ୍ୟର ପୁସ୍ତକ ଓ ସାହିତ୍ୟ ପ୍ରେମୀଙ୍କ ପାଇଁ ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରୀ ମିଟ୍ ଏକ ଉପଯୁକ୍ତ ମଞ୍ଚ ଯାହା ମାଧ୍ୟମରେ ସେମାନେ ନିଜ ସାହିତ୍ୟ ପ୍ରେମ ଓ ଭାବର ଆଦାନପ୍ରଦାନ କରିପାରିବେ । ଚଳିତ ବର୍ଷ ଭୁବନେଶ୍ୱର ଲିଟେରାରୀ ମିଟ୍ ଦେଶର ପ୍ରମୁଖ ସାହିତି୍ୟକଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରିପାରିଛି । ଓଡ଼ିଶାର ବିଭିନ୍ନ ପିଢୀ ସହ ସମ୍ପର୍କ ସ୍ଥାପନ ନିମନ୍ତେ ଏହା ଟାଟା ଷ୍ଟିଲ ପାଇଁ ଏକ ସୁଯୋଗ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଏହି ଦୁଇ ଦିନିଆ ଲିଟେରାରୀ ମିଟ୍ରେ ଅନେକ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ଆଲୋଚନା ଓ ବିତର୍କ ଦେଖିବାକୁ ମିଳିବ । ଏହି ଲିଟେରାରୀ ମିଟ୍ରେ ରାଜ୍ୟ ଓ ଦେଶରୁ ବିଭିନ୍ନ ପରିଚିତ ବ୍ୟକ୍ତିତ୍ୱ ଯଥା ଦେବୀଦତ୍ତ ପଟ୍ଟନାୟକ, ଶ୍ରୀ ଦୀନାନାଥ ପାଠୀ, ଶ୍ରୀମତି ନିବେଦିତା ମହାନ୍ତି, ଶ୍ରୀ ସମ୍ପଦ ମହାପାତ୍ର, ଶ୍ରୀ ଅଭିରୁଖ ସେନ୍, ଶ୍ରୀ ଡେରେକ୍ ଓବ୍ରାଏନ୍, ଶ୍ରୀ ସାରନାଥ ବାନାର୍ଜି, ଶ୍ରୀ ନୀଳମାଧବ ପଣ୍ଡା, ପ୍ରଫେସର ସୁଗତୋ ବୋଷ, ଶ୍ରୀ ଅନିରୁଦ୍ଧ ଭଟାଚାର୍ଯ୍ୟ, ଶ୍ରୀ କୁନାଲ ବାଶୁ, ଶ୍ରୀମତି ଜାଜ୍ଞସେନୀ ଚକ୍ରବର୍ତ୍ତୀ, ଶ୍ରୀ ବାଲାଜୀ ଭିତ୍ତଲ, ଶ୍ରୀ ସୁଜିତ ମହାପାତ୍ର, ଡଃ ମିନତୀ ମିଶ୍ର, ଶ୍ରୀ ଅନନ୍ତ ମହାପାତ୍ର, ଶ୍ରୀ ଜତିନ୍ଦ୍ର ନାୟକ ଓ ଶ୍ରୀ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ରହିବେ ।

ଏଠାରେ ସୂଚନାଯୋଗ୍ୟ ଯେ, ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରୀ ମିଟ୍ “ଟାଟା ଷ୍ଟିଲ ଓଡ଼ିଶା ଉତ୍ସବ” ଅନ୍ତର୍ଗତ ଦ୍ୱିତୀୟ କାର୍ଯ୍ୟକ୍ରମ । ଟାଟା ଷ୍ଟିଲ ଏବଂ ଓଡ଼ିଶାର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ରେ ଆୟୋଜିତ ହେବାକୁଥିବା ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍ ମାରାଥନ୍ ଏହି ୫ଦିନିଆ ଉତ୍ସବର ଶେଷ କାର୍ଯ୍ୟକ୍ରମ ।

Share in top social networks!