ଓଡିଶା ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ବାଣିଜ୍ୟ ମେଳା ୨୦୧୬ ଉଦଘାଟିତ

msme3ଓଡିଶା ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ବାଣିଜ୍ୟ ମେଳା ୨୦୧୬ ଓଡିଶା ସରକାରଙ୍କ ଓଡିଶା ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗ ଦ୍ୱାରା ଇଡକୋ ପ୍ରଦର୍ଶନୀ ପଡିଆରେ ଶୁକ୍ରବାର ଆରମ୍ଭ ହୋଇଯାଇଛି । ଦୀର୍ଘ ସାତ ଦିନ ଧରି ଚାଲିବାକୁ ଥିବା ଏହି ଉସôବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଓଡିଶା ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ବିଭାଗ, ମୁଖ୍ୟ ଶିଳ୍ପ, ବିଭିନ୍ନ ସରକାରୀ ବିଭାଗ, ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନ ବିକ୍ରୟ ପ୍ରତିନିଧିଙ୍କ ମିଳିତ ପ୍ରଚେଷ୍ଟାରେ ପ୍ରତିବର୍ଷ ଏହି ଉସôବ ହୋଇ ଆସୁଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡିଶା ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମଏସଏମଇ)ର ବିକାଶ ପାଇଁ ସରକାର ସବୁବେଳେ ଚେଷ୍ଟା କରିଆସୁଛି । ଆପଣମାନେ ଜାଣିଛନ୍ତି ଓଡିଶା ଆର୍ଥିକ ବିକାଶ ଦିଗରେ ଏମଏସଏମଇର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାର ବିକାଶ ହେଲେ ରାଜ୍ୟର ଆର୍ଥିକ ସମ୍ବଳର ମାନଦଣ୍ଡ ବୃଦ୍ଧି ଘଟିବ । ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗର ଉତମ ଜ୍ଞାନ କୌଶଳ ଜରିଆରେ ଉପାôଦନ ବୃଦ୍ଧି ଘଟିବ । ଗୋଟିଏ ଉତମ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ସୃଷ୍ଟି କରୁଛି ନିଯୁକ୍ତି, ଉଦ୍ୟୋଗୀମାନଙ୍କ ବିକାଶ,ଅର୍ଥନୈତିକ କାର୍ଯକ୍ରମର ବିସ୍ତାର, ଆଂଚଳିକ ଅସମାନତାର ହ୍ରାସ । ଏହାସହ ସ୍ଥାନୀୟ ସମ୍ପଦର ସର୍ବୋତମ ଉପଯୋଗ ଓ ଦୁର୍ବଳ ଶ୍ରେଣୀର ସଶକ୍ତିକରଣରେ ସହାୟକ ହୋଇଥାଏ । ଚଳିତବର୍ଷ ଭିଏତନାମର ରାଷ୍ଟ୍ରଦୂତ ଓ ବଙ୍ଗଳାଦେଶର ହାଇ କମିଶନର ଆସିଥିବାରୁ ଏହି ମଂଚ ଗର୍ବ ଅନୁଭବ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବାଣିଜ୍ୟ ମେଳାର ଚତୁର୍ଥ ସଂସ୍କରଣରେ ଇଂଜିନିୟରିଂ, କେମିକାଲ, ମେଟାଲର୍ଜିକାଲ ପ୍ରକ୍ରିୟା, ମେରାଇନ ପକ୍ରିୟା, କୃଷି, ପର୍ଯ୍ୟଟନ, ହସ୍ତଶିଳ୍ପ ଓ ବୟନ ପରି ୩୦୦ରୁ ଉର୍ଦ୍ଧ ଓଡିଶା ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଅଂଶଗ୍ରହଣ କରିଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ଯେଉଁ ଉଦ୍ୟୋଗ ରହୁଛି, ସେ ସବୁକୁ ବାହାର ସ୍ଥାନରେ ଅଧିକ ଲୋକାଦୃତ ଲାଗି ଚେଷ୍ଟା କରାଯିବ । ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ ବାଂଲାଦେଶର ହାଇ କମିଶନର ଓ ଭିଏତନାମର ରାଷ୍ଟ୍ରଦୂତ । ଆଗାମୀ ସଂସ୍କରଣରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ହେବା ସହ ବିଦେଶୀ ଶିଳ୍ପ ସଂସ୍ଥା ଭାଗ ନେବାର ଯୋଜନା ରହିଛି ।
ଏହି ୭ଦିନ ଧରି ଚାଲୁଥିବା କାର୍ଯ୍ୟସୂଚୀରେ ସେମିନାର ହେବାର କାର୍ଯ୍ୟକ୍ରମ ହେବାର ଯୋଜନା ରହିଛି । ଏହାସହ କର୍ମଶାଳା, ଭେଣ୍ଡର ଉନ୍ନୟନ, ଓ ବି୨ବି ସଭା ଓ ବିଭିନ୍ନ ବାଣିଜ୍ୟ କୋ÷÷ଶଳ ସମ୍ବନ୍ଧୀୟ ଆଲୋଚନା କରାଯିବ ।
ଯୋଗେନ୍ଦ୍ର ବେହେରା , ମନ୍ତ୍ରୀ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ସାଧାରଣ ଅଭିଯୋଗ ଓ ପେନସନ୍, ଅଶୋକ ଚନ୍ଦ୍ର ପଣ୍ଡା ରାଷ୍ଟ୍ରମନ୍ତ୍ରୀ,(ସ୍ୱାଧୀନ ଦାୟିତ୍ୱ), ଆଦିତ୍ୟ ପ୍ରସାଦ ପାଢୀ, ମୁଖ୍ୟ ସଚିବ ଓଡିଶା ସରକାର., ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ସାଂସଦ, ଭୁବନେଶ୍ୱର., ବିଜୟ କୁମାର ମହାନ୍ତି, ବିଧାୟକ, ମଧ୍ୟ ଭୁବନେଶ୍ୱର., ପ୍ରିୟଦର୍ଶୀ ମିଶ୍ର,ସଂଜୀବ ଅରୋରା ,ଶିଳ୍ପ ବିଭାଗ ପ୍ରମୁଖ ସଚିବ ଯୋଗ ଦେଇଥିଲେ । ଏହି ମେଳାକୁ ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିଦେ୍ର୍ଧଶାଳୟ ସହ କ୍ଷୁଦ୍ର ଶିଳ୍ପ ନିଗମ ଲିଃ ଓ ରାଜ୍ୟର ସମସ୍ତ ଶିଳ୍ପ ଉଦ୍ୟୋଗ ଦ୍ୱାରା ଆୟୋଜିତ ହୋଇଛି ।

Share in top social networks!