ଭାରତର ରାଷ୍ଟ୍ରପତିଙ୍କଦ୍ୱାରା “ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନାର ପ୍ରଭାବ” ପୁସ୍ତକ ଉନ୍ମୋଚିତ

khuntiaaଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ କରକମଳରେ “ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନାର ପ୍ରଭାବ” ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ମହିଳା ତଥା ଅନୁନ୍ନତ ଜାତି ଓ ଜନଜାତି ସଶକ୍ତିକରଣ, ନିଯୁକ୍ତି ଓ ମଜୁରୀ ଯୋଜନା ବିକେନ୍ଦ୍ରିକରଣ, ଦାଦନପ୍ରଥାର ବିଲୋପ, ପ୍ରଶାସନିକ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ କ୍ଷେତ୍ରରେ ପାରଦର୍ଶିତା ଆଣିବାପାଇଁ ଗତ ୨୦୦୫ ମସିହାରେ କେନ୍ଦ୍ର ସରକାରଙ୍କଦ୍ୱାରା ଆରମ୍ଭ କରାଯାଇଥିବା ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା ଗତ ଦଶବର୍ଷ ଭିତରେ ସମଗ୍ର ଭାରତରେ କିଭଳି ସ୍ଥିତିରେ ରହିଛି, ସେ ବିଷୟରେ ଦୀର୍ଘଦିନ ଧରି ପ୍ରାକ୍ତନ ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରିୟ ମଜଦୁର କଂଗ୍ରେସର ଉପସଭାପତି ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧିନରେ ଗବେଷଣା କାର୍ଯ୍ୟରେ ନିୟୋଜିତ ଥିଲେ ।

ଏଥିପାଇଁ ଉପଯୁକ୍ତ ତଥ୍ୟ ସଂଗ୍ରହ ଉଦେ୍ଧଶ୍ୟରେ ଆନ୍ଧ୍ରପ୍ରଦେଶର ଖମମ ଓ ରଙ୍ଗାରେଡ୍ଡୀ ଜିଲ୍ଲା, ଓଡିଶାର ଯାଜପୁର ଓ ବଲାଙ୍ଗୀର ଜିଲ୍ଲା, ରାଜସ୍ଥାନର ଯୋଧପୁର ଓ ବିକାନେର ଜିଲ୍ଲା, ଓ ଉତ୍ତର ପ୍ରଦେଶର ମଥୁରା ଓ ଝାନସୀ ଜିଲ୍ଲାକୁ ନମୁନା ଭାବରେ ନିଆଯାଇଛି । ଏହି ଜିଲ୍ଲାଗୁଡିକରୁ ୨ଟି ଲେଖାଏଁ ବ୍ଲକ, ପ୍ରତ୍ୟେକ ବ୍ଲକର ୨ଟି ପଞ୍ଚାୟତ ଓ ପ୍ରତ୍ୟେକ ପଞ୍ଚାୟତର ସମସ୍ତ ଗ୍ରାମରୁ ସଂଗ୍ରହ କରାଯାଇଥିବା ନମୁନାକୁ ଭିତ୍ତି କରି ଏହାର କାର୍ଯ୍ୟକାରିତା ବିଶ୍ଳେଷଣ କରାଯାଇଛି ।

ଉକ୍ତ ଗବେଷଣା ସନ୍ଦର୍ଭ ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ସ୍ୱୀକୃତି ପାଇବାପରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ତଥା ସର୍ବୋଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଶ୍ରୀଯୁକ୍ତ ଅରଜିତ ପଶାୟତଙ୍କଦ୍ୱାରା ଲିଖିତ ମୁଖବନ୍ଧ ସହିତ ପୁସ୍ତକର ନାମ “ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନାର ପ୍ରଭାବ” ରଖାଯାଇଛି । ପୁର୍ବରୁ ଏହି ପୁସ୍ତକ ଭାରତର ଉପରାଷ୍ଟ୍ରପତି ଡକ୍ଟର ହମିଦ ଆନସାରୀ, ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଉପାଧ୍ୟକ୍ଷା ରାହୁଲ ଗାନ୍ଧୀ ସମେତ ବହୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ବିଦ୍ୱାନ ଓ ରାଜନେତାମାନଙ୍କଦ୍ୱାରା ଉଚ୍ଚପ୍ରଶଂସିତ ହୋଇସାରିଛି ।
ଆଜିର ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଲେଖକ ଡକ୍ଟର ଖୁଣ୍ଟିଆଙ୍କ ବ୍ୟତୀତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନର ପ୍ରଫେସର ଡାକ୍ତର ଅନୀତା ପଣ୍ଡା, ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ଡକ୍ଟର ସୁବ୍ରତ ପୃଷ୍ଟି, ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ଶ୍ରୀଯୁକ୍ତ ବିରଜା ମହାପାତ୍ର ପଲ୍ଲୀବାଣୀ ସମ୍ପାଦକ ରାମଚନ୍ଦ୍ର ନାଥ, ପ୍ରସାରଭାରତୀ ଉପଦେଷ୍ଟା ଡକ୍ଟର ରାଜେନ୍ଦ୍ର କୁମାର ବର ଏବଂ ସମାଜସେବୀ ଶ୍ରୀମତୀ ରୀତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!