ଜ୍ଞାନପୀଠ ପୁରସ୍କାରକୁ ନେଇ ପ୍ରଶ୍ନ

226688_209364319085924_6952776_n୦୪ ଜାନୁୟାରୀ ୨୦୧୩
ନୂଆ ଦିଲ୍ଲୀ
ମହାଶୟ,
ସମ୍ପ୍ରତି ଜ୍ଞାନପୀଠ ପୁରସ୍କାର ଘୋଷିତ ହୋଇଅଛି। ଓଡ଼ିଶା ମାଟିରୁ ଦୂରରେ ଥାଇ ଓଡ଼ିଆ ସାହିତ୍ୟର ମଙ୍ଗଳ ମନାସୁଥିବା ମୁଁ ଏବଂ ମୋର ବନ୍ଧୁଗଣ ପୁରସ୍କାର-ପ୍ରାପ୍ତଙ୍କୁ ଅଭିନନ୍ଦନ ଜଣାଉଛୁ।
କିନ୍ତୁ ଏହି ଅବସରଘର କେତାଟି ପ୍ରଶନ ମନକୁ ଆସୁଛି । ସାହିତ୍ୟ ପ୍ରେମୀମାନଙ୍କ ଭିତରେ ଗୁଞ୍ଜରଣ ରୂପେ ଆବଦ୍ଧ ନରହି ତାହା ପ୍ରକାଶ ପାଇବା ବିଧେୟ ।

ବହୁବର୍ଷ ତଳେ ‘ସମାଜ’ର ୦୯.୦୯.୧୯୯୪ ସଂଖ୍ୟାଘର ଜଘଣ ଦିଲ୍ଲୀବାସୀ ଭଦ୍ରମହିଳା ଦୁଇତିନିଜଣ ଭିନ୍ନ ଭାଷାଭାଷୀ ସାହିତୟଘପ୍ରମୀ ସାମ୍ବାଦିେଙ୍କ ସହ ତାଙ୍କ ଆଳାପର ବିବରଣୀ ପ୍ରକାଶ କରିଥିଲେ । ସେମାନେ ଜଣେ ନିର୍ଦ୍ଦିଷ୍ଟ ଓଡ଼ିଆ ଲେଖକଙ୍କର ଉଚ୍ଚ ପ୍ରଶଂସା କରିଥିଲେ ଏବଂ ସେ ଲେଖକଙ୍କୁ ତଦବଧୀ ଜ୍ଞାନପୀଠ ପୁରସ୍କାର ଦିଆଯାଇନଥିବାରୁ ବିସ୍ମୟ ହୋଇଥିଲେ। ଜଣେ କହିଥିଲେ, “ମୋ ଜାଣିବାରେ ଆଜିର ଭାରତରେ ତାଙ୍କ ତୁଲ୍ୟ ଗଳ୍ପଲେଖକ ନାହାନ୍ତି । ଆପଣମାନେ ତାହାଙ୍କୁ ଯୋଗ୍ୟ ସୀକୃତି ନଦେଲେ ଭବିଷ୍ୟତ କହିବ , ଆପଣମାଘନ ଅବିଚାର କଲେ।” (“ସୃଜନୀ” ୨୦୦୧, ମନୋଜବିଶେଶଷାଙ୍କ ଦ୍ରଷ୍ଟବୟ)

ଭଦ୍ରମହିଳା ଉକ୍ତ ଓଡ଼ିଆ ଲେଖକଙ୍କ ନାମାଲ୍ଲଖ୍ ନକରିଥିଲେ ମଧ୍ୟ ପାଠକମାନେ ବୁଝିଲେ ସେ ହେଉଛନ୍ତି ମନୋଜ ଦାସ । ବେଶ କେତେ ଦିନ ଧରି “ସମାଜ” ପୃଷ୍ଠାରେ ଉପରୋକ୍ତ ମନ୍ତବ୍ୟ ସପକ୍ଷରେ ଉଚ୍ଛ୍ୱସିତ ଚିଠିପତ୍ର ପ୍ରକାଶ ପାଇଲା ।

ଆମେ ଆଶା କରିଥିଲୁ, ଗୋପୀନାଥ ମହାନ୍ତି ଏବଂ ସଚ୍ଚି ରାଉତରାୟଙ୍କ ପରେ ମନୋଜ ଦାସଙ୍କୁ ଜ୍ଞାନପୀଠ ମିଳିବ ବୋଲି । ତାହାହେଲା ନାହିଁ । ଜ୍ଞାନପୀଠ ହିଁ ଆପଣାକୁଏହି ସୁଯୋଗରୁ ବଞ୍ଚିତ କଲା। ଭାରତୀୟ ଜାତୀୟ କଙ୍ଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଏବଂ ଲୋକସଭା ସଦସ୍ୟ ଶ୍ୟାମ ସୁନ୍ଦର ମହାପାତ୍ର ସ୍ପଷ୍ଟ ଘେଖିଥିଲେ, ସେଥିପାଇ ଏକ ଚକ୍ରାନ୍ତ ଦାୟୀ । ସେ ଆହୁରି ମଧ୍ୟ କହିଥିଲେ, “ଦିଲ୍ଲୀର ଉଚ୍ଚମହଲରେ ଥାଇ ଜଣାଅଛି ଅନେକ ସମୟରେ ପୁରସ୍କାର କିପରି ମିଳେ । ଏଣୁ ମନୋଜ ବାବୁଙ୍କୁ ଗୋଟିଏ ଯୋଡ଼ିଏ ଉପାଧି ବା ପୁରସ୍କାର ନମିଳିବାରୁ ଦୁଖ୍ହ ନାହିଁ । (“ମନୋଜାୟନ” ଦ୍ରଷ୍ଟବୟ)
ଆମର ଦୁଖ କିନ୍ତୁ ଅନ୍ୟ ଗୋଟିଏ କାରଣ ଯୋଗୁଁ । ୧୨ ବଷଷ ତଳେ ମନୋଜ ବାବୁଙ୍କୁ ପଦ୍ମଶ୍ରି ପ୍ରଦାନ କରାଗଲା । ଯାହା ତାଙ୍କ ପାଇ ସମ୍ପୂର୍ଣ୍ଷ ଅନାବଶ୍ୟକ ଥିଲା । ଏଥି ମଧ୍ୟରେ ଆଉ ଦୁଇଜଣ କବି “ପଦ୍ମଭୂଷଣ” ପାଇଲେ। ତହିଁ ଭିତରୁ ଜଣେ ଅଳ୍ପ ଦିନ ଅନ୍ତେ “ପଦମ ବିଭୂଷଣ” ହେଲେ । ଭଲ କଥା । କିନ୍ତୁ ମନୋଜ ବାବୁ ପଦ୍ମ ସମ୍ମାନ ବିଚାରକମାନଙ୍କ ଦ୍ୱାରା ବିସ୍ମୃତ । ଏହା ଏକ ବିପୁଳ ବିଡମ୍ବନା ବୋଲି ମନେ ହୁଏ ।

ସେ ଯାହାହେଉ, “ଜ୍ଞାନପୀଠ” ପୁରସ୍କାର ଜଣେ ଲେଖକର ଅବଦାନକୁ ବିଚାରକୁ ନେଇ ଦିଆଯାଏ । ସେ ଦୃଷ୍ଟିରୁ ସେ ପ୍ରତିଷ୍ଠାନର ଓଡ଼ିଆ ସୁପାରିସ୍କାରୀମାନେ ନିଜର ବିବେକ ସମ୍ମତ କର୍ମ କରୁଛନ୍ତିତ? ମନୋଜ ଦାସଙ୍କୁ ଛାଡ଼ିଦେଲେ ବି ମହାପାତ୍ର ନିଳମଣି ସାହୁ, ଚନ୍ଦ୍ରଶେଖର ରଥ ବା ଶାନ୍ତନୁ ଆଚର୍ଯାଙ୍କ କଥା ବିଚାରକୁ ନେଇଛନ୍ତିତ?

ଏକାଡେମି ପୁରସ୍କାର ସକାଶେ ଯେଉଁମାନେ ସୁପାରିସ୍ କରନ୍ତି, ସେମାନଙ୍କ ନାମ ପ୍ରକାଶ କରାଯାଏ । ଜ୍ଞାନପୀଠ ମନୋନୟନ ଗୋଷ୍ଠୀର ସଭାପତି ଶ୍ରୀ ସୀତାକାନ୍ତ ମହାପାତ୍ରଙ୍କୁ ଅନୁରୋଧ, ସେ ତାଙ୍କ ସଂସ୍ଥାର ଓଡ଼ିଆ ସୁପାରିସ୍ କାରୀମାନଙ୍କ ନାମ ପ୍ରକାଶ କରନ୍ତୁ । ତା ହେଲେ ସାହିତ୍ୟପ୍ରେମୀ ମାନେ ସେ ଭଦ୍ରଲୋକ/ଭଦ୍ରମହିଳାମାନଙ୍କ ନିରପକ୍ଷତା ଏବଂ ବିଚାରବୋଧତା ସମ୍ପର୍କରେ ଧାରଣା କରିପାରିବେ ।

ଅଳମତି ବିସ୍ତରଣେ ।
ବିନୀତ
ସୁଦର୍ଶନ ଦାସ
କମିଶନିଙ୍ଗ ଏଡିଟର୍ ,
ରତ୍ନ ସାଗର ପ୍ରଇଘଭଟ୍ ଲିମିଘଟଡ଼୍ ,
ମୁଖାର୍ଜୀ ନଗର,
ନୂଆ ଦିଲ୍ଲୀ – ୯

Share in top social networks!
Powered By Indic IME