ଟାଟା ଷ୍ଟିଲର ଚିତ୍ର ପ୍ରଦର୍ଶନୀରେ ସୃଜନାତ୍ମକ କଳାର ସମ୍ଭାର; ୧୬ଜଣ ବରେଣ୍ୟ କଳାକାରଙ୍କ ସମେତ ୧୯ଜଣ ଯୁବ ଚିତ୍ରଶିଳ୍ପୀ ସମ୍ମାନିତ

jatintataଚିତ୍ରାଙ୍କନ ଶିବିର ତଥା ପ୍ରଦର୍ଶନୀ ଆର୍ଟ-ଇନ୍-ଇଣ୍ଡଷ୍ଟ୍ରି ଓ ଟାଟା ଷ୍ଟିଲ ଓଡ଼ିଶା ଉତ୍ସବ-୨୦୧୬ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀରେ ଉଦ୍ୟାପିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ସରକାରଙ୍କ ସମବାୟ ଓ ଅବକାରୀ ବିଭାଗ ମନ୍ତ୍ରୀ ଡଃ ଦାମୋଦର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରସିଦ୍ଧ ଚିତ୍ର ଶିଳ୍ପୀ ଶ୍ରୀ ଜତୀନ ଦାସ, ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ଭାଇସ ପ୍ରେସିଡେଂଟ ତଥା ଟାଟା ଷ୍ଟିଲ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଅରୁଣ ମିଶ୍ର, ଟାଟା ଷ୍ଟିଲ ଭାରତ ଓ ଦକ୍ଷିଣ-ପୂର୍ବ ଏସିଆର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଟିଭି ନରେନ୍ଦ୍ରନ୍ଙ୍କ ସହଧର୍ମିଣୀ ଶ୍ରୀମତି ରୁଚି ନରେନ୍ଦ୍ରନ୍ ଓ ଟାଟା ଷ୍ଟିଲ କର୍ପୋରେଟ୍ କମୁ୍ୟନିକେସନ ଓ ରେଗୁଲେଟାରି ଏଫାୟେର୍ସ ବିଭାଗର ଗ୍ରୁପ୍ ନିଦେ୍ର୍ଧଶକ ଶ୍ରୀ ଚାଣକ୍ୟ ଚୌଧୁରୀ ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଓଡ଼ିଶାର କଳା ଓ ସଂସ୍କୃତିର ପ୍ରସାର ସହିତ ଏହି ୩ ଦିନିଆ ଶିବିର ଖ୍ୟାତାନାମା, ପେସାଦାର କଳାକାର ଓ ଯୁବ ପ୍ରତିଭାମାନଙ୍କୁ ଶିକ୍ଷା ଗ୍ରହଣ, ଆଲୋଚନା ଓ ଅଭ୍ୟାସ କରିବା ପାଇଁ ଉପଯୁକ୍ତ ମଂଚ ପ୍ରଦାନ କରିଥିଲା ।

ଏହି ଅବସରରେ ମୁଖ୍ୟ ଅତିଥି ଡଃ ରାଉତ ଚିତ୍ର ଶିଳ୍ପୀମାନଙ୍କୁ ଓଡ଼ିଶାର ମହାନ କଳା ଓ ସଂସ୍କୃତିର ସଂରକ୍ଷଣ ପାଇଁ ଆହ୍ୱାନ କରିଥିଲେ । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତିର ସଂରକ୍ଷଣ ଏବଂ ବିକାଶ ପାଇଁ ଟାଟା ଷ୍ଟିଲ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।

ଶ୍ରୀମତି ନରେନ୍ଦ୍ରନ୍ ନିଜ ଅଭିଭାଷଣରେ ଓଡ଼ିଶାର ମର୍ଯ୍ୟଦାସମ୍ପନ୍ନ କଳାତ୍ମକ ଐତିହ୍ୟର ଅବତାରଣା କରିବା ସହ ଭବିଷ୍ୟତରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ପାଇଁ କମ୍ପାନୀର ସହଯୋଗ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଚିତ୍ର ଶିଳ୍ପୀଙ୍କୁ ସହାୟତା ଭଳି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ରାଜ୍ୟର ମହାନ କଳା, ସଂସ୍କୃତି ଓ ପରମ୍ପରାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ଅରୁଣ ମିଶ୍ର ମତ ପ୍ରକାଶ କରିଥିଲେ ।

ଏହି ଶିବିରରେ ଭାରତର ୧୬ ଜଣ ପ୍ରସିଦ୍ଧ ଚିତ୍ର ଶିଳ୍ପୀ ନିଜ ଚିତ୍ରକଳାର ପ୍ରଦର୍ଶନ କରିଥିଲେ । ଯୁବ ଚିତ୍ରଶିଳ୍ପୀଙ୍କ ପାଇଁ କର୍ମଶାଳା ଓ ବିଭିନ୍ନ ଖ୍ୟାତିସମ୍ପନ୍ନ ଚିତ୍ରକାରଙ୍କ ସହ ସେମାନଙ୍କ ଆଲୋଚନା ଏହି ଶିବିରର ମୁଖ୍ୟ ଆକର୍ଷଣ ଥିଲା । ଏହାସହିତ ଟାଟା ଷ୍ଟିଲ ଆନ୍ତଃ ବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଚୟନ ହୋଇଥିବା ଛାତ୍ରଛାତ୍ରୀ ଏହି ଶିବିରରେ ପ୍ରସିଦ୍ଧ ଚିତ୍ରଶିଳ୍ପୀଙ୍କଠାରୁ ଶିକ୍ଷାଗ୍ରହଣ କରିବା ସହ ନିଜ ଚିତ୍ରକଳାର ପ୍ରଦର୍ଶନ କରିଥିଲେ । ଏଠାରେ ଅଂଶଗ୍ରହଣ କରିଥିବା ୧୯ଜଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଖ୍ୟାତାନାମା କଳାକାର ଶ୍ରୀ ଜତିନ ଦାସ ଓ ଚାଣକ୍ୟ ଚୌଧୁରୀ ସମ୍ମାନିତ କରିଥିଲେ । ଏହାବ୍ୟତୀତ ବିଭିନ୍ନ କଳା ମହାବିଦ୍ୟାଳୟର ୫୦ଜଣ ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗ ଦେଇଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ, ଆର୍ଟ-ଇନ୍-ଇଣ୍ଡଷ୍ଟ୍ରି “ଟାଟା ଷ୍ଟିଲ ଓଡ଼ିଶା ଉତ୍ସବ-୨୦୧୬” ର ପ୍ରଥମ କାର୍ଯ୍ୟକ୍ରମ । ଏହାବ୍ୟତୀତ “ଟାଟା ଷ୍ଟିଲ ଓଡ଼ିଶା ଉତ୍ସବ-୨୦୧୬” ଅନ୍ତର୍ଗତ ୯ରୁ ୧୦ ଜାନୁଆରୀରେ ଭୁବନେଶ୍ୱର ଲଳିତ କଳା ଏକାଡେମୀରେ ଲିଟେରାରୀ ମିଟ୍ ଓ ଓଡ଼ିଶା ସରକାରଙ୍କ ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରାଳୟ ସହଯୋଗରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ୍ଠାରେ ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍ ମାରାଥନ୍ର ଆୟୋଜନ କରାଯାଉଛି ।

Share in top social networks!