ବିଜେପି ସାଂଗଠନିକ ପର୍ବର ୨ୟ ଦିନରେ ମଧ୍ୟ ବ୍ୟାପକ ସହମତି, ଆଜି ସୁଦ୍ଧା ସମୁଦାୟ ୧୮ଟି ସାଂଗଠନିକ ଜିଲ୍ଲାର ନିର୍ବାଚନ କାର୍ଯ୍ୟ ସମାପ୍ତ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଥିବା ସାଂଗଠନିକ ପର୍ବର ଦ୍ୱିତୀୟ ଦିନରେ ଜିଲ୍ଲାସ୍ତରୀୟ ନିର୍ବାଚନ କାର୍ଯ୍ୟ ବ୍ୟାପକ ସହମତି ଭିତ୍ତିରେ ଅନୁଷ୍ଠିତ ହୋଇଛି ।
ଆଜି ବଣେଇ, ପାନପୋଷ, ସୁନ୍ଦରଗଡ, କଳାହାଣ୍ଡି, ନବରଂଗପୁର, ମାଲକାନଗିରି, କୋରାପୁଟ, କଟକ ସଦର ଓ ପୁରୀ ଆଦି ୯ଟି ସାଂଗଠନିକ ଜିଲ୍ଲାର ନିର୍ବାଚନ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ଦୁଇ ଦିନରେ ସମୁଦାୟ ୧୮ଟି ଜିଲ୍ଲାର ନିର୍ବାଚନ କାର୍ଯ୍ୟ ପୂର୍ଣ୍ଣ ସହମତି ଭିତ୍ତିରେ ସମାପ୍ତ ହୋଇଛି ।
ଦଳର ଦୁଇ କେନ୍ଦ୍ରୀୟ ଅଧିକାରୀ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ଅରୁଣ ସିଂହ ଓ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ଶ୍ରୀଯୁକ୍ତ ସୌଦାନ ସିଂହ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀଯୁକ୍ତ ପ୍ରସନ୍ନ ମିଶ୍ର, ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ଶ୍ରୀଯୁକ୍ତ ଶାରଦା ପ୍ରସାଦ ଶତପଥୀ, ସଦସ୍ୟତା ପ୍ରଭାରୀ ରଂଜନ ପଟେଲ୍, ବରିଷ୍ଠ ନେତା ଶ୍ରୀଯୁକ୍ତ ବିଜୟ ମହାପାତ୍ର, ବିଜେପି ବିଧାୟକ ଦଳ ନେତା ଶ୍ରୀଯୁକ୍ତ ବସନ୍ତ ପଣ୍ଡା, ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ସମୀର ଦେ ଓ ଶ୍ରୀମତି ସୁରମା ପାଢ଼ୀ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନମୋହନ ସାମଲ, ନୟନ କିଶୋର ମହାନ୍ତି ଓ ମୋହନ ମାଝୀ, ରାଜ୍ୟ ସଂପାଦକ ଶ୍ରୀଯୁକ୍ତ ଅଶୋକ ମିଶ୍ର, ଡଃ ଯତୀନ ମହାନ୍ତି, ଶ୍ରୀଯୁକ୍ତ ବିରଂଚି ତ୍ରିପାଠୀ, ଶ୍ରୀଯୁକ୍ତ ଛୋଟେଲାଲ୍ ମହନ୍ତ, ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ର ଓ ଶ୍ରୀମତି ପ୍ରଭାତୀ ପରିଡ଼ା ପ୍ରମୁଖ ସାଂଗଠନିକ ଜିଲ୍ଲାମାନଙ୍କରୁ ଆସିଥିବା କର୍ମୀମାନଂକଠାରୁ ମତ ସଂଗ୍ରହ କରି ସହମତି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।
ଆଗାମୀ ଦିନରେ ଜିଲ୍ଲା କମିଟି ଓ ସଭାପତିଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ କେନ୍ଦ୍ରୀୟ ନେତା ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ଅରୁଣ ସିଂହ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଂକୁ ସଂବୋଧିତ କରି କହିଛନ୍ତି ଯେ, କାର୍ଯ୍ୟକର୍ତ୍ତା ହେଉଛନ୍ତି ଦଳର ସମ୍ପତ୍ତି । ତେଣୁ ନିଜର ଦାୟିତ୍ୱ ତୁଲାଇବା ସହ ବିଭିନ୍ନ ପ୍ରସଂଗରେ ଦଳୀୟ ଦୃଷ୍ଟିଭଂଗିକୁ ଲୋକଙ୍କ ପାଖରେ ପହଂଚାଇବା ସହ ସାଧାରଣ ଲୋକଙ୍କୁ ଦଳ ସହ ଯୋଡ଼ିବାର ଗୁରୁ ଦାୟିତ୍ୱ ମଧ୍ୟ ନେବେ ।

Share in top social networks!