ପୋଲାଭରମ୍ ପ୍ରକଳ୍ପକୁ ନେଇ ବିଜେଡି ସରକାର ନାଟକବାଜି କରୁଛି – ପ୍ରସାଦ

dilipପୋଲାଭରମ୍ ପ୍ରକଳ୍ପକୁ ନେଇ ବିଜେଡି ସରକାର ନାଟକବାଜି କରୁଛି । ଏହି ପ୍ରକଳ୍ପର ସମାଧାନ ପାଇଁ ରାଜ୍ୟ ସରକାରଙ୍କର ସାମାନ୍ୟତମ ଆନ୍ତରିକତା ନାହିଁ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଏହି ପ୍ରକଳ୍ପ ଦ୍ୱାରା କେତେ ଅଞ୍ଚଳ ବୁଡିବ, କେତେ ଲୋକ ବାସଚୁ୍ୟତ ହେବେ, କେତେ ଗାଁ ଉଜୁଡିଯିବ ଓ କେତେ କ୍ଷୟକ୍ଷତି ହେବ ତାହାର ସଠିକ୍ ତଥ୍ୟ ସରକାରଙ୍କ ପାଖରେ ନାହିଁ । ୭୦ ଦଶକର ଶେଷଭାବରେ ରାଜ୍ୟରେ ତତ୍କାଳୀନ ଜନତା ପାର୍ଟି ସରକାରରେ ଥିବାବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହିତ ପୋଲାଭରମ୍ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ପୋଲାଭରମ୍ ପ୍ରକଳ୍ପର ବନ୍ଧର ଉଚ୍ଚତା କେତେ ହେବ ତାହା ମଧ୍ୟ ସ୍ଥିରୀକୃତ ହୋଇଥିଲା । ମାତ୍ର ଏବେ ପ୍ରକଳ୍ପ ବିରୁଦ୍ଧରେ ଜନଅସନ୍ତୋଷ ଦାନା ବାନ୍ଧିଲା ପରେ ମଧ୍ୟ ଏଥିପାଇଁ ଗ୍ରାମସଭା କିମ୍ବା ଜନଶୁଣାଣି ସରକାର କରିବାରେ ସମର୍ଥ ହୋଇନାହାନ୍ତି । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ବନ୍ଧର ଉଚ୍ଚତା କେତେ ରହିଲେ ସର୍ବନିମ୍ନ କ୍ଷୟକ୍ଷତି ହେବ ତାହା ସରକାର ଆକଳନ କରିପାରିଥା’ନ୍ତେ । ଆହୁରି ମଧ୍ୟ କେନ୍ଦ୍ର ସରକାରଙ୍କ ବୈଷୟିକ କମିଟି ପାଖରେ ସରକାର ପ୍ରକଳ୍ପ ସଂପର୍କିତ ସ୍ପଷ୍ଟ ମତ ରଖିପାରିଲେ ନାହିଁ । ଆନ୍ଧ୍ର ସରକାରଙ୍କ ଠାରୁ ଜନଶୁଣାଣି ବାବଦରେ ଅର୍ଥ ହସ୍ତଗତ କଲା ପରେ ମଧ୍ୟ ରାଜ୍ୟ ସରକାର ଜନଶୁଣାଣି କରିବାରେ ବିଫଳ ହୋଇଛନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି । ଲୋକଙ୍କୁ ଭୂୃଅାଁ ବୁଲାଇବା ପାଇଁ ପୋଲାଭରମ୍ ପ୍ରକଳ୍ପକୁ ନେଇ ଦକ୍ଷିଣ ଓଡିଶାରେ ଆଜି ବିଜେଡି ଦଳ ପକ୍ଷରୁ ହରତାଳ କରାଯାଇଛି । ରାଜଧାନୀରେ ମଧ୍ୟ ଏହିଭଳି ନାଟକବାଜି କରି କେନ୍ଦ୍ର ସରକାରଙ୍କୁ ଦାୟୀ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଭେଦ ପ୍ରୀତି ରାଜ୍ୟବାସୀଙ୍କ ଆଉ ଅଜଣା ନାହିଁ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ଙ୍କ ବକ୍ତବ୍ୟ ପରେ ବିଜେଡି ଓ ବିଜେପି ଭିତରେ ଥିବା ଚୋରାପ୍ରୀତି ପଦାରେ ପଡିଯାଇଛି । ତେଣୁ ବିଜେଡି ବିଜେପି ମଧ୍ୟରେ ମଧୁଚନ୍ଦି୍ରକା ଥିଲାବେଳେ କେନ୍ଦ୍ର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା କେବଳ ଲୋକଙ୍କୁ ଭୂଅାଁ ବୁଲାଇବା ଖଣି ଓ ଚିଟ୍ଫଣ୍ଡ ଭଳି ସଙ୍ଗୀନ ଦୁର୍ନୀତିରୁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ମୁକୁଳିପାରି ନଥିବା ବେଳେ ରାସନକାର୍ଡର ମହାଦୁର୍ନୀତି ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ।
ଏହି ଦୁର୍ନୀତି ପ୍ରସଙ୍ଗରୁ ରାଜ୍ୟବାସୀଙ୍କର ନଜର ହଟାଇବା ପାଇଁ ଏବଂ ସରକାର ବିରୁଦ୍ଧରେ ଦାନା ବାନ୍ଧୁଥିବା ଜନଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଶାସକ ଦଳ ପୋଲାଭରମ୍ ନାଟକବାଜି ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ହରିଚନ୍ଦନ ପ୍ରକଳ୍ପର ଉଚ୍ଚତା କମାଇବା ପାଇଁ ଦାବି କରିବା ସହିତ ପ୍ରକଳ୍ପ ଅଞ୍ଚଳରେ ଯେପରି ଗୋଟିଏ ଗାଁ ମଧ୍ୟ କ୍ଷତିଗ୍ରସ୍ତ ନହୁଏ ସେଥିପାଇଁ ସରକାରଙ୍କୁ ସତର୍କ କରାଇଛନ୍ତି ।

Share in top social networks!