ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କର କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା

paswanଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ହିତାଧ#କାରୀମାନଙ୍କୁ ଆବଶ୍ୟକ ଚାହିଦା ମୁତାବକ ଚାଉଳ ଯୋଗାଣ, ରାଜ୍ୟରୁ ବଳକା ଚାଉଳ ଉଠାଣ, ଧାର୍ଯ୍ୟ ଦର ମୁତାବକ ଅଖା ଯୋଗାଣ, ଖରିଫ ବିପଣନ ବର୍ଷରେ ପ୍ରାଶାସନିକ ପାଉଣାର ସଂଶୋଧନ ଓ ସରକାରଙ୍କ ଦ୍ୱାରା ପରିଚାଳିତ ଆଦିବାସୀ ଓ ଜନଜାତି ଛାତ୍ରାବାସର ସମସ୍ତ ଅନ୍ତେବାସୀମାନଙ୍କୁ ରିହାତି ଦରରେ ଚାଉଳ ଯୋଗାଣ ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ କୁମାର ଦାସ ବର୍ମା କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତିା
ଆଜି ନୂଆଦିଲ୍ଲୀରେ ମନ୍ତ୍ରୀ ଶ୍ରୀ ଦାସ ବର୍ମା କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାଶ ପାଶଓ୍ୱାନଙ୍କୁ ସାକ୍ଷାତ କରି ରାଜ୍ୟର ଏହି ସବୁ ଦାବି ସଂପର୍କରେ ଦୃଷ୍ଟି ଆକର୍ଷଣ କରିବା ସହିତ ଏହାର ସମାଧାନ ନିମନ୍ତେ ମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତିା
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ହିତାଧ#କାରୀମାନେ ୯୦ ପ୍ରତିଶତ ଚାଉଳ ଓ ୧୦ ପ୍ରତିଶତ ଗହମ ପାଇଁ ଆବେଦନ କରିଛନ୍ତିା କିନ୍ତୁ କେନ୍ଦ୍ର ସରକାର ୪୦ ପ୍ରତିଶତ ଗହମ ଯୋଗାଇବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତିା ଯାହାଫଳରେ ହିତାଧ#କାରୀମାନଙ୍କୁ ଖାଦ୍ୟଶସ୍ୟ ଯୋଗାଣରେ ଅସୁବିଧା ପରିଲକ୍ଷିତ ହେଉଛିା ଏଣୁ ଏହି ନିଷ୍ପତ୍ତିର ପୁନର୍ବିଚାର କରି ହିତାଧ#କାରୀମାନଙ୍କୁ ଚାହିଦା ମୁତାବକ ୯୦ ପ୍ରତିଶତ ଚାଉଳ ଯୋଗାଇଦେବା ନିମନ୍ତେ ମନ୍ତ୍ରୀ ଶ୍ରୀ ଦାସ ବର୍ମା ଅନୁରୋଧ କରିଛନ୍ତିା
୨୦୦୨ ମସିହାରୁ ରାଜ୍ୟରେ ବିକେନ୍ଦ୍ରୀକରଣ ଧାନ ସଂଗ୍ରହ ବ୍ୟବସ୍ଥାରେ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ ହେଉଛିା ଏଥ# ନିମନ୍ତେ ରାଜ୍ୟ ସରକାର ଏକ ବୁଝାମଣା ପତ୍ର ମଧ୍ୟ ସ୍ୱାକ୍ଷର କରିଛନ୍ତିା ସର୍ତ୍ତ ମୁତାବକ ରାଜ୍ୟର ସମସ୍ତ ବଳକା ଚାଉଳ କେନ୍ଦ୍ର ସରକାର ଏଫ୍ସିଆଇ ଜରିଆରେ ସଂଗ୍ରହ କରିବା କଥାା କିନ୍ତୁ ଧାର୍ଯ୍ୟ ଲକ୍ଷ୍ୟ ପରିମାଣରେ ଚାଉଳ ଉଠାଣ ହେଉନଥ#ବାରୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛିା ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ବଳକା ଚାଉଳ ଉଠାଣ ନିମନ୍ତେ ଏଫ୍ସିଆଇକୁ ନିର୍ଦ୍ଦେଶ ଦେବାକୁ ମନ୍ତ୍ରୀ ଶ୍ରୀ ଦାସ ବର୍ମା ଅନୁରୋଧ
କରିଛନ୍ତିା ଏହା ସହିତ ଧାର୍ଯ୍ୟ ଦର ମୁତାବକ ଆବଶ୍ୟକ ସଂଖ୍ୟାରେ ଅଖା ଯୋଗାଇଦେବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ କହିଛନ୍ତିା
ଆଗାମୀ ଖରିଫ୍ ବିପଣନ ବର୍ଷରେ ବିଭିନ୍ନ ପ୍ରାଶାସନିକ ଖର୍ଚ୍ଚ ଯଥା ମଣ୍ଡି ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି ଓ ଅନ୍ୟାନ୍ୟ ପାଉଣାର ସଂଶୋଧନ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ବର୍ମା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତିା
ରାଜ୍ୟରେ ଅନୁସୂଚୀତ ଜାତି ଓ ଜନଜାତିର ଛାତ୍ରାବାସରେ ମୋଟ ୪୮୮୫୫୫ ଅନ୍ତେବାସୀ ଥ#ବା ବେଳେ କେନ୍ଦ୍ର ସରକାର ବିପିଏଲ୍ ଦରରେ ୬୨୭୯୫ ଅନ୍ତେବାସୀଙ୍କୁ ଚାଉଳ ଯୋଗାଇ ଦେଉଛନ୍ତିା ଏବେ ଅବଶିଷ୍ଟ ୪୨୫୭୬୦ ଅନ୍ତେବାସୀଙ୍କୁ ରାଜ୍ୟ ସରକାର ନିଜସ୍ୱ ପା=ିରୁ ରିହାତି ଦରରେ ଚାଉଳ ଯୋଗାଇ ଦେଉଛନ୍ତିା ସେହି ୪୨୫୭୬୦ ଅନ୍ତେବାସୀଙ୍କୁ ରିହାତି ଦରରେ କେନ୍ଦ୍ର ସରକାର ଚାଉଳ ଯୋଗାଇଦେବା ନିମନ୍ତେ ମନ୍ତ୍ରୀ ଶ୍ରୀ ଦାସ ବର୍ମା ଦୃଢ ଦାବି ଉପସ୍ଥାପନ କରିଛନ୍ତିା
ଆଜି ଏହି ସାକ୍ଷାତ ଆଲୋଚନା ସମୟରେ କେନ୍ଦ୍ର ଖାଦ୍ୟ ସଚିବ ବି୍ରନ୍ଦାସ୍ୱରୂପ, କେନ୍ଦ୍ର ବିଭାଗୀୟ ଯୁଗ୍ମ ସଚିବ ଦୀପକ କୁମାର ଓ ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ମଧୁସୂଦନ ପାଢୀ ଉପସ୍ଥିତ ଥ#ଲୋ

Share in top social networks!