“ସତର୍କତା ପ୍ରତି ସଚେତନତାର ଅଭାବ ହିଁ ଦୁର୍ନୀତିର ମୂଳ କାରଣ” : କେ.ଭି. ଚୌଦାରୀ

kvcଆଜି ଅନୁଷ୍ଠିତ ନାଲ୍‍କୋ ପ୍ରତିଷ୍ଠା ଦିବସ ବକôୃତା ମାଳାର ପଞ୍ଚଦଶ ସଂସ୍କରଣରେ କେନ୍ଦ୍ରୀୟ ସତର୍କତା କମିଶନର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ‘ଉତ୍ତମ ଶାସନ ନିମନ୍ତେ ପ୍ରତିରୋଧାତ୍ମକ ସତର୍କତା ଏକ ମୁଖ୍ୟ ମାଧ୍ୟମ’ ଶୀର୍ଷକରେ ଅଭିଭାଷଣ ପ୍ରଦାନ କରିଛନ୍ତି ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ, ନାଲ୍‍କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଚଳିତ ସଂସ୍କରଣର ବିଷୟବସ୍ତୁ ସମ୍ପର୍କରେ ସମ୍ୟକ୍‍ ସୂଚନା ପ୍ରଦାନ କରିଥିଲେ । ନିଜର ବକ୍ତବ୍ୟରେ ଶ୍ରୀ ଚାନ୍ଦ କହିଲେ ଯେ ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ୍‍ ଭାବେ ନାଲ୍‍କୋ ସର୍ବଦା ସ୍ୱଚ୍ଛତା, ସଚ୍ଚୋଟତା ଏବଂ ସାଧୁତାକୁ ଅଗ୍ରାଧିକାର ଦେଇଆସିଛି । କମ୍ପାନୀର ପରିଚାଳନାରେ ଉତ୍ତମ ଶାସନ ବ୍ୟବସ୍ଥିତ କରିବା ପାଇଁ ମଧ୍ୟ ନାଲ୍‍କୋ ପଦକ୍ଷେପ ଗ୍ରହଣ କରିଆସିଛି ।
ଶ୍ରୀ ଚୌଦାରୀ, ତାଙ୍କ ଅଭିଭାଷଣରେ ଲୋକମାନଙ୍କ ମଧ୍ୟରେ ସତର୍କତା ପ୍ରତି ସଚେତନତାର ଅଭାବକୁ ଦୁର୍ନୀତିର ମୂଳ କାରଣ ବୋଲି ଉଲ୍ଲେଖ କରିଥିଲେ । ଏତଦ୍‍ବ୍ୟତୀତ, ସେ ଭିଜିଲାନ୍ସ ବ୍ୟବସ୍ଥା ଏବଂ ପ୍ରକ୍ରିୟାକୁ ସରଳୀକୃତ କରିବା ସହ ଏହାକୁ ଦୃଢୀଭୂତ କରିବା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଥିଲେ । ସର୍ବୋପରି, ପ୍ରତିରୋଧାତ୍ମକ ସତର୍କତା ଅବଲମ୍ବନ ଦ୍ୱାରା ହିଁ ଦୁର୍ନୀତିକୁ ଅନେକାଂଶରେ ରୋକାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ, ନାଲ୍‍କୋର ଅଧ୍ୟକ୍ଷ ଶ୍ରୀ ଚାନ୍ଦଙ୍କ ଦ୍ୱାରା ରଚିତ ‘ଆଲୁମିନିୟମ୍‍ : ଦି ଷ୍ଟ୍ରାଟେଜିକ୍‍ ମେଟାଲ୍‍’ ଶୀର୍ଷକ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା ।
ଏତଦ୍‍ବ୍ୟତୀତ, ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠ, ତିରୁପତିର କୁଳପତି ପ୍ରଫେସର୍‍ ହରେକୃଷ୍ଣ ଶତପଥୀ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀର କୁଳପତି ପ୍ରଫେସର୍‍ ଗଙ୍ଗାଧର ପଣ୍ଡାଙ୍କୁ ସଂସ୍କୃତ ଶିକ୍ଷା ଏବଂ ଏହାର ପ୍ରଚାର ପ୍ରସାର ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ନାଲ୍‍କୋ କାଳିଦାସ ପୁରସ୍କାର ମଧ୍ୟ ଏହି ଅବସରରେ ପ୍ରଦାନ କରାଯାଇଥିଲା । ଉଭୟଙ୍କୁ ପୁରସ୍କାର ରାଶି ସ୍ୱରୂପ ୫୦,୦୦୦ ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ, ନାଲ୍‍କୋର ନିଦେ୍ର୍ଧଶକ (ମାନବସମ୍ବଳ) ଶ୍ରୀ ଏସ୍‍.ସି. ପାଢୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

Share in top social networks!