ତିନି କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ

12509702_939411169475796_4282394929772590967_nଆସନ୍ତା କାଲି, ଡିସେମ୍ବର ୭, ୨୦୧୫, କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ସିଂହ ତୋମାର, ପେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଦିବାସୀ ମଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ୍ ଓରାମ ଓିଡ଼ିଶା ଗସ୍ତରେ ଆସୁଛନ୍ତି । ଶ୍ରୀଯୁକ୍ତ ଓରାମ ସକାଳ ୯.୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବାକି ଦୁଇ ମନ୍ତ୍ରୀ ଅପରାହ୍ଣ ୧.୧୫ରେ ପହଂଚିବେ ।
ଏଠାରେ ପହଂଚିବା ପରେ ଗୁରୁବାର ଅପରାହ୍ଣ ୩.୧୫ରେ ତିନି ମନ୍ତ୍ରୀ ପୋଖରିପୁଟସ୍ଥିତ ଆଇବିଏମ୍ କାର୍ଯ୍ୟାଳୟ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ।

ସଂଧ୍ୟା ୬.୧୫ରେ ନାଲ୍କୋ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେବା ପରେ ଦୁଇ ମନ୍ତ୍ରୀ ଶ୍ରୀଯୁକ୍ତ ତୋମର୍ ଏବଂ ଶ୍ରୀଯୂକ୍ତ ପ୍ରଧାନ ପୁରୀରେ ରାତ୍ରୀଯାପନ କରିବେ ।

ଡିସେମ୍ବର ୮ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ତୋମର୍ ଏବଂ ଶ୍ରୀଯୂକ୍ତ ପ୍ରଧାନ ଅନୁଗୁଳସ୍ଥିତ ନାଲ୍କୋ କାରଖାନା ପ୍ରଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟାବଳୀର ସମୀକ୍ଷା କରିବେ । ଏହାପରେ ଭୁବନେଶ୍ୱର ଆସି ଶ୍ରୀଯୁକ୍ତ ତୋମାର ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଶ୍ରୀଯୁକ୍ତ ପ୍ରଧାନ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବାର କାର୍ଯ୍ୟକ୍ରମ ରହିଛି ।

Share in top social networks!