ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳା-୨୦୧୬ ପ୍ରସ୍ତୁତି ସମ୍ବନ୍ଧୀୟ ସମୀକ୍ଷା ବୈଠକ

ଆଜି ପ୍ରମୁଖ ଶାସନ ସଚିବ ଶ୍ରୀ ଗଗନ କୁମାର ଧଳଙ୍କ ଅଧ୍ୟକ୍ଷତାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳା-୨୦୧୬ ପ୍ରସ୍ତୁତି ସମ୍ବନ୍ଧୀୟ ସମୀକ୍ଷା ବୈଠକ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିାୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଜାନୁଆରୀ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ&ଥ#ବା ଏହି ବାଣିଜ୍ୟ ମେଳାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ବୃହତ୍ ଶିଳ୍ପସଂସ୍ଥା, ରାଷ୍ଟ୍ରାୟତ ଉଦ୍ୟୋଗ, ବ୍ୟବସାୟିକ ବ୍ୟାଙ୍କ ଓ ଅନ୍ୟ ସଂସ୍ଥାମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛିା ଏହି ସମୀକ୍ଷା ବୈଠକରୁ ଜଣାଯାଇଛି ଯେ ଆଜି ସୁଦ୍ଧା ୨୦୪ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ୨ଟି ବୃହତ୍ ଶିଳ୍ପସଂସ୍ଥା, ୨ଟି ରାଷ୍ଟ୍ରାୟତ ଉଦ୍ୟୋଗ, ୮ଟି ବ୍ୟାଙ୍କ୍ ଏବଂ ହସ୍ତଶିଳ୍ପ ନିର୍ଦ୍ଦେଶାଳୟରୁ ଷ୍ଟଲ ନେବା ପାଇଁ ସମ୍ମତି ଜଣାଇଛନ୍ତିା ୪ଟି ହ୍ୟାଙ୍ଗର ପ୍ରସ୍ତୁତ ସରିଛିା ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ଷ୍ଟଲ ଯୋଗାଣ ସହିତ ପଡିଆର ରକ୍ଷଣାବେକ୍ଷଣ, ବିଦୁ୍ୟତିକରଣ, ଜଳଯୋଗାଣ, କଣ୍ଟ୍ରୋଲ ର&ୁମ ବ୍ୟବସ୍ଥା, ମଞ୍ଚ ପରିଚାଳନା, ସାଂସ୍କୃତିକ କାର୍ଯ୍ୟକ୍ରମ, ଭିଆଇପି ରିସେପ୍ସନ୍ ଏବଂ ଏହି ଅବଧ# ମଧ୍ୟରେ ହେବାକୁ ଥ#ବା ୪ଟି ଆଲୋଚନା ଚକ୍ର ଓ କର୍ମଶାଳା ସମ୍ବନ୍ଧରେ ସମୀକ୍ଷା କରିଥ#ଲୋ
ପ୍ରଚାର ପ୍ରସାର ପାଇଁ କରାଯାଇଥ#ବା ବିଭିନ୍ନ ହୋର୍ଡିଂ, ବିଜ୍ଞାପନ ଏବଂ ପ୍ରତିଦିନ ପ୍ରେସବିଜ୍ଞପ୍ତି ଜାରି ସଂକ୍ରାନ୍ତରେ ଆଲୋଚନା ହୋଇଥ#ଲାା ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ନୂତନ ବଜାର ସୃଷ୍ଟି ଓ ବୈଷୟିକ ଜ୍ଞାନ କୌଶଳ ତଥା ଯନ୍ତ୍ରପାତି ପ୍ରୟୋଗର ଉଦ୍ଦେଶ୍ୟ ନେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଏହି ବାଣିଜ୍ୟ ମେଳା ବିଗତ ୩ ବର୍ଷ ଧରି ଆୟୋଜନ କରାଯାଉଛିା ଚଳିତ ବର୍ଷ ବାଣିଜ୍ୟ ମେଳାରେ କୃଷିଜାତ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ହସ୍ତତନ୍ତ, ବୟନ ଶିଳ୍ପ, ହସ୍ତଶିଳ୍ପ ଏବଂ ପର୍ଯ୍ୟଟନ ଶିଳ୍ପ ଉପରେ ବିଶେଷ ପ୍ରଧାନ୍ୟ ଦିଆଯାଉଛିା
ଏହି ସମୀକ୍ଷା ବୈଠକରେ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ନିତ୍ୟାନନ୍ଦ ପଲାଇ, ଓଏସ୍ଆଇସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରାର୍ଥସାରଥୀ ମିଶ୍ର, ଅତିରକ୍ତ ଶାସନ ସଚିବ ଶ୍ରୀ ବି.ବି ବେହେରା, ଅତିରକ୍ତ ଶାସନ ସଚିବ ଶ୍ରୀ ଫକୀର ମୋହନ ନାୟକ, ଇପିଏମ୍ର ନିର୍ଦ୍ଦେଶକ ଶ୍ରୀ ବି.କେ. ଦାସ, ଶିଳ୍ପ ବିଭାଗର ଯୁଗ୍ମ ନିର୍ଦ୍ଦୋକ ଶ୍ରୀ ସୀତିକାନ୍ତ ଷଡଙ୍ଗୀ, ଉପନିର୍ଦ୍ଦେଶକ ଏ.ଆର୍. ପଣ୍ଡା ଓ ଅନ୍ୟ ବରିଷ୍ଠ ଅଧ#କାରୀମାନେ ଯୋଗଦାନ
କରିଥ#ଲୋ

Share in top social networks!