ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଚାନକ ଗସ୍ତର ପ୍ରଭାବ; ଆଠଗଡ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ମନୋରଞ୍ଜନ ମଲ୍ଲିକ ନିଲମ୍ବିତ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଅଚାନକ ଆଠଗଡ ଡାକ୍ତରଖାନା ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତୀ ଡାକ୍ତର ମନୋରଞ୍ଜନ ମଲ୍ଲିକ୍ ୩ଜଣ ମହିଳାଙ୍କ ଠାରୁ ଲାଂଚ ନେଇଥିବା ଧରାପଡିଥିଲେ । ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବନ କରିଛନ୍ତି । ପୂର୍ବରୁ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ମିଳିଥିଲା । ତେବେ ଆଜି ମନ୍ତ୍ରୀ ଶ୍ରୀ ନାୟକ ଅଚାନକ ଗସ୍ତ କାଳରେ ସଂପୃକ୍ତ ଡାକ୍ତର ୩ ଜଣ ମହିଳାଙ୍କ ଠାରୁ ଲାଂଚ ନେଇଥିବା ଧରାପଡିଥିଲେ । ସେ ନେଇ ମନ୍ତ୍ରୀ ଶ୍ରୀ ନାୟକ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Share in top social networks!