ପେଟ୍ରୋଲ୍ ଡିଜେଲ୍ ଉପରେ ବର୍ଦ୍ଧିତ ଭ୍ୟାଟ୍କୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟହାର କରନ୍ତୁ: ବିଜେପି

ପେଟ୍ରୋଲ ଏବଂ ଡିଜେଲ୍ ଉପରେ ରାଜ୍ୟ ସରକାର ବଢ଼ାଇଥିବା ୩ ପ୍ରତିଶତ ଭ୍ୟାଟ୍କୁ ଓଡ଼ିଶା ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ରାଜ୍ୟ ବିଜେପି ପକ୍ଷରୁ ଦାବୀ କରାଯାଇଛି ।
ଗୋଟିଏ ପଟେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ରୋକିବାରେ ରାଜ୍ୟରେ ଶାସନ କ୍ଷମତାରେ ଥିବା ନବୀନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ପେଟ୍ରୋଲ୍ ଡିଜେଲ୍ ଦର ହ୍ରାସ କରାଗଲେ ତାର ସୁଯୋଗ ନେଇ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ ପାଇଁ ଚେଷ୍ଟା କରିବା ଆବଶ୍ୟକ । କିନ୍ତୁ ଏଭଳି ସ୍ଥିତିରେ ଲୋକଙ୍କ ସ୍ୱାର୍ଥକୁ ଜଳାଂଜଳି ଦେଇ ଓଲଟା ରାଜ୍ୟ ଟିକସ ପରିମାଣ ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ।
ରାଜ୍ୟ ସରକାରଙ୍କ ଏଭଳି ଆଚରଣ ସାଧାରଣ ଲୋକଙ୍କ ପାଇଁ କଦାପି ଗ୍ରହଣୀୟ ନୁହେଁ ।
ଅତଏବ, ଲୋକଂକ ଜୀବନକୁ ଦୁର୍ବିସହ କରି ଟିକସ ଆଦାୟ କରିବାର ଅଭ୍ୟାସକୁ ଛାଡ଼ି ନବୀନ ସରକାର ତୁରନ୍ତ ଏହି ନିଷ୍ପତ୍ତିକୁ ପ୍ରତ୍ୟହାର କରନ୍ତୁ ବୋଲି ଶ୍ରୀଯୁକ୍ତ ଶର୍ମା ଦାବୀ କରିଛନ୍ତି ।

Share in top social networks!