ଆଖିବୁଜିଲେ ପିପିଲି ପୀଡ଼ିତା ବେବିନା

ଗତ 6 ମାସ ଧରି ଏସସିବି ମେଡିକାଲ କଲେଜ ଆଣ୍ଡ ହସପିଟାଲର ସେଣ୍ଟ୍ରାଲ ଆଇସିୟୁରେ ମୃତ୍ୟୁସହ ସଂଗ୍ରାମ କରୁଥିବା ପିପିଲି ଗଣବଳାତ୍କାର  ପୀଡ଼ିତା ବେବିନା ବେହେରାଙ୍କର ଗୁରୁବାର ମୃତ୍ୟୁ ଘଟିଛି। ଦିନ 11.5 ମିନିଟରେ ତାଙ୍କର ମୃତ୍ୟୁ ଘଟିଥିବା ଏସସିବି ପକ୍ଷରୁ ସୂଚନା ଦିଆଯାଇଛି। ସେ ସୁସ୍ଥ ହେଲେ ତାଙ୍କ ସହ ହୋଇଥିବା ସମସ୍ତ ଅଘଟଣକୁ ବର୍ଣନା କରି ଘଟଣାର ପର୍ଦାଫାଶ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସବୁ କଲ୍ପନା ଜଳ୍ପନାର ଅନ୍ତ ଘଟିଛି।

Share in top social networks!
Powered By Indic IME