ଆର୍ଟ-ଇନ୍-ଇଣ୍ଡଷ୍ଟ୍ରି ଶିବିର ସହ ଟାଟା ଷ୍ଟିଲ ଉତ୍ସବ-୨୦୧୬ର ଶୁଭାରମ୍ଭ

tataartଚିତ୍ରାଙ୍କନ ଶିବିର ତଥା ପ୍ରଦର୍ଶନୀ ଆର୍ଟ-ଇନ୍-ଇଣ୍ଡଷ୍ଟ୍ରି ଓ ଟାଟା ଷ୍ଟିଲ ଓଡ଼ିଶା ଉତ୍ସବ-୨୦୧୬ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀରେ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ଶିଳ୍ପ, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରସିଦ୍ଧ ଚିତ୍ରକାର ଓଡ଼ିଆ ବାସିନ୍ଦା ଶ୍ରୀ ଜତୀନ ଦାସ, ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ମୁଖ୍ୟ ସଚିବ ଶ୍ରୀ ପ୍ରଦୀପ ଜେନା ଓ ଟାଟା ଷ୍ଟିଲ କର୍ପୋରେଟ୍ କମୁ୍ୟନିକେସନ୍ସ ଓ ରେଗୁଲେଟୋରି ଏଫାୟେର୍ସ ବିଭାଗର ଗ୍ରୁପ୍ ନିଦେ୍ର୍ଧଶକ ଶ୍ରୀ ଚାଣକ୍ୟ ଚୌଧୁରୀଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ ।

ଓଡ଼ିଶାର କଳା ଓ ସଂସ୍କୃତିର ପ୍ରସାର ସହିତ ଏହି ଶିବିର ଖ୍ୟାତାନାମା, ପେସାଦାର କଳାକାର ଓ ଯୁବ ପ୍ରତିଭାମାନଙ୍କୁ ଗୋଟିଏ ମଞ୍ଚରେ ଶିକ୍ଷା ଗ୍ରହଣ, ଆଲୋଚନା ଓ ଅଭ୍ୟାସ କରିବା ପାଇଁ ଉପଯୁକ୍ତ ମଞ୍ଚ ପ୍ରଦାନ କରୁଛି ।

ଭାରତର ୧୬ଜଣ ଖ୍ୟାତନାମା କଳାକାର ଏହି ୩ଦିନିଆ ଶିବିରରେ ନିଜର ଚିତ୍ରକଳାର ପ୍ରଦର୍ଶନ କରିବେ । ଚିତ୍ରାଙ୍କନ ଛାତ୍ରଛାତ୍ରୀଙ୍କ ପାଇଁ କର୍ମଶାଳା ଓ ବିଭିନ୍ନ ଖ୍ୟାତିସମ୍ପନ୍ନ ଚିତ୍ରକାରଙ୍କ ସହ ସେମାନଙ୍କ ଆଲୋଚନା ଏହି ଶିବିରର ମୁଖ୍ୟ ଆକର୍ଷଣ । ସ୍ଥାନୀୟ କଳାକାରଙ୍କ ଅଂଶଗ୍ରହଣ ଦ୍ୱାରା ଏଥିରେ ଲୋକମାନେ ସ୍ଥାନୀୟ କଳାକୃତିକୁ ଉପଭୋଗ କରିପାରିବେ । ଟାଟା ଷ୍ଟିଲ ଆନ୍ତଃ ବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଚୟନ ହୋଇଥିବା ଛାତ୍ରଛାତ୍ରୀ ଓ ବିଭିନ୍ନ କଳା ମହାବିଦ୍ୟାଳୟର ୫୦ଜଣ ଛାତ୍ରଛାତ୍ରୀମାନେ ଏହି ଶିବିରରେ ଅଂଶଗ୍ରହଣ କରୁଛନ୍ତି ।

ଓଡ଼ିଶାର ଶିଳ୍ପ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର କଳା ଓ ସଂସ୍କୃତିର ପ୍ରସାର ପାଇଁ “ଟାଟା ଷ୍ଟିଲର ପଦକ୍ଷେପକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ କଳା ଓ ସାହିତ୍ୟର ଉନ୍ନତି ପାଇଁ କମ୍ପାନୀ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ଦେଖି ଖୁସି ଅନୁଭବ ହେଉଛି ବୋଲି କହିଥିଲେ । ଆମ ନିକଟରେ ପଟ୍ଟଚିତ୍ର, ଆଦିବାସୀ କଳା ଓ ଅନ୍ୟ ପ୍ରକାର ବିଭିନ୍ନ ସୁନ୍ଦର ଚିତ୍ରକଳାର ସମ୍ଭାର ରହିଛି । ଟାଟା ଷ୍ଟିଲ, ସରକାରଙ୍କ ସହଯୋଗରେ ଏଭଳି କଳାକାରଙ୍କୁ ସହଯୋଗ କରିବା ଉଚିତ, ଯାହାଫଳରେ ସେମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଚିତ୍ରକଳା କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ ବୋଲି ସେ ମତପ୍ରକାଶ କରିଥିଲେ ।

ସେହିପରି ଖ୍ୟାତାନାମା କଳାକାର ଶ୍ରୀ ଜତୀନ ଦାସ ଏହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ପ୍ରତିଯୋଗୀମାନଙ୍କୁ ରାଜ୍ୟର ମହାନ କଳା ଓ ସଂସ୍କୃତିର ପରମ୍ପରାର ସଂରକ୍ଷଣ ପାଇଁ ଆହ୍ୱାନ କରିଥିଲେ । ଏଠାରେ ଉପସ୍ଥିତ କଳାକାର ଓ କଳାପ୍ରେମୀଙ୍କୁ ସମ୍ବୋଧିତ କରି ଶ୍ରୀ ଦାସ ଓଡ଼ିଶାର କଳା ଉକôର୍ଷତା ଉପରେ ବର୍ଣ୍ଣନା କରିବା ସହ ଭବିଷ୍ୟତରେ ମଧ୍ୟ ଟାଟା ଷ୍ଟିଲର ଏହି ପଦକ୍ଷେପକୁ ତାଙ୍କ ସମର୍ଥନ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ମୁଖ୍ୟ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କଳାର ପ୍ରସାର ପାଇଁ ଟାଟା ଷ୍ଟିଲର ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ ।

କଳାକାରଙ୍କୁ ସହଯୋଗ ପ୍ରଦାନ ଭଳି ବିଭିନ୍ନ ପଦକ୍ଷେପ ଓଡ଼ିଶାର ମହାନ କଳା ଓ ସଂସ୍କୃତିକୁ ଅଧିକ ଶକ୍ତିଶାଳୀ କରିବା ପାଇଁ କମ୍ପାନୀଳ ପ୍ରତିଶ୍ରୁତିବଦ୍ଧ ବୋଲି ଟାଟା ଷ୍ଟିଲ କର୍ପୋରେଟ୍ କମୁ୍ୟନିକେସନ୍ସ ଓ ରେଗୁଲେଟୋରି ଏଫାୟେର୍ସ ବିଭାଗର ଗ୍ରୁପ୍ ନିଦେ୍ର୍ଧଶକ ଶ୍ରୀ ଚାଣକ୍ୟ ଚୌଧୁରୀ କହିଥିଲେ । ଆର୍ଟ-ଇନ୍-ଇଣ୍ଡଷ୍ଟ୍ରି ଭାରତର ଖ୍ୟାତାନାମା କଳାକାରଙ୍କୁ ନିଜ ପ୍ରତିଭାର ପରିପ୍ରକାଶ ଓ ପ୍ରଦର୍ଶନ ନିମେନ୍ତ ଏକ ମଞ୍ଚ ପ୍ରଦାନ କରୁଛି ବୋଲି ସେ ମତ ପ୍ରକାଶ କରିଥିଲେ ।

ଆର୍ଟ-ଇନ୍-ଇଣ୍ଡଷ୍ଟ୍ରି ବିଷୟରେ ୧୯୪୩ରେ ଚିନ୍ତା କରାଯାଇଥିଲା, ମୁମ୍ବାଇର ଜେଜେ ଆର୍ଟ ସ୍କୁଲରେ କଳାକାରମାନଙ୍କୁ ପୁରସ୍କାର ଓ ବୃତ୍ତି ପ୍ରଦାନ ପାଇଁ ଆୟୋଜିତ ପ୍ରତିଯୋଗିତାରେ ଟାଟା ଷ୍ଟିଲ ଅନ୍ୟତମ ପ୍ରାୟୋଜକ ଥିଲା । ସେହି ସମୟରେ ମଧ୍ୟ ସ୍ୱଳ୍ପ ପରିଚିତ କଳାକାରଙ୍କୁ ପ୍ରମୁଖ ଶିଳ୍ପପତି ଓ କଳା ପ୍ରେମୀଙ୍କ ନିକଟରେ ପରିଚିତ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ।

Share in top social networks!