ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ପାଇଁ ୭୦ କୋଟି ଟଙ୍କା ମଞ୍ଜୁର

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କୁ ସେମାନଙ୍କର ବକେୟା ମାସିକ ପାଉଣା
ପ୍ରଦାନ କରିବା ପାଇଁ ୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ୨୦୧୫ ମସିହା ଜୁନ୍ ମାସରେ ନିଯୁକ୍ତି ପାଇଥ#ବା
ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ଅଗ୍ରାଧ#କାର ଭିତ୍ତିରେ ଏହି ବକେୟା ପ୍ରାପ୍ୟ ପ୍ରଦାନ କରାଯିବ । ବିଦ୍ୟାଳୟ ଓ ଗଣଶିକ୍ଷା
ବିଭାଗରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶିକ୍ଷକମାନେ ସେମାନଙ୍କୁ ମିଳିବା ପାଇଁ ଥ#ବା ବକେୟା ପାଉଣା ପ୍ରଦାନ ସମ୍ପର୍କରେ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଦୃଷ୍ଟି ଅକାର୍ଷଣ କରିଥ#ଲେ । ଏ ସମ୍ପର୍କରେ ମନ୍ତ୍ରୀଙ୍କ
ନିର୍ଦ୍ଦେଶ କ୍ରମେ ବିଭାଗୀୟ ଉଚ୍ଚ ପଦାଧ#କାରୀସ୍ତରରେ ଅନୁଷ୍ଠିତ ବୈଠକରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି
ନିଆଯାଇଥ#ଲା ।
ଏଥ#ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧ#କାରୀମାନଙ୍କ ପାଖକୁ ଏହି ପାଉଣା ବାବଦୀୟ ଆବଶ୍ୟକୀୟ
ଅନୁାଦାନ ପ୍ରଦାନ କରାଯାଇଛି । ମଞ୍ଜୁର ଅନୁଦାନ ପ୍ରାପ୍ତ ହେବାର ଏକ ସପ୍ତାହ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧ#କାରୀଙ୍କୁ ସମସ୍ତ
ବକେୟା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ, ଏହି ସମସ୍ତ ପ୍ରକି୍ରୟା ୨୦୧୬ ଜାନୁୟାରୀ ୧୫ ତାରିଖ ସୁଦ୍ଧା ସମ୍ପନ୍ନ
କରିବା ପାଇଁ ସ୍ଥିର ହୋଇଛି ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରନ#ାକର ରାଉତ ପ୍ରକାଶ କରିଛନ୍ତି ।

Share in top social networks!