ଜାନୁଆରୀ ୨ରୁ ଶିଶିର ସରସ

ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଏବଂ ବିପଣନ ସମିତି (ଓରମାସ୍), ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ
ଅଧ#ନସ୍ଥ ଏକ ସ୍ୱୟଂଶାସିତ ସଂସ୍ଥା ଦ୍ୱାରା ଇଡ଼୍କୋ ପ୍ରଦର୍ଶନୀ ପଡ଼ିଆ (ପୂର୍ବାଞ୍ଚଳ ଏବଂ କେନ୍ଦ୍ରାଞ୍ଚଳ),ୟୁନିଟ୍-୩,
ଭୁବନେଶ୍ୱରଠାରେ ୧୨ ଦିନ ପାଇଁ ଶିଶିର ସରସ ଆୟୋଜି କରାଯିବ । ଏହି ମେଳା ୨ ଜାନୁଆରୀ ୨୦୧୬ ରୁ
ଆରମ୍ଭ ହୋଇ ୧୩ ଜାନୁଆରୀ ୨୦୧୬ରେ ଶେଷ ହେବ ।
ଏହି ମେଳାରେ ସାରା ଦେଶର ୨୦ ଗୋଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୬୦୦ କାରିଗର
ଭାଗନେଇ ୨୮୦ ଗୋଟି ଷ୍ଟଲ୍ରେ ବିଭିନ୍ନ ପ୍ରକାରର ଗ୍ରାମାଞ୍ଚଳର ଉତ୍ପାଦକୁ ପ୍ରଦର୍ଶିତ କରିବେ । ଓଡ଼ିଶାର ଡ଼ିଆରଡ଼ିଏ/
ଡ଼ିଏସଏମଏସ, ଏଚଆଣ୍ଡସିଆଇ, ଏମଭିଏସଏନ, ଟ୍ରାଇଫେଡ଼, କଏର୍ କର୍ପୋରେସନ ଏବଂ ନାବାର୍ଡ଼ର ଗ୍ରାମାଞ୍ଚଳର
ଜନିଷ ଉତ୍ପାଦନକାରୀ/କାରିଗରମାନେ ମଧ୍ୟ ଏହି ବୃହତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।
ଏହାର ପ୍ରସ୍ତୁତି ପାଇଁ ଏମଜିଏନଆରଇଜିଏସ୍ ସୋସାଇଟି ବିଲ୍ଡ଼ିଂର ଏସଆଇଆରଡ଼ି କ୍ୟାମ୍ପସରେ ଥ#ବା
କନଫରେନ୍ସ ହଲ୍ରେ ଏକ ବୈଠକ ଅନୁଷ୍ଠିତ ହୋଇଥ#ଲା । ଏହି ବୈଠକରେ ଅଧ୍ୟକ୍ଷତା କରିଥ#ଲେ ପଞ୍ଚାୟତିରାଜ
ଏବଂ ଆଇନ ମନ୍ତ୍ରୀ ଡ଼.ଅରୁଣ କୁମାର ସାହୁ । ଏହି ମେଳା ଆୟୋଜନର ଉଦ୍ଦେଶ୍ୟ ବିଷୟରେ ଶ୍ରୀ ଡ଼ି.କେ.ସିଂହ,
ବିଭାଗୀୟ ଶାସନ ସଚିବ, ପଞ୍ଚାୟତି ରାଜ ବିଭାଗ ଏବଂ ଓରମାସ୍ର ଅଧ୍ୟକ୍ଷ ଏହି ମେଳାକୁ କିପରି ସଫଳ କରାଯିବ ଏଥ#
ନିମିତ୍ତ ବିଭିନ୍ନ ଯୋଜନା ଉପସ୍ଥାପନ କରିଥ#ଲେ । ଏହି ବୈଠକରେ ଉପସ୍ଥିତ ଥ#ଲେ ଶ୍ରୀ ପି.ଜେ.ନାଥ, ଏସଏମଡ଼ି-
କମ୍-ସିଇଓ ଓଏଲଏମ ଏବଂ ମେମ୍ବର ସେକ୍ରେଟାରୀ, ଓରମାସ୍, ଦେବେନ୍ଦ୍ର ପ୍ରସାଦ ଦାସ, ନିର୍ଦ୍ଦେଶକ, ପଞ୍ଚାୟତିରାଜ
ବିଭାଗ, ବିଏନ୍ ଦାସ, ନିର୍ବାହୀ ନିର୍ଦ୍ଦେଶକ, ଓରମାସ୍ଙ୍କ ସମେତ ପୋଲିସ୍, ଅଗ୍ନିଶମ, ବିତ୍ତ, ଭୁବନେଶ୍ୱର ପୌର ନିଗମ,
ପିଏଚଡ଼ି, ଏନଏଚଏମ, ଇଡ଼୍କୋ, ସେସୁ, ସଂସ୍କୃତି, ସ୍ୱାସ୍ଥ୍ୟ, ବ୍ୟାଙ୍କ ଇତ୍ୟାଦିର ବିଭାଗୀୟ ଅଧ#କାରୀମାନେ ଉପସ୍ଥିତ
ଥ#ଲେ ।
ଗ୍ରାମ୍ୟ ଉନ୍ନୟନ ବିଭାଗ, ଭାରତ ସରକାର ପ୍ରତି ବର୍ଷ ଏହି ଶିଶିର ସରସ ମେଳାରେ ଭାଗ ନେଉଥ#ବା
ଗ୍ରାମାଞ୍ଚଳର କାରିଗର, ସଂଗୃହିତ ଉତ୍ପାଦ, ସ୍ୱୟଂ ସହାୟକ ଗୋଷ୍ଠୀ/ସଂଘ/ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦକୁ
ପ୍ରଦର୍ଶିତ କରିବାରେ ଏକ ଭିତ୍ତିଭୂମି ପ୍ରଦାନ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ
କାର୍ଯ୍ୟକ୍ରମ ନିମନ୍ତେ ସହାୟତା କରିଥାଏ ।
ଓଡ଼ିଶାରେ ଏହି ସରସ ଶୀତ ଋତୁରେ ଜାନୁଆରୀ ମାସର ପ୍ରଥମ ସପ୍ତାହରେ ଆୟୋଜିତ କରାଯାଉଥ#ବାରୁ
ଏହାର ନାମକୁ ଶିଶିର ସରସ ରଖାଯାଇଛି । ଏହି କାର୍ଯ୍ୟକ୍ରମକୁ “”ଓରମାସ୍”ତାର ପ୍ରଦର୍ଶନୀ କ୍ୟାଲେଣ୍ଡରରେ ଏକ
ନିୟମିତ ଭାବରେ ସ୍ଥାନ ଦେଇଥାଏ । ଗ୍ରାମାଞ୍ଚଳରେ କାରିଗର/ଉତ୍ପାଦନକାରୀଙ୍କୁ ଜୀବିକା ପ୍ରୋତ୍ସାହନ ଏବଂ ବିପଣନ
ସହାୟତା କରିବାରେ ଓରମାସ୍ ଏକ ସକି୍ରୟ ଭୂମିକା ଗ୍ରହଣ କରିଥାଏ ।
ଏଥରର ଶିଶିର ସରସ-୨୦୧୬ର ମୁଖ୍ୟ ଆକର୍ଷଣ ହେଉଛି ଉତ୍ତର ପୂର୍ବାଞ୍ଚଳର ବେତ ଓ ବାଉଁଶର ହସ୍ତକଳା,
ହସ୍ତତନ୍ତୁ ଏବଂ ରେଶମୀ ଶାଢ଼ୀ, ଗୁଜରାଟର ଘର ସାଜସଜ୍ଜା ଉପକରଣ, ରାଜସ୍ଥାନର ମିନାକାରୀ ସାମଗ୍ରୀ, ଉତ୍ତରାଖଣ୍ଡ
ଏବଂ ଜାମ୍ମୁ ଓ କାଶ୍ମୀରର ଉଲ୍ ବସ୍ତ୍ର ଏବଂ ସାଲ୍, ପଶ୍ଚିମବଙ୍ଗର କନ୍ଥା ସିଲାଇ ଏବଂ ଝୋଟରେ ନିର୍ମିତ ଉତ୍ପାଦ, କାଗଜ,
ଫାନ୍ସୀ ମହମ, ସୁସଜ୍ଜିତ ଲ୍ୟାମ୍ପ ଇତ୍ୟାଦି ହସ୍ତଶିଳ୍ପ ।

Share in top social networks!