ଓଡିଶା ବାସୀଙ୍କୁ ନବୀନ ପଟ୍ଟନାୟକଙ୍କର ନବବର୍ଷ ଭେଟି; ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ବଢାଇଲେ

ପେଟ୍ରୋଲ ଏବଂ ଡିଜେଲ୍ ଉପରେ ରାଜ୍ୟ ଭ୍ୟାଟ୍ ପରିମାଣ ବୃଦ୍ଧି କରିବାକୁ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ରାଜ୍ୟ ଅର୍ଥ ବିଭାଗକୁ ଅନୁମତି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜନସ୍ୱାର୍ଥ ବିରୋଧୀ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ବୃଦ୍ଧି ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାରଙ୍କ ତରଫରୁ ଓଡିଶାବାସୀଙ୍କୁ ନବବର୍ଷ ଭେଟି ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀଯୁକ୍ତ ସଜ୍ଜନ ଶର୍ମା ତାତ୍ସଲ୍ୟ ପ୍ରକାଶ କରି କହିଛନ୍ତି
ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ବଜାର ଦର ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁଁ ରାଜ୍ୟବାସୀ ଅତିଷ୍ଠ ହୋଇପଡ଼ିଥିବା ବେଳେ ଯଦି ପେଟ୍ରୋଲ ଏବଂ ଡିଜେଲ୍ ଉପରେ ଅର୍ଥ ବିଭାଗ ଅଧିକ ଟିକସ ଲଗାଏ ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ପରିବହନ ମୂଲ୍ୟ ବଢ଼ିବା ସାଂଗକୁ ବଜାର ଅବସ୍ଥା ବିଷମ ସ୍ଥିତିରେ ପହଂଚିବ ଏଥିରେ ସଂଦେହ ନାହିଁ ।
ଏକଥାକୁ ଦୃଷ୍ଟିରେ ରଖି ଏବଂ ଆନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ହ୍ରାସ ଯୋଗୁଁ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ତୈଳ ଦର କମ୍ କରିଥିବା ବେଳେ କେବଳ କମିଥିବା ଟିକସ ପରିମାଣର ଭରଣା ପାଇଂ ରାଜ୍ୟ କ୍ୟାବିନେଟ୍ ନେଇଥିବା ଏହି ନିଷ୍ପତି ନବୀନ ପଟ୍ଟନାୟକ ସରକାରର ଅପରିଣାମଦର୍ଶିତାର ପ୍ରମାଣ ଦେଇଛି ।
ଲୋକଂକ ଜୀବନକୁ ଦୁର୍ବିସହ କରି ଟିକସ ଆଦାୟ କରିବାର ଅଭ୍ୟାସ ନବୀନ ସରକାର ଛାଡ଼ୁ ଏବଂ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଅର୍ଥ ବିଭାଗକୁ ଦେଇଥିବା ଅନୁମତି ପ୍ରତ୍ୟାହାର କରୁ ବୋଲି ଶ୍ରୀଯୁକ୍ତ ଶର୍ମା ଦାବୀ କରିଛନ୍ତି ।

Share in top social networks!