ଶ୍ରୀ ବିଶ୍ୱକେଶ୍ ତ୍ରିପାଠୀଙ୍କ ଐତିହାସିକ ତଥ୍ୟ ସମ୍ବଳିତ ପୁସ୍ତକ “ଖାରବେଳ- ଦ ୱାରିଅର ସିକର” ପୁସ୍ତକ ଉନ୍ମୋଚିତ

kharvelaବିଶିଷ୍ଟ ଲେଖକ ତଥା ଅବସରପ୍ରାପ୍ତ ଆଇପିଏସ୍ ଶ୍ରୀ ବିଶ୍ୱକେଶ ତ୍ରିପାଠୀଙ୍କ ପୁସ୍ତକ “ଖାରବେଳ-ଦ ୱାରିଅର ସିକର” ଆଜି ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟାଭବନ ଠାରେ ଉନ୍ମୋଚିତ ହୋଇଯାଇଛି ।
ଐତିହାସିକ କିମ୍ବଦନ୍ତୀକୁ ନେଇ ଏହି ପୁସ୍ତକଟି ସୁନାମଧନ୍ୟ ସାହିତି୍ୟକ ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ରଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଉନ୍ମୋଚନ ଉସôବରେ ଉକôଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ମୁଖ୍ୟ ହିମାଂଶୁ ମହାପାତ୍ର, ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର ତଥା ସାହିତ୍ୟ ଜଗତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଏହି ଐତିହାସିକ ଉପନ୍ୟାସଟି ଐର ରାଜବଂଶର ଶକ୍ତିଶାଳୀ ତଥା ମହାପରାକ୍ରମୀ ସମ୍ରାଟ ଖାରବେଳଙ୍କ ଜୀବନୀ ଉପରେ ଆଧାରିତ ଯିଏକି ଭାରତ ବର୍ଷର ଅର୍ଦ୍ଧାଧିକ ଭାଗରେ ନିଜର ବିଜୟଗାଥା ଉଡାଉଥିଲେ । ବାରବର୍ଷର ତାଙ୍କ ଯୁଦ୍ଧ ଅଭିଜାନରେ ସେ ଅସୀମ ବୀରତ୍ୱ ପ୍ରଦର୍ଶନ କରିଥିଲେ ଏବଂ ଏହି ଅଭିଜାନରେ ସେ କଳିଙ୍ଗ ସମେତ ଅନ୍ୟ ଦେଶମାନଙ୍କୁ ନିଜ ଅକ୍ତିଆରକୁ ଆଣିଥିଲେ । ଦକ୍ଷିଣ ଏବଂ ପଶ୍ଚିମ କଳିଙ୍ଗର ସମସ୍ତ ସାମ୍ରାଜ୍ୟରେ ସେ ବିଜୟଲାଭ କରିଥିଲେ । ସେ ମଗଧକୁ ପରାସ୍ତ କରିଥିଲେ, ଏବଂ ଉତ୍ତର-ପଶ୍ଚିମ ଭାରତରେ ଗ୍ରୀକ୍ର ମୁଖ୍ୟ ସେନାପତି ଡିମେଟ୍ରିୟସ୍ଙ୍କ ରାଜୁତିକୁ ବନ୍ଦ କରି ମଥୁରାରେ ପହଞ୍ଚôଥିଲେ । ଖାରବେଳ ତାଙ୍କୁ ପରାସ୍ତକରି ଗ୍ରୀକ୍କୁ ବିଦାୟ କରିଦେଇଥିଲେ । ମାତ୍ର ୩୪ବର୍ଷ ବୟସରେ ଆକଷ୍ମିକ ଭାବେ ତାଙ୍କର ବିଜୟ ତରବାରୀ ସ୍ଥିର ହୋଇଯାଇଥିଲା ।
ପାଟଳିପୁତ୍ରକୁ ପରାସ୍ତ କରିବା ପରେ, ସମ୍ରାଟ ଖାରବେଳ ମଗଧ ରାଜକୁମାରୀଙ୍କ କକ୍ଷକୁ ପ୍ରବେଶ କରି ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ସେହି କକ୍ଷରେ ଏମିତି କିଛି ଘଟଣା ଘଟିଥିଲା ଯାହାପାଇଁ ସେ ଯୁଦ୍ଧ ପରିତ୍ୟାଗ କରିଥିଲେ । ତାପରଠାରୁ ତାଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସିଥିଲା ଏବଂ ସେ ନୂତନ ଦେବତାଙ୍କୁ ଅନୁସନ୍ଧାନ କରିଥିଲେ ଯିଏକି ଏହି ଯୁଦ୍ଧ ଏବଂ ସମସ୍ତ କଷ୍ଟକୁ ନିବାରଣ କରିପାରିବେ । ଏହାପରେ ଖାରବେଳ ପରାକ୍ରମି ଯୋଦ୍ଧାରୁ ସାଧକ ହୋଇଯାଇଥିଲେ । ତାଙ୍କର ଏହି ମହତ୍ ଅନୁସନ୍ଧାନରେ ତାଙ୍କ ରାଣୀ ରତିକା, ମନ୍ତ୍ରୀ ସୁମିତ୍ର, ବନ୍ଧୁ ତଥା ମାଲବ୍ୟର ରାଜା ଇନ୍ଦ୍ରଦୁ୍ୟମ୍ନ, ଇନ୍ଦ୍ରଦୁ୍ୟମ୍ନଙ୍କ ରାଣୀ ଗୁଣ୍ଡିଚା, ତାଙ୍କ ଉପଦେଷ୍ଠା ବିଦ୍ୟାପତି ଏବଂ ବହୁ ବ୍ୟକ୍ତି ସାହାଯ୍ୟ କରିଥିଲେ । ଖାରବେଳ ଶବର ଜାତିର ଦେବତା ଜଗନ୍ତଙ୍କୁ ପୂଜା କରି ଦେଶର ସମସ୍ତ ଜାତି ଏବଂ ଧର୍ମରେ ଶାନ୍ତି ଆଣିବାନିମନ୍ତେ ପ୍ରଚେଷ୍ଟା କରିଥିଲେ । ଏଥିପାଇଁ ସେ ଶବର ରାଜା ବିଶ୍ୱାବସୁଙ୍କ ସହ ବିଦ୍ୟାପତିଙ୍କ ମାଧ୍ୟମରେ ସମ୍ପର୍କ ସ୍ଥାପନ କରିଥିଲେ ଯିଏକି ବିଶ୍ୱାବସୁଙ୍କ ଝିଅଙ୍କୁ ଭଲ ପାଉଥିଲେ । ଖାରବେଳଙ୍କ ଏ ପ୍ରଚେଷ୍ଠାରେ ବିଶ୍ୱାବସୁ ରାଜି ହୋଇ ସମଗ୍ର ଭାରତୀୟଙ୍କ ଦେବତା ଭାବେ ଜଗନ୍ତଙ୍କୁ ପ୍ରତିଷ୍ଠିତ କରିଥିଲେ ଯାହାକୁ ସମଗ୍ର ଜଗତ ଏବେ ପ୍ରଭୁ ଜଗନ୍ନାଥଙ୍କ ନାମରେ ପୂଜା କରୁଛନ୍ତି ।
ଶ୍ରୀ ବିଶ୍ୱକେଶ୍ ତ୍ରିପାଠୀଙ୍କ ଦ୍ୱାରା ଓଡିଆ ଭାଷାରେ ୬ ଗୋଟି ପୁସ୍ତକ, ୬ ଗୋଟି କ୍ଷୁଦ୍ର କବିତାସଙ୍କଳନ ଏବଂ ଇଂରାଜୀ ଭାଷାରେ କୋଣାର୍କ ଉପରେ ଏକ ଧାରାବାହିକ କବିତା ରଚିତ ହୋଇଥିବାବେଳେ “ଟେରୋରିଜ୍ମ୍ ଆଣ୍ଡ ଇନ୍ସର୍ଜେନ୍ସି ଇନ୍ ଇଣ୍ଡିଆ” ଏବଂ “ମାଇଁ ଲାଇଫ୍ ଆଣ୍ଡ ଟାଇମ୍ସ ଇନ୍ ଆଇପିଏସ୍” ପୁସ୍ତକରେ ନିଜ ପୋଲିସ୍ ଜୀବନର ଅନୁଭୂତିକୁ ବେଶ୍ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି । ଏହି ପୁସ୍ତକଟି ଶ୍ରୀ ତ୍ରିପାଠୀଙ୍କର ଦ୍ୱିତୀୟ ଐତିହାସିକ ଉପନ୍ୟାସ, ଏହା ପୂର୍ବରୁ ସିନ୍ଧୁ ସଭ୍ୟତା ଉପରେ ଆଧାରିତ ଏକ ଐତିହାସିକ ତଥ୍ୟସମ୍ବଳିତ ପୁସ୍ତକ “ଇନ୍ ଦ କ୍ରାଡେଲ୍ସ ଅଫ୍ ସେଭେନ୍ ସିଷ୍ଟର୍ସ” ଉନ୍ମୋଚିତ ହୋଇଯାଇଛି ।kharvela

Share in top social networks!