ଟାଟା ଷ୍ଟିଲ ଓଡ଼ିଶା ଉତ୍ସବ-୨୦୧୬ ପାଇଁ ଟାଟା ଷ୍ଟିଲର ପ୍ରସ୍ତୁତି

tataoduଟାଟା ଷ୍ଟିଲ ପକ୍ଷରୁ ପ୍ରଥମ ଥର ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୫ରୁ ଜାନୁଆରୀ ୧୦,୨୦୧୬ ମଧ୍ୟରେ ଟାଟା ଷ୍ଟିଲ ଓଡ଼ିଶା ଉତ୍ସବ-୨୦୧୬ର ଆୟୋଜନ କରାଯାଉଛି । ଓଡ଼ିଆ କଳା, ସଂସ୍କୃତି, ସାହିତ୍ୟ ଓ କ୍ରୀଡ଼ାର ପାଳନ ଓ ପ୍ରସାର ଲକ୍ଷ୍ୟରେ କମ୍ପାନୀ ପକ୍ଷରୁ ଲଗାତର ୩ଟି ଉତ୍ସବ ଯଥା ଆର୍ଟ-ଇନ୍-ଇଣ୍ଡଷ୍ଟ୍ରି, ଭୁବନେଶ୍ୱର ଲିଟେରାରୀ ମିଟ୍ ଓ ହାଫ୍ ମାରାଥନ୍ର ଆୟୋଜନ କରାଯାଉଛି ।

ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀରେ ଜାନୁଆରୀ ୫ରୁ ୭ ମଧ୍ୟରେ ଆୟୋଜିତ ହେବାକୁ ଥିବା ଆର୍ଟ-ଇନ୍-ଇଣ୍ଡଷ୍ଟ୍ରି ଶିବିରରେ ଶ୍ରୀ ଜତିନ ଦାସ ଓ ଶ୍ରୀ ବିନୋଦ ଶର୍ମାଙ୍କ ଭଳି ଖ୍ୟାତିସମ୍ପନ୍ନ ଚିତ୍ରକାର ଅନ୍ୟ ପ୍ରତିଯୋଗୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ଚିତ୍ର ଓ ରେଖାଚିତ୍ର ଆଙ୍କିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାର ୧୪ଜଣ ବିଶିଷ୍ଟ ଚିତ୍ରକାର ଏହି ୩ଦିନିଆ ଶିବିରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ । ଚିତ୍ରାଙ୍କନ ଛାତ୍ରଛାତ୍ରୀଙ୍କ ପାଇଁ କର୍ମଶାଳା ଓ ବିଭିନ୍ନ ଖ୍ୟାତିସମ୍ପନ୍ନ ଚିତ୍ରକାରଙ୍କ ସହ ସେମାନଙ୍କ ଆଲୋଚନା ଏହି ଶିବିରର ମୁଖ୍ୟ ଆକର୍ଷଣ । ଟାଟା ଷ୍ଟିଲ ଆନ୍ତଃ ବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଚୟନ ହୋଇଥିବା ପ୍ରତିଯୋଗୀମାନଙ୍କୁ ସମ୍ମାନ ସ୍ୱରୁପ ଏହି ଶିବିରରେ ଆମନ୍ତ୍ରଣ କରାଯିବା ସହ ଅଂଶଗ୍ରହଣ କରିବା ସହ ନାମୀଦାମୀ ଚିିତ୍ରକାରଙ୍କଠାରୁ ଶିକ୍ଷା ଗ୍ରହଣ ସହ ନିଜ ପ୍ରତିଭାର ପ୍ରଦର୍ଶନ ମଧ୍ୟ କରିପାରିବେ ।

ସେହିପରି ଜାନୁଆରୀ ୯ରୁ ୧୦ ମଧ୍ୟରେ ଲଳିତ କଳା ଏକାଡେମୀରେ ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରୀ ମିଟ୍ର ଆୟୋଜନ କରାଯିବ । ଏଥିରେ ଶ୍ରୀ ଜୟରାମ ରମେଶ, ଶ୍ରୀ ଦେବୀଦତ ପଟ୍ଟନାୟକ, ପ୍ରଫେସର ସୁଗତୋ ବୋଷ, ଶ୍ରୀ ରାଜଦୀପ ସରଦେଶାଇ ଭଳି ସାହିତ୍ୟ ଜଗତର ପ୍ରତିଷ୍ଠିତ ବ୍ୟକ୍ତି, ଚିନ୍ତକ ଓ ମତ ସୃଷ୍ଟିକାରୀମାନଙ୍କୁ ଏକତ୍ରିତ କରିବ । ଏହି କାର୍ଯ୍ୟକ୍ରମରେ ପୁସ୍ତକ ଉନ୍ମୋଚନ, ପୁସ୍ତକ ପଠନ, ଆଲୋଚନା ଓ ବିତର୍କ ହେବାର କାର୍ଯ୍ୟକ୍ରମ ରହିଛି ।

ଟାଟା ଷ୍ଟିଲ ପକ୍ଷରୁ ଜାନୁଆରୀ ୧୦ତାରିଖ ଦିନ ଟାଟା ଷ୍ଟିଲ ଭୁବନେଶ୍ୱରର ହାଫ୍ ମାରାଥନ୍ର ଆୟୋଜନ କରାଯାଉଛି । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ସହଯୋଗରେ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତା ପ୍ରତିବର୍ଷ ହେବାର ପ୍ରସ୍ତାବ ରହିଛି । ୨୧.୧ କିଲୋମିଟର ହାଫ୍ ମାରାଥନ୍ ବ୍ୟତୀତ ଅନୁଷ୍ଠାନ, କଲେଜ ଓ କର୍ପୋରେଟ୍ ସଂସ୍ଥା ପାଇଁ ୧୦ କିଲୋମିଟର ଓ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୫ କିଲୋମିଟର ଦୂରତାର ଦୌଡ଼ ପ୍ରତିଯୋଗିତାର ଆୟୋଜନ କରାଯିବ । ବିଭିନ୍ନ ବିଭାଗରେ ବିଜେତାମାନଙ୍କୁ ମୋଟ ୯ ଲକ୍ଷ ୧୪,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ୩ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଉଥିବାବେଳେ ଉଭୟ ଓ ପୁରୁଷ ମହିଳା ବିଭାଗର ୨୧.୧ କିଲୋମିଟର ଦୌଡ଼ର ଚମ୍ପିୟାନ୍ମାନଙ୍କୁ ସର୍ବାଧିକ ୧,୦୦,୦୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ । ପ୍ରତିଯୋଗୀମାନେ ଙ୍ଗଙ୍ଗଙ୍ଗ.ଗ୍ଧଗ୍ଦଭଭଗ୍ଦକ୍ସକ୍ସଙ୍କଦ୍ଭ.ମକ୍ଟଜ୍ଞ ୱେବ୍ସାଇଟ୍ରେ କିମ୍ବା ବ୍ୟକ୍ତିଗତ ଭାବେ କଳିଙ୍ଗ ଷ୍ଟାଡ଼ିୟମ୍ରେ ନିଜ ନାମ ପଞ୍ଜୀକରଣ କରିପାରିବେ ।

ଏହି ଅବସରରେ ଉଦ୍ବୋଧନ ଦେଇ ଟାଟା ଷ୍ଟିଲ ଭୁବନେଶ୍ୱରର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଶ୍ରୀ ମଣିକାନ୍ତ ନାୟକ କହିଥିଲେ ଯେ, ସମାଜରେ କଳା ଓ ସଂସ୍କୃତିର ପ୍ରସାର ପାଇଁ ନାଗରିକଙ୍କୁ ଉତ୍ସାହିତ ଓ ସହଯୋଗ କରିବା ଲକ୍ଷ୍ୟରେ କମ୍ପାନୀ କର୍ପୋରେଟ୍ ଦର୍ଶନର ଅଂଶବିଶେଷ ଭାବେ ଟାଟା ଷ୍ଟିଲ ଏହି ୨ଟି କାର୍ଯ୍ୟକ୍ରମ ସହ ସଂଶ୍ଲିଷ୍ଟ ହୋଇଛି । ଓଡ଼ିଶା ସହିତ ଦୀର୍ଘଦିନର ସମ୍ପର୍କରେ ଟାଟା ଷ୍ଟିଲ, ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଜୀବିକା, ଦକ୍ଷତା ବିକାଶ, ଗ୍ରାମୀଣ ଭିତିିଭୂମି, କଳା ଓ କ୍ରୀଡ଼ା ଭଳି କ୍ଷେତ୍ରରେ ଓ ସମାଜର ଅନ୍ତର୍ଭୁକ୍ତକାରୀ ବିକାଶ ପାଇଁ ଯୋଗଦାନ କରିଆସିଛି ଏବଂ ଟାଟା ଷ୍ଟିଲ ଓଡ଼ିଶା ଉତ୍ସବ-୨୦୧୬ ଏହି ଦିଗରେ ଆଉ ଏକ ପଦକ୍ଷେପ ।

ଓଡ଼ିଶାର ଉଚ୍ଚମାନର ସାଂସ୍କୃତିକ ଐତିହ୍ୟ ରହିଛି, ଏହାକୁ ନେଇ ଏହାର ଅଧିବାସୀ ଗର୍ବ କରନ୍ତି ଏବଂ ବର୍ଷ ବର୍ଷ ଧରି ଏହାର ସଂରକ୍ଷଣ କରିଆସିଛନ୍ତି ବୋଲି ଟାଟା ଷ୍ଟିଲ ଭାରତ ଓ ଦକ୍ଷିଣ-ପୂର୍ବ ଏସିଆର କର୍ପୋରେଟ୍ କମୁ୍ୟନିକେସନ୍ ବିଭାଗ ଚିଫ୍ ଶ୍ରୀ କୁଲଭିନ୍ ସୁରୀ ଏହି ଅବସରରେ କହିଥିଲେ । ଏହା ସହିତ ଟାଟା ଷ୍ଟିଲ କଳା ଓ ସଂସ୍କୃତିର ବିକାଶ ପାଇଁ ସର୍ବଦା ପଦକ୍ଷେପମାନ ନେଇଆସିଛି, ଯେହେତୁ ସାମାଜିକ ବିକାଶର ଏହା ଏକ ମୁଖ୍ୟ ଉପାଦାନ । ଏହି କ୍ଷେତ୍ରରେ ଓଡ଼ିଶାରେ ମଧ୍ୟ କମ୍ପାନୀର ଉଦ୍ୟମ ଜାରି ରହିଛି ବୋଲି ସେ ମତ ପ୍ରକାଶ କରିଥିଲେ ।

Share in top social networks!