ଆସନ୍ତା ଜାନୁଆରୀ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳା-୨୦୧୬

jogendraaଆସନ୍ତା ଜାନୁଆରୀ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳା-୨୦୧୬ ଭୁବନେଶ୍ୱରରୟୁନିଟ୍-୩ ଇଡ୍କୋ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବା ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରା ଏ ସଂକ୍ରାନ୍ତୀୟ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧ#ତ କରି କହିଲେ ଯେ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ନୂତନ ବଜାର ସୃଷ୍ଟି ଓ ବୈଷୟିକ ଜ୍ଞାନ କୌଶଳ ତଥା ଯନ୍ତ୍ରପାତି ପ୍ରୟୋଗର ଉଦ୍ଦେଶ୍ୟ ନେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଏହି ବାଣିଜ୍ୟ ମେଳା ବିଗତ ୩ ବର୍ଷ ଧରି ଆୟୋଜନ କରାଯାଉଛିା
ଏହି ବାଣିଜ୍ୟ ମେଳା ମାଧ୍ୟମରେ ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକୁ ନିଜସ୍ୱ ଉତ୍ପାଦ/ସେବା ପ୍ରଦର୍ଶନ ପାଇର୍ ସୁଯୋଗ ଦେବା ସହ ସେମାନଙ୍କୁ ଉନ୍ନତ ବୈଷୟିକ ଜ୍ଞାନ କୌଶଳ ତଥା ଯନ୍ତ୍ରପାତି ପ୍ରଦର୍ଶନ, ଋଣ ଯୋଗାଣ, ସରକାରଙ୍କ ତରଫରୁ ଦିଆଯାଉଥ#ବା ବିଭିନ୍ନ ସୁବିଧା ସମ୍ବନ୍ଧିତ ତଥ୍ୟ ଯୋଗାଇ ଦେବାର ସୁବ୍ୟବସ୍ଥା କରାଯାଉଛିା ଏଥ# ସହିତ ବୃହତ୍ ଶିଳ୍ପ ଓ ଅନ୍ୟାନ୍ୟ ବ୍ୟବସାୟିକ ସଂସ୍ଥାମାନଙ୍କ ମାଧ୍ୟମରେ ସ୍ଥାନୀୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗମାନଙ୍କ ପାଇଁ ନୂତନ ବଜାର ଓ ବିକ୍ରିବଟାର ସୁବନ୍ଦୋବସ୍ତ କରାଯାଉଛିା ଏହା ଅଧୀନରେ କ୍ରେତା ଓ ବିକ୍ରେତାମାନଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି କରିବା ପାଇଁ ବ୍ୟବସ୍ଥା କରାଯାଉଛିା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଆବଶ୍ୟକତାକୁ ଦୃଷ୍ଟିରେ ରଖ# ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା ଚକ୍ର ଓ କର୍ମଶାଳା ଆୟୋଜନ କରାଯାଉଛିା
୨୦୧୬ ମସିହା ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ଏହି ବାଣିଜ୍ୟ ମେଳାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ବୃହତ୍ ଶିଳ୍ପ, ବ୍ୟବସାୟିକ ବ୍ୟାଙ୍କ ଓ ଅନ୍ୟ ସଂସ୍ଥାମାନେ ଯୋଗଦାନ କରିବୋ ଏଥ# ନିମନ୍ତେ ୨୫୦ଟି ମଣ୍ଡପ ପ୍ରସ୍ତୁତି କରାଯାଉଛିା କୃଷିଜାତ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ହସ୍ତତନ୍ତ, ବୟନ ଶିଳ୍ପ, ହସ୍ତଶିଳ୍ପ ଏବଂ ପର୍ଯ୍ୟଟନ ଶିଳ୍ପ ଉପରେ ଚଳିତ ବର୍ଷ ବାଣିଜ୍ୟ ମେଳାରେ ବିଶେଷ ପ୍ରଧାନ୍ୟ ଦିଆଯାଉଛିା ଏଥ#ରେ ଇଂଜିନିୟରିଂ ଓ ଧାତୁ ସମ୍ବନ୍ଧୀୟ, ଔଷଧ ଓ ରସାୟନିକ ପଦାର୍ଥ, ପ୍ଲାଷ୍ଟିକ୍ ଓ ପଲିମର, କୃଷିଭିିତ୍ତିକ ତଥା ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ଓ ପ୍ରଯୁକ୍ତି ସମ୍ବନ୍ଧିତ, ବୟନ ଶିଳ୍ପ, ପୋଷାକ, ହସ୍ତତନ୍ତ ଓ ହସ୍ତଶିଳ୍ପ, ପରିବହନ ଓ ପର୍ଯ୍ୟଟନ ଏବଂ ପ୍ୟାକେଜିଂ ସମ୍ବନ୍ଧୀୟ ସାମଗ୍ରୀମାନ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଛିା
ଏତଦ୍ବ୍ୟତୀତ ଏହି ବାଣିଜ୍ୟ ମେଳାରେ ପର୍ଯ୍ୟଟନ, କେତ୍ର-ବିକ୍ରେତା ସମାରୋହ, ରପ୍ତାନୀ ତଥା ଖାଦ୍ୟ ପ୍ରକ୍ରିୟାକରଣ ସମ୍ବନ୍ଧିତ ଆଲୋଚନା ଚକ୍ର ଓ କର୍ମଶାଳା ଆୟୋଜିତ କରାଯାଉଛିା ଏହା ସହିତ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ବ୍ୟବସ୍ଥା କରାଯାଇଛିା
ଭିଏତ୍ନାମର ଏକ ପ୍ରତିନିଧ# ଦଳ ଏହି ମେଳାରେ ଯୋଗଦାନ ପାଇଁ ସମ୍ମତି ପ୍ରଦାନ କରିଛନ୍ତିା ଏହି ମେଳା ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ, ଶିଳ୍ପ ନିର୍ଦ୍ଦେଶାଳୟ ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ତଥା ଶିଳ୍ପସଂଘମାନଙ୍କ ସହଯୋଗରେ ଆୟୋଜନ କରାଯାଉଛିା
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳା-୨୦୧୬କୁ ଉଦ୍ଘାଟନ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଛିା
ଏହି ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ନିତ୍ୟାନନ୍ଦ ପଲାଇ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରାର୍ଥସାରଥୀ ମିଶ୍ର, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଫକୀର ମୋହନ ନାୟକ ଏବଂ ଶ୍ରୀ ବିଭୂତି ଭୂଷଣ ବେହେରା ତଥା ଇପିଏମ୍ର ନିର୍ଦ୍ଦେଶକ ଶ୍ରୀ ବି.କେ. ଦାସ ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!