ରାଜ୍ୟରେ ତୈଳ ବିପଣନ କମ୍ପାନୀଙ୍କ କାର୍ଯ୍ୟ ସମୀକ୍ଷା; ୪୦ଲକ୍ଷ ନୂତନ ରନ୍ଧନ ଗ୍ୟାସ ସଂଯୋଗ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ

dpjiodisha୨୦୧୯ମସିହା ସୁଦ୍ଧା ରାଜ୍ୟରେ ଆଉ ୪୦ଲକ୍ଷ ପରିବାରକୁ ରନ୍ଧନ ଗ୍ୟାସ ସଂଯୋଗ ଯୋଗାଇ ଦେବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତିା ଭୁବନେଶ୍ୱର ଠାରେ ରାଜ୍ୟରେ କାର୍ଯ୍ୟରତ ତୈଳ ବିପଣନ କମ୍ପାନୀମାନଙ୍କର କାର୍ଯ୍ୟର ସମୀକ୍ଷା ସମୟରେ ଶ୍ରୀ ପ୍ରଧାନ ଏହି ନିର୍ଦ୍ଦେଶ ଦେଇଛନ୍ତିା

ଏହି ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ଚଳିତ ଆର୍ଥୀକ ବର୍ଷରେ ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୭.୫ଲକ୍ଷ ନୂଆ ଇନ୍ଧନ ଗ୍ୟାସ ସଂଯୋଗ ତୈଳ ବିପଣନ କମ୍ପାନୀମାନଙ୍କ ତରଫରୁ ଯୋଗାଇ ଦିଆଯାଇଛିା ରାଜ୍ୟରେ ବର୍ଦ୍ଧିତ ରନ୍ଧନଗ୍ୟାସ ଆବଶ୍ୟକତାକୁ ପୂରଣ କରିବା ପାଇଁ ରାଜ୍ୟର ପଶ୍ଚିମାଞ୍ଚଳରେ ଦୁଇଟି ନୂତନ ବଟଲିଂ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ମନ୍ତ୍ରୀ ତୈଳ ବିପଣନ କମ୍ପାନୀର ଅଧ#କାରୀମାନଙ୍କୁ
ନିର୍ଦ୍ଦେଶ ଦେଇଥ#ଲୋ

ରନ୍ଧନ ଗ୍ୟାସ ଯୋଗାଣ ସହ ତୈଳ କମ୍ପାନୀମାନଙ୍କର ଅନ୍ୟାନ୍ୟ ଭିତ୍ତିଭୂମିର ସମୀକ୍ଷା କରିବା ସହ ଏହାର ବିକାଶ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱ ଆରୋପ କରିଥ#ଲୋ ଏହି ସମୀକ୍ଷା ବୈଠକରେ ତୈଳ କମ୍ପାନୀ ଇଣ୍ଡିଆନ୍ ଓଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମର ବରିଷ୍ଠ ଅଧ#କାରୀମାନେ ଯୋଗ ଦେଇଥ#ଲୋ

Share in top social networks!