ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ପଞ୍ଚାୟତିରାଜ ବିଭାଗର ସମୀକ୍ଷା

କ୍ଷେତ୍ରସ୍ତରରେ ସେବାଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ପଞ୍ଚାୟତିରାଜ ବିଭାଗର ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା
ଆଜି ପଞ୍ଚାୟତିରାଜ ବିଭାଗ ସମ୍ମିଳନୀ କକ୍ଷରେ ଶ୍ରୀ ପାଢୀ ପଞ୍ଚାୟତିରାଜ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥ#ବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା ସମୟରେ ଏହି ନିର୍ଦ୍ଦେଶ ଦେଇଛନ୍ତିା ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମା ଏହାର ସଫଳ ରୂପାୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ଗୁରୁତ୍ୱ ଆରୋପ କରିଛନ୍ତିା ନିୟମିତ କ୍ଷେତ୍ର ପରିଦର୍ଶନ କରି ଗୃହଗୁଡିକର ନିର୍ମାଣ ଏବଂ ଗୁଣାତ୍ମକ ମାନ ଉପରେ ନଜର ରଖ#ବାକୁ ଶ୍ରୀ ପାଢୀ ଅଧ#କାରୀମାନଙ୍କୁ ପରାମର୍ଶ ଦେଇଛନ୍ତିା
ସାମାଜିକ, ଅର୍ଥନୈତିକ ତଥା ଜାତିଗତ ସର୍ବେକ୍ଷଣରୁ ପ୍ରାପ୍ତ ସୂଚନରୁ ଜଣାପଡିଛି ଯେ ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରାୟ ୮୬.୨୨ ଲକ୍ଷ ପରିବାର ଅଛନ୍ତିା ଏମାନଙ୍କ ମଧ୍ୟରୁ ଗୋଟିଏ ବଖରା କଚ୍ଚାଘର ଥ#ବା ପରିବାରଙ୍କ ସଂଖ୍ୟା ୧୧.୦୪ ଲକ୍ଷା ରାଜ୍ୟର ପ୍ରତିଟି କଚ୍ଚାଘରକୁ ପMାଘରରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧା ବିଜୁ ପMାଘର ଏବଂ ଇନ୍ଦିରା ଆବାସ ଯୋଜନାରେ ୯,୦୧,୯୨୫ ବାସଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିା ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଆରମ୍ଭ କରାଯାଇଥ#ବା ୪,୬୧,୧୧୮ଟି ଘର ମଧ୍ୟରୁ ୪,୪୦,୮୦୭ଟି ଘର ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛିା ଅବଶିଷ୍ଟ ଘରର ନିର୍ମାଣ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ରହିଛିା ଗ୍ରାମ୍ୟ ଗୃହ ନିର୍ମାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟଶାସନ ସଚିବ ଶ୍ରୀ ପାଢୀ ପରାମର୍ଶ ଦେଇଛନ୍ତିା
ମହାତ୍ମା ଗାନ୍ଧୀ ନରେଗାରେ ୨୦୧୫-୧୬ ବର୍ଷରେ ବର୍ତ୍ତମାନ ସୁଦ୍ଧା ୪୪୪.୧୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛିା ୨୧୫ ଗୋଟି ମରୁଡି ପ୍ରଭାବିତ ବ୍ଲକ୍ରେ ୨୦୦ ଦିନ କର୍ମନିଯୁକ୍ତି ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛିା ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟରୁ ନିୟମିତ ପା=ି ନଆସିବା ଓ କେତେକ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ଉପଲବ୍ଧ ହୋଇନଥ#ବା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥ#ଲାା
ଓଡ଼ିଶା ଗ୍ରାମୀଣ ଜୀବିକା ମିଶନ ମାଧ୍ୟମରେ ଗ୍ରାମାଞ୍ଚଳରେ ଥ#ବା ଗରିବ ପରିବାରମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଂଗଠିତ କରି ସେମାନଙ୍କର ବ୍ୟକ୍ତିଗତ ଓ ସାମୂହିକ ସାମର୍ଥ୍ୟ ଅଭିବୃଦ୍ଧି କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତିା ୨୦୧୯ ମସିହା ମଧ୍ୟରେ ରାଜ୍ୟର ସମସ୍ତ ବ୍ଲକ୍କୁ ପର୍ଯ୍ୟାୟ କ୍ରମେ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିା
ରାଜ୍ୟ ଚତୁର୍ଥ ଅର୍ଥ ଆୟୋଗ ଓ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ ଆୟୋଗଙ୍କ ସୁପାରିଶ କ୍ରମେ ଜନସଂଖ୍ୟା ଭିତ୍ତିରେ ୨୦୧୫-୧୬ ଆଥ#ର୍କ ବର୍ଷରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଆଥ#ର୍କ ଅନୁଦାନ ଯୋଗାଇ ଦିଆଯାଇଛିା ଗ୍ରାମ ପଞ୍ଚାୟତର ଭିତ୍ତିଭୂମି ବିକାଶ, ମୌଳିକ ସେବା ଯୋଗାଣ ଓ ଗ୍ରାମ ପଞ୍ଚାୟତିର ଆୟବୃଦ୍ଧି ନିମନ୍ତେ କାର୍ଯ୍ୟକ୍ରମ ହେଉଥ#ବା ଅନେକ କାର୍ଯ୍ୟକ୍ରମକୁ ଠିକଣା ରୂପେ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ପରାମର୍ଶ ଦେଇଛନ୍ତିା ଯୋଜନା ପ୍ରସ୍ତୁତି, କାର୍ଯ୍ୟାନ୍ୱୟନ ଏବଂ ରକ୍ଷଣାବେକ୍ଷଣ ଆଦି ବିଷୟରେ ଗ୍ରାମ ପଞ୍ଚାୟତମାନଙ୍କର ଦକ୍ଷତା ଅଭିବୃଦ୍ଧି କରିବା ଉପରେ ମଧ୍ୟ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଛନ୍ତିା
ଏହି ସମୀକ୍ଷା ବୈଠକରେ ବିଭାଗୀୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ପଞ୍ଚାୟତିରାଜ ନିର୍ଦ୍ଦେଶକ ଦେବେନ୍ଦ୍ର ପ୍ରସାଦ ଦାସ, ଜାତୀୟ ଗ୍ରାମୀଣ ଜୀବିକା ମିଶନର ନିର୍ଦ୍ଦେଶକ ପ୍ରଣବ ଜ୍ୟୋତି ନାଥ ଓ ବରିଷ୍ଠ ବିଭାଗୀୟ ଅଧ#କାରୀମାନେ ଯୋଗଦେଇଥ#ଲୋ

Share in top social networks!