ବେଆଇନ୍ ଭାବେ ରେସନ୍ କାର୍ଡ଼୍ ହାତେଇଥିବା କଟକ ମେୟର୍ଙ୍କୁ ବରଖାସ୍ତ କରାଯାଉ ଏବଂ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ: ବିଜେପି

ରେସନ୍ କାର୍ଡ଼ ବଂଟନ ବ୍ୟବସ୍ଥାରେ ବହୁ ଅନିୟମିତତା ଖବର ପୂର୍ବରୁ ପଦାକୁ ଆସିଥିବା ବେଳେ ଏବେ କଟକ ମେୟର୍ ତଥା ବିଜେଡ଼ି ନେତ୍ରୀ ଅନୀତା ବେହେରା ନିଜ ନାମରେ ରେସନ୍ କାର୍ଡ଼୍ କରେଇଥିବା ଖବର ପଦାକୁ ଆସିଛି । ଏଥିରୁ ସ୍ପଷ୍ଟ ଯେ, ପୂର୍ବରୁ ରେସନ୍ କାର୍ଡ଼୍ ଥିବା ୭୫୦୦୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ଏଥର କାର୍ଡ଼୍ ପାଇବାରୁ ବଂଚିତ କରାଯାଇଥିବା ବେଳେ ଶାସକ ଦଳର ନେତାମାନେ ଗରିବ ଲୋକଙ୍କ ପାଇଁ ଉଦ୍ଧିଷ୍ଟଏହି ସୁବିଧାକୁ ବେଆଇନ୍ ଭାବେ ହାତଉଛନ୍ତି ।
ଏଭଳି ଗୁରୁତର ଅନିୟମିତତା ଖବର ପଦାକୁ ଆସିବା ପରେ କଟକ ବାସୀ ତଥା ରାଜ୍ୟର ଜନସାଧାରଣ ସ୍ତବ୍ଧ ହୋଇଥିବା ବେଳେ ଦୋଷୀକୁ ଘଂଟ ଘୋଡ଼ାଇବାର ସରକାରୀ ପ୍ରୟାସ ସ୍ୱରୂପ ଦେପୁଟି କମିଶନର୍ ଏବଂ ଅନ୍ୟ ଚାରି ଜଣ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ ପାଇଁ କମିଶନର୍ ନିଦେ୍ର୍ଧଶ ଦେଇଛନ୍ତି ।
ଫାଇଲିନ୍ ବେଳେ ହୋଇଥିବା ରିଲିଫ୍ ବଂଟନ ଅବ୍ୟବସ୍ଥାର ତଦନ୍ତ ଭଳି ଏହି ତଦନ୍ତର ମଧ୍ୟ ଫଳ ଶୂନ ହେବ, ଏଥିରେ ସନେ୍ଦହ ନାହିଁ ।
ତେବେ ନିଜେ ମେୟରଙ୍କ ପାଇଁ କଟକ ଭୋଟରଙ୍କ ପାଖରେ ଭୋଟ ଭିକ୍ଷା କରିଥିବା ମୁଖ୍ୟମନ୍ତ୍ରୀ ପ୍ରଥମେ ମେୟରଙ୍କୁ ବରଖାସ୍ତ କରିବା ସହ କେଉଁ ଆଧାରରେ ଏବଂ କିଭଳି ମେୟରଙ୍କ ପରିବାରକୁ ରେସନ୍ କାର୍ଡ଼ ପ୍ରଦାନ କରାଗଲା ସ୍ୱତନ୍ତ୍ରଭାବେ ତାହାର ତଦନ୍ତ କରାଇବାକୁ ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀଯୁକ୍ତ ସଜ୍ଜନ ଶର୍ମା ଦାବୀ କରିଛନ୍ତି ।
ରେସନ୍ କାର୍ଡ଼୍ ବଂଟନରେ ଅନିୟମିତତା ଯୋଗୁଁ ବିଭିନ୍ନ ଅଧିକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରି ନିଜକୁ ସ୍ୱଚ୍ଛ ବୋଲାଉଥିବା ନବୀନ ସରକାର କଟକବାସୀ ଏବଂ ରାଜ୍ୟର କୋଟି କୋଟି ଲୋକଙ୍କ ପ୍ରତି ନିଜର ପ୍ରତିବଦ୍ଧତା ସ୍ୱରୂପ ଏହି ଘଟଣାରେ ମେୟର ଶ୍ରୀମତି ବେହେରାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ କରି ନିଜର ସ୍ୱଚ୍ଛତାର ପ୍ରମାଣ ଦିଅନ୍ତୁ ବୋଲି ଶ୍ରୀଯୁକ୍ତ ଶର୍ମା ଦାବୀ କରିଛନ୍ତି ।

Share in top social networks!