ଓଡ଼ିଶାର ଲୋକ କଳାକାରଙ୍କୁ ପ୍ରୋଚ୍ଛାହୀତ କରିବ ନାଲ୍‍କୋ : ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ

nalco-cmddhnk“କଳା ଓ ସଂସ୍କୃତିର ବିକାଶ ପାଇଁ କଳାକାରମାନଙ୍କୁ ଉସôାହିତ କରିବା ଏବଂ କଳାକୁ ପ୍ରୋସôାହିତ କରିବାର ଆବଶ୍ୟକତା ରହିଛି ।” ଗତ କାଲି, ପଞ୍ଚଦଶ ନିମାପଡ଼ା ମହୋସôବର ଉଦ୍‍ଯାପନ ଅବସରରେ ଉଦ୍‍ବୋଧନ ଦେଇ ନାଲ୍‍କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ ଏହା ଉଲ୍ଲେଖ କରିଛନ୍ତି ।

ଏହି ଅବସରରେ, ଓଡ଼ିଶାର କଳା ଓ ସଂସ୍କୃତିର ବିକାଶ ପାଇଁ ନାଲ୍‍କୋର ପ୍ରତିବଦ୍ଧତାକୁ ଦୋହରାଇ ଶ୍ରୀ ଚାନ୍ଦ, କମ୍ପାନୀ ପକ୍ଷରୁ ଏହାର ପ୍ରତିଷ୍ଠା ଦିବସରେ ରାଜ୍ୟର ଶ୍ରେଷ୍ଠ ଲୋକ କଳାକାରଙ୍କୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଥିଲେ ।
ଏହି ଅବସରରେ, ସାଂସଦ ଶ୍ରୀ ତଥାଗତ ଶତପଥୀ, ନିମାପଡ଼ାର ବିଧାୟକ ଶ୍ରୀ ସମୀର ରଞ୍ଜନ ଦାସ ଏବଂ ଏନ୍‍ଏମ୍‍ ଗ୍ରୁପ୍‍ ଅଫ୍‍ ଇନ୍‍ଷ୍ଟିଚୁ୍ୟସନ୍‍ସର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଶ୍ରୀ ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Share in top social networks!