ବିପିୟୁଟି ଛାତ୍ର ସଂଗଠନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ‘ଜୀବନବିନ୍ଦୁ’

jibanbinduରବିବାର ସକାଳ ୯ ଘଟିକାରୁ ବିପିୟୁଟି ଛାତ୍ର ସଂଗଠନ ଇଙଈଝଙ ତରଫରୁ ଭୁବନେଶ୍ୱରସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର (ଜୀବନବିନ୍ଦୁ) ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ମାନ୍ୟବର ପଂଚାୟତିରାଜ ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା, ମାନ୍ୟବର ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ରାଜଶ୍ରୀ ମଲ୍ଲିକ, ବ୍ୟୋମକେଶ ରାୟ(ରାଜ୍ୟ ଛାତ୍ର ସଭାପତି), ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଓ ଉପଦେଷ୍ଟା ଇଙଈଝଙ ଅମରେଶ ପତ୍ରୀ ଓ ସଂଗଠନର ମୁଖ୍ୟ ସଂଯୋଜକ ଅଶ୍ୱିନି କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଇଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱର “୨୦୧୫-୨୦୧୬ରେ ରକ୍ତର ଅଭାବରୁ କେହି ପ୍ରାଣତ୍ୟାଗ କରିବେ ନାହିଁ”କୁ ସମ୍ମାନ ଜଣାଇ ଇଙଈଝଙ ଏହି କାର୍ଯ୍ୟକ୍ରମକୁ ଉପଦେଷ୍ଟା ନିହାର ରଞ୍ଜନ ବେହେରା, ଆବାହକ ବିପ୍ଲବ ପଣ୍ଡା, ପବିତ୍ର ମହାପାତ୍ର, ଦୁର୍ଗା ପ୍ରସନ୍ନ ପରିଡା, ଉପସଂଗଠକ ତାରେଣି ପ୍ରସାଦ ନାୟକ, ଶିବ ପ୍ରସାଦ ପଣ୍ଡା, ଦୀପ୍ତିରଞ୍ଜନ ଧଳ, ରାକେଶ ପ୍ରଧାନ, ପରିଚାଳନା କମିଟି ଗୌରାଙ୍ଗ ଚରଣ ପରିଡା, ଜ୍ଞାନରଞ୍ଜନ ଜେନା, ମୃତୁ୍ୟଞ୍ଜୟ ଦାସ, ରଞ୍ଜନ ନାୟକ, ଅଭିନାଶ ବିଶ୍ୱାଳ, ସଭାପତି ରଶ୍ମୀରଞ୍ଜନ ଦାସ, ସାଧାରଣ ସମ୍ପାଦକ ଜୟଦେବ ପ୍ରଧାନ, ଉପସଭାପତି ପ୍ରକାଶ ବଳ, ଚନ୍ଦ୍ରଶେଖର ପରିଡା, ସାଗର ପଣ୍ଡା, ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ । ଏଥିରେ ପାଖାପାଖି ୪୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

Share in top social networks!