ଶତାବ୍ଦୀର ସ୍ୱପ୍ନାଙ୍କନ: ସମୃଦ୍ଧଭାଷା ଶକ୍ତିଶାଳୀ ଓଡିଶା

ଓଡିଶା ସରକାରି ଭାଷା ଅଧିନିୟମ୧୯୫୪ର ବିଧିବଦ୍ଧ କାର୍ଯ୍ୟକାରିତା ଓ ଓଡିଆଭାଷାରେ ଓଡିଶା ଶାସନର ପ୍ରୟୋଗାତ୍ମକ ମୂଲ୍ୟବୋଧ ପ୍ରତିଷ୍ଠା ନିମନ୍ତେ ଓଡିଶା ସରକାର ଓ ଓଡିଆ ଭାଷା ସଂଗ୍ରାମ ସମିତିର ସମ୍ପାଦିତ ଚୁକ୍ତି ଅନୁଯାୟୀ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିବା ସହିତ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶନାମା ପ୍ରଣୟନ କରାଯାଇଥିବାରୁ ଓଡିଆ ଭାଷା ସଂଗ୍ରାମ ସମିତି ଓଡିଶା ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିବାଦନ ଓ କୃତଜ୍ଞତା ଜଣାଉଛି । ସମଗ୍ର ପୃଥିବୀର ପ୍ରଥମ ଭୂଖଣ୍ଡ ଓ ଭାରତବର୍ଷର ଭାଷାଭିତ୍ତିକ ସର୍ବପ୍ରଥମ ରାଜ୍ୟର ମାନ୍ୟତା ଲାଭ କରିଥିବା ଓଡିଶାର ଭାଷା ଏବେ ମହାଭାରତୀୟ ଶାସ୍ତ୍ରୀୟ ମର୍ଯ୍ୟାଦାର ମହିମା ବିମଣ୍ଡିତ ହୋଇସାରିଥିବାବେଳେ ଓଡିଶାର ଶାସନ, ପ୍ରଶାସନ, ଗଣମାଧ୍ୟମ, ସର୍ବସାଧାରଣ ଓ ବ୍ୟକ୍ତିଜୀବନରେ ଭାଷାର ପ୍ରୟୋଗାତ୍ମକ ମୂଲ୍ୟବୋଧ ଏକାନ୍ତ ଜରୁରୀ । ଓଡିଆଭାଷାକୁ ଜ୍ଞାନବିଜ୍ଞାନ ଓ ରୋଜଗାରର ଭାଷାରେ ପରିଣତ କରିବାପାଇଁ ଓଡିଆଭାଷା ସଂଗ୍ରାମ ସମିତିର ଦାବିକୁ ଓଡିଶା ସରକାର ନିସର୍ତ୍ତରେ ଗ୍ରହଣ କରିଥିବାବେଳେ ଓଡିଆ ଭାଷାର ସାର୍ବଜନୀନ ପ୍ରୟୋଗପାଇଁ ମନ୍ତ୍ରୀସ୍ତରୀୟ କମିଟିର ଉଦ୍ୟମ ଅବ୍ୟାହତ ରହିଛି । ଇତ୍ୟବସରରେ ଓଡିଶା ସରକାର ଆଉପାଦେ ଆଗକୁ ଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୯୩୬ ଆଧାରରେ ଓଡିଶାଅ୧୦୦ “ଶତାବ୍ଦୀର ଓଡିଶା” ଭାଷା, ସଂସ୍କୃତି ଓ ସାମଗ୍ରିକ ସମୃଦ୍ଧିର ବିକଶିତ ନକ୍ସାଙ୍କନ ଏକ ଉଲ୍ଲେଖନୀୟ ପଦକ୍ଷେପ । ଭାଷା ହେଉଛି ଗୋଟିଏ ଜାତିର ପ୍ରାଣସ୍ପନ୍ଦନ । ଭାଷାର ବିକାଶ ନ ହେଲେ ଯେକୌଣସି ଜାତିର ସାମଗ୍ରିକ ବିକାଶ ସମ୍ଭବପର ନୁହେଁ । ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶ ଗଠନର ଅଶୀ ବର୍ଷ ଓ ଓଡିଆଭାଷା ସରକାରୀ ଅଧିନିୟମ୧୯୫୪ ଷାଠିଏ ବର୍ଷ ପରେ ଭାଷା ଆଧାରରେ ଓଡିଶା ସରକାରଙ୍କ ଶତାବ୍ଦୀ-ଓଡିଶାର ସାମଗ୍ରିକ ବିକାଶର ସ୍ୱପ୍ନଲେଖ ଓଡିଶାର ପ୍ରମୁଖ ପୁନର୍ଜାଗରଣର ପର୍ବ ଭାବରେ ଇତିହାସରେ ଲିପିବଦ୍ଧ ହୋଇ ରହିବ । ଓଡିଆଭାଷାରେ ଓଡିଆ ଶାସନର ଏହି ସୁମହତ ଆନେ୍ଦାଳନକୁ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବାପାଇଁ ସରକାରି, ବେସରକାରି ଓ ବ୍ୟକ୍ତିଗତ ସ୍ତରରେ ଓଡିଶାର ପ୍ରତ୍ୟେକ ଓଡିଆ ଉଦ୍ୟମ ଅବ୍ୟାହତ ରଖିବା ନିମନ୍ତେ ଓଡିଆ ଭାଷା ସଂଗ୍ରାମ ସମିତିର ସାନୁନୟ ଅନୁରୋଧ ।

Share in top social networks!