ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଏବଂ ଯୁଗ୍ମ ସାଧାରଣ ସଂପାଦକଙ୍କ ୨ ଦିନିଆ ଓଡିଶା ଗସ୍ତ

bjpleadersତୃଣମୁଳ ସ୍ତରରେ ବିଜେପିର ସଂଗଠନ ସୁଦୃଢ କରିବା ପାଇଁ ପ୍ରାଥମିକ ସ୍ତରୀୟ ସାଂଗଠନିକ ନିର୍ବାଚନର ସ୍ଥିତି ସମୀକ୍ଷା କରିବା ସହ ଜିଲ୍ଲାସ୍ତରୀୟ ନିର୍ବାଚନ ପାଇଁ ତାରିଖ ନିର୍ଦ୍ଧାରଣ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ ଏବଂ ଯୁଗ୍ମ ସାଧାରଣ ସଂପାଦକ ସୌଦାନ ସିଂହ ୨ ଦିନିଆ ଓଡିଶା ଗସ୍ତରେ ଆଜି ଭୁବନେଶ୍ୱରରେ ପହଂଚିଛନ୍ତି ।
ବର୍ତମାନ ବୁଥ ସ୍ତର ଏବଂ ମଣ୍ଡଳ ସ୍ତରୀୟ ନିର୍ବାଚନ ଶେଷ ହୋଇଯାଇଅଛି । ନିଷ୍ପତି ଅନୁଯାୟୀ ନୂତନ ଭାବେ ଗଠିତ ମଣ୍ଡଳର ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଦଳ ଜିଲ୍ଲାସ୍ତରୀୟ ନିର୍ବାଚନକୁ ଯିବ ।
ରାଜ୍ୟ ତଥା ଜିଲ୍ଲାର ପ୍ରମୁଖ କାର୍ଯ୍ୟକର୍ତା ଏବଂ ନେତାମାନଙ୍କ ସହ ଆଲୋଚନା କରି ସହମତି ଭିତ୍ତିରେ ନିର୍ବାଚନକୁ ଶେଷ କରାଯିବାକୁ ଦଳ ଲକ୍ଷ୍ୟ ରଖିଛି ।

Share in top social networks!