ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀଙ୍କ ମାତୃବିୟୋଗ

sarangijiଆଜି, ଶନିବାର, ଡିସେମ୍ବର ୨୬, ୨୦୧୫, ସଂଧ୍ୟା ୫ଟା ୯ମିନିଟ୍ ସମୟରେ ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀଙ୍କ ଭୁବନେଶ୍ୱର ବାସଭବନରେ ତାଙ୍କ ମାଆ ସିଦେ୍ଧଶ୍ୱରୀ ଷଡ଼ଙ୍ଗୀଙ୍କ ବିୟୋଗ ଘଟିଛି । ଏହି ଘଟଣା ସମଗ୍ର ପରିବାରକୁ ମ୍ରିୟମାଣ କରିଛି । ଶୋକ ସନ୍ତପ୍ତ ପରିବାରର ଦୁଃଖରେ ସାମିଲ୍ ହେବା ସହ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ରାଜ୍ୟ ବିଜେପି ପରିବାର ପ୍ରାର୍ଥନା କରୁଛି ।
ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସାଧାରଣ ସଂପାଦକ ମନମୋହନ ସାମଲ, ରାଜ୍ୟ ପ୍ରବକ୍ତା ସଜ୍ଜନ ଶର୍ମା ଓ ସମୀର ମହାନ୍ତି ପ୍ରମୁଖ ଶ୍ରୀ ଷଡଙ୍ଗୀଙ୍କ ବାସଭବନକୁ ଯାଇ ଶବାଧାର ପୁଷ୍ପ ମାଲ୍ୟାର୍ପଣ କରି ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Share in top social networks!