ସ୍ୱାମୀ ଚିଦାନନ୍ଦଙ୍କ ସରସ୍ୱତୀଙ୍କ ସ୍ମୃତି ଉଦେ୍ଧଶ୍ୟରେ ଓଡିଶାରେ ନିର୍ମାଣ ହେବ ଏକ ବିଶାଳ ବିଶ୍ୱଶାନ୍ତି ମନ୍ଦିର

chidanandaଋଷିକେଷ ସ୍ଥିତ ଶିବାନନ୍ଦ ଆଶ୍ରମର ମହାନ ସନ୍ଥ ପରମ ପୂଜନୀୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କର ଜୀବନୀ,ବାଣୀ ଓ ଆଦର୍ଶ ପ୍ରଚାର,ପ୍ରସାର,ବିଶ୍ୱ ଭାତୃତ୍ୱ,ବିଶ୍ୱ ଧର୍ମ ସମନ୍ୱୟ ଏବଂ ବିଶ୍ୱ ଶାନ୍ତି ତଥା ମାନବତାର ସେବା ନିମିତ୍ତ ସ୍ୱାମୀ ଚିଦାନନ୍ଦ ସେବାଶ୍ରମ ତରଫରୁ ଓଡିଶାରେ ହେବ ସ୍ୱାମୀ ଚିଦାନନ୍ଦଙ୍କର ଏକ ବିଶାଳ ଅଦ୍ୱିତୀୟ ସ୍ମୃତି ମନ୍ଦିର । ଚଳିତ ବର୍ଷ ଅର୍ଥାତ୍ ୨୦୧୫-୧୬ କୁ ସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ଭାବେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି । ତେଣୁ ଏହି ଅବସରରେ ଓଡିଶାରେ ୧୦୦ ଏକର ଜମିରେ ନିର୍ମିତ୍ତ ହେବାକୁ ଥିବା ଏହି ସ୍ମୃତି ମନ୍ଦିରରେ ବେଦଶାଳା, ବୈଦ୍ୟଶାଳା, କୃଷିଶାଳା, ଯୋଗ ଓ ଧ୍ୟାନକକ୍ଷ, ଯୁବକ ବର୍ଗଙ୍କ ନିମିତ ମୂଲ୍ୟବୋଧ ଓ ନୈତିକତାର କର୍ମଶାଳା,ବୟୋବୃଦ୍ଧମାନଙ୍କ ନିମିତ ସେବାକକ୍ଷ(ବୃଦ୍ଧାଶ୍ରମ) ଏବଂ ଚିଦାନନ୍ଦ କ୍ରିୟେସନ୍ସ ନିର୍ମିତ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାମୀ ଚିଦାନନ୍ଦ ସେବାଶ୍ରମ ତରଫରୁ ଘୋଷଣା କରାଯାଇଛି ।
ସ୍ୱାମୀ ଚିଦାନନ୍ଦ ସେବାଶ୍ରମ ତରଫରୁ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠାନର ମ୍ୟାନେଜି ଟ୍ରିଷ୍ଟି ସ୍ୱାମୀ ୟତିଧର୍ମାନନ୍ଦ ସରସ୍ୱତୀ ଓ ମୁଖ୍ୟ ଉପଦେଷ୍ଟା ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ ଉକ୍ତ ବିଷୟ ଘୋଷଣା କରିକହିଛନ୍ତି ଯେ,ଏହି ସ୍ମତି ମନ୍ଦିର ସ୍ୱାମୀ ଚିଦାନନ୍ଦ ବିଶ୍ୱଶାନ୍ତି ମନ୍ଦିର ନାମରେ ବିଖ୍ୟାତ ହେବ । ଆମର ସମସ୍ତ ବିଷୟ ଆମ ୱେବସାଇଟ୍ ଙ୍ଗଙ୍ଗଙ୍ଗ.ଗ୍ଦଙ୍ଗବଜ୍ଞସମଷସୟବଦ୍ଭବଦ୍ଭୟବ.ମକ୍ଟଜ୍ଞ ଉପଲବ୍ଧ ।
ଏହି ସାମ୍ବାଦିକ ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକାର ସଲଟ୍ଲେକ ସିଟି, ୟୁଟା ଷ୍ଟେଟ୍ ଠାରେ ଗତ ଅକ୍ଟୋବର ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ‘ବିଶ୍ୱ ଧର୍ମ ସଂସଦ’ରେ ଏହି ଓଡିଆ ମାଟିର ପୁଅ ଜଣେ ସୁପ୍ରସିଦ୍ଧ ଯୁବ ସନ୍ୟାସୀ ୟତିଧର୍ମାନନ୍ଦ ଭାଗନେଇ “ହିନ୍ଦୁ ଧର୍ମ ଏବଂ ପରିବେଶ ପାଇଁ ତା’ର ଅବଦାନ” ଓ “ହିନ୍ଦୁତ୍ୱ ଏବଂ ମାନବଧର୍ମୀସେବା” ବିଷୟରେ ବକ୍ତୃତା ଦେଇ ଉପସ୍ଥିତ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଦେଶ ଓ ବିଦେଶମାଟିରେ ଓଡିଶାର ଗର୍ବ ଓ ଗୌରବକୁ ବଢାଇଥିବାରୁ ସେହି ଯୁବ ସନ୍ୟାସୀ ସ୍ୱାମୀ ୟତିଧର୍ମାନନ୍ଦ ସରସ୍ୱତୀଙ୍କୁ ସ୍ୱାମୀ ଚିଦାନନ୍ଦ ସେବାଶ୍ରମ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ସ୍ୱାମୀ ୟତିଧର୍ମାନନ୍ଦ, ସ୍ୱାମୀ ଚିଦାନନ୍ଦ ସେବାଶ୍ରମର ପରିଚାଳନା କମିଟି ସଦସ୍ୟ ଅଛନ୍ତି ଏବଂ ସେ ଚଳିତ ବର୍ଷ ଧର୍ମ ସଂସଦରେ ଅଂଶଗ୍ରହଣ କରିବାପାଇଁ ନିମନ୍ତ୍ରିତ ହୋଇଥିଲେ । ସେ ସ୍ୱାମୀ ଚିଦାନନ୍ଦ, ତାଙ୍କର ଶିଷ୍ୟମଣ୍ଡଳୀ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ସମସ୍ତ ଅନୁଗାମୀମାନଙ୍କ ପ୍ରତିନିଧି ଭାବରେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରି ସ୍ୱାମିଜୀଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସ୍ୱାମୀ ୟତିଧର୍ମାନନ୍ଦଙ୍କ ପୂର୍ବାଶ୍ରମ ନାମ ସତ୍ୟଜିତ୍ ପଣ୍ଡା ଏବଂ ତାଙ୍କର ପିତା ଓଡ଼ିଶାର ପ୍ରଖ୍ୟାତ ଯାଦୁଗର ଶିଳ୍ପପତି ଇଂ ଭାସ୍କର ପଣ୍ଡା ଓରଫ ପି. ଭାସ୍କର । ୧୯୯୦ ମସିହାରେ ଯାଦୁଗର ପି. ଭାସ୍କର ସ୍ୱାମୀ ଚିଦାନନ୍ଦଙ୍କ ଶିଷ୍ୟତ୍ୱ ଗ୍ରହଣ କରି ପରବର୍ତୀ ଅବସ୍ଥାରେ ସନ୍ୟାସ ଦୀକ୍ଷା ନେବା ପରେ ସ୍ୱାମୀ ଜ୍ଞାନାନନ୍ଦ ଭାବେ ପରିଚିତ ହୋଇଥିଲେ । ସତ୍ୟଜିତ୍ କଟକର ଖାନନଗର ହାଇସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରି ବାରିପଦାରେ +୨ ଶେଷ ପରେ ସ୍ୱାମୀ ଚିଦାନନ୍ଦଙ୍କ ତତ୍ୱାବଧାନରେ ଦିଲ୍ଲୀରୁ କମ୍ପୁ୍ୟଟର ଇଞ୍ଜିନିୟରିଂ ଡିପ୍ଲୋମା ହାସଲ କଲା ପରେ ହଂକଂର ଏକ ସଂସ୍ଥାରେ ସିଷ୍ଟମ ଇଞ୍ଜିନିୟର ଭାବେ କାର୍ଯ୍ୟ କରିଥିଲେ । ପରେ ଦୁନିଆର ଚାକଚକ୍ୟରୁ ଦୂରେଇ ଯାଇ ଚାକିରୀ ଛାଡ଼ି ସତ୍ୟଜିତ୍ ଋଷିକେଶସ୍ଥିତ ଶିବାନନ୍ଦ ଆଶ୍ରମକୁ ଯାଇ ଗୁରୁଦେବ ସ୍ୱାମୀ ଚିଦାନନ୍ଦଙ୍କ ନିକଟରେ ସମର୍ପିତ ହେଲେ । ସେଠାରେ ବିଭିନ୍ନ ଦାୟିତ୍ୱ ନିର୍ବାହ କରିବା ପରେ ୨୦୦୦, ଜାନୁଆରୀ ୬ ତାରିଖରେ ସମ୍ପୂର୍ଣ୍ଣ ରୂପେ ସନ୍ୟାସରେ ଦୀକ୍ଷିତ ହୋଇ ସ୍ୱାମୀ ଯତିଧର୍ମାନନ୍ଦ ଭାବେ ପରିଚିତ ହେଲେ । ସେ ହେଉଛନ୍ତି ଗୁରୁଦେବ ସ୍ୱାମୀ ଚିଦାନନ୍ଦଜୀଙ୍କ ଦ୍ୱାରା ଦୀକ୍ଷିତ ସର୍ବକନିଷ୍ଠ ସନ୍ୟାସୀ ।
ସ୍ୱାମୀ ୟତିଧର୍ମାନନ୍ଦ ସରସ୍ୱତୀ ସ୍ୱାମୀ ଚିଦାନନ୍ଦଙ୍କ ବ୍ୟକ୍ତିଗତ ସହାୟକ ହୋଇ ରହିଥିବା ବେଳେ ଆଶ୍ରମର ଦୃଶ୍ୟ-ଶ୍ରାବ୍ୟ (ଇଙ୍କୟସକ୍ଟ ଌ ଠସଗ୍ଦଙ୍କବକ୍ଷ) ବିଭାଗର ଦାୟିତ୍ୱ ନେଇଥିଲେ । ଗୁରୁଦେବ ସ୍ୱାମୀ ଚିଦାନନ୍ଦଙ୍କ ଆଦେଶରେ ସେ ଆଶ୍ରମର ପୁରାତନ ବହି ତଥା ବିଭିନ୍ନ ଫଟୋ ସବୁକୁ ଆଧୁନିକ ପଦ୍ଧତିରେ କମ୍ପୁ୍ୟଟରୀକରଣ କରି ତା’ର ସଂରକ୍ଷଣ ଓ ଉଦ୍ଧାର ନିମିତ୍ତ ମୁମ୍ବାଇର ପ୍ରସିଦ୍ଧ ଗୀତାର ବାଦକ ଶ୍ରୀ ରମେଶ ଆୟାରଙ୍କ ଠାରୁ ପ୍ରଶିକ୍ଷଣ ପ୍ରାପ୍ତ କଲେ ଏବଂ ଦିବ୍ୟଜୀବନ ଆଶ୍ରମଠାରେ ଝସଙ୍ଖବଦ୍ଭବଦ୍ଭୟବ ଇଙ୍କୟସକ୍ଟ ଌ ଠସଗ୍ଦଙ୍କବକ୍ଷ ଝଗ୍ଧଙ୍କୟସକ୍ଟ, ଝସଙ୍ଖବଦ୍ଭବଦ୍ଭୟବ ଇଙ୍କୟସକ୍ଟ ଠସଗ୍ଦଙ୍କବକ୍ଷ ଖସଭକ୍ସବକ୍ସଚ୍ଚ, ଝସଙ୍ଖବଦ୍ଭବଦ୍ଭୟବ ଚଷକ୍ଟଗ୍ଧକ୍ଟ ଚକ୍ସରଗ୍ଦରକ୍ସଙ୍ଖବଗ୍ଧସକ୍ଟଦ୍ଭ ଊରକ୍ଟ୍ରବକ୍ସଗ୍ଧଜ୍ଞରଦ୍ଭଗ୍ଧ ଌ ଡରଭଗ୍ଦସଗ୍ଧର ଊରକ୍ଟ୍ରବକ୍ସଗ୍ଧଜ୍ଞରଦ୍ଭଗ୍ଧ ମଧ୍ୟ ପ୍ରତିଷ୍ଠା କରିଥିଲେ । ସ୍ୱାମୀ ୟତିଧର୍ମାନନ୍ଦଙ୍କ କାର୍ଯ୍ୟକୁ ବିଶ୍ୱସ୍ତରୀୟ ପ୍ରଶଂସା ଏବଂ ସ୍ୱୀକୃତି ମିଳିଛି । ସେଥିମଧ୍ୟରୁ ଇଜ୍ଞରକ୍ସସମବଦ୍ଭ ଇକ୍ସମଷସଙ୍ଖରଗ୍ଦ ବଦ୍ଭୟ ଜରଗ୍ଦରବକ୍ସମଷ ଉରଦ୍ଭଗ୍ଧକ୍ସର ଲକ୍ଟକ୍ସ ଋଗ୍ଧଷଦ୍ଭକ୍ଟଜ୍ଞଙ୍କଗ୍ଦସମକ୍ଟକ୍ଷକ୍ଟଶଚ୍ଚ, ଓଦ୍ଭଗ୍ଧରକ୍ସଦ୍ଭବଗ୍ଧସକ୍ଟଦ୍ଭବକ୍ଷ ଇଗ୍ଦଗ୍ଦକ୍ଟମସବଗ୍ଧସକ୍ଟଦ୍ଭ କ୍ଟଲ ଝକ୍ଟଙ୍କଦ୍ଭୟ ବଦ୍ଭୟ ଇଙ୍କୟସକ୍ଟ ଠସଗ୍ଦଙ୍କବକ୍ଷ ଇକ୍ସମଷସଙ୍ଖରଗ୍ଦ ଗୁଡ଼ିକ ବିଶ୍ୱସ୍ତରୀୟ ସଂସ୍ଥାମାନ ରହିଛନ୍ତି । ସ୍ୱାମୀ ଚିଦାନନ୍ଦଙ୍କ ଆଦେଶ ତଥା ନୂତନ ଜ୍ଞାନକୌଶଳରେ ରହିଥିବା ତାଙ୍କ ରୁଚି ସ୍ୱାମୀ ୟତିଧର୍ମାନନ୍ଦଙ୍କୁ ପ୍ରସିଦ୍ଧ କଳାକାର ଇର୍ଫାନ୍ ଖାନ୍ ତଥା କ୍ରିକେଟର୍ ଅନିଲ୍ କୁମ୍ବଲେଙ୍କ ପରି ବ୍ୟକ୍ତିତ୍ୱଙ୍କ ସହ ଅନ୍ତରଙ୍ଗ କରିଥିଲା । ସେ ଅନେକ ଫଟୋ ସମ୍ବଳିତ ବହି, ଗୁରୁଦେବ ସ୍ୱାମୀ ଚିଦାନନ୍ଦ ଓ ସ୍ୱାମୀ ଶିବାନନନ୍ଦଙ୍କର ଶହ ଶହ ଭାଷଣ, ଶିବାନନ୍ଦ ଆଶ୍ରମର ସାଧୁସନ୍ଥଙ୍କର ଜୀବନୀ ଏବଂ କୁମ୍ଭ ମେଳାକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ରମାନ ନିର୍ମାଣ କରିଛନ୍ତି । ସର୍ବଶେଷରେ ସେ ସ୍ୱାମୀ ଶିବାନନ୍ଦଙ୍କ ସମ୍ପୂର୍ଣ୍ଣ ଜୀବନକାଳର କାର୍ଯ୍ୟକ୍ରମକୁ ଦୀର୍ଘ ୬୦୦୦୦୦ ପୃଷ୍ଠାର କମ୍ପୁ୍ୟଟରୀକରଣ ଓ ଅନେକ ଘଂଟାର ଦୃଶ୍ୟ-ଶ୍ରାବ୍ୟ ମାଧ୍ୟମରେ ସ୍ଥାନିତ କରି ପାରିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାମୀ ଧର୍ମ ପ୍ରକାଶନନ୍ଦ ସରସ୍ୱତୀ, ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ କୁମାର ପଣ୍ଡା, ହେମନ୍ତ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!