ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୨ତମ ଜନ୍ମଦିନକୁ ସୁଶାସନ ଦିବସ ଭାବେ ପାଳନ କରିବ ବିଜେପି

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଭାପତି ମାନ୍ୟବର ଶ୍ରୀମାନ୍ ଅଟଳ ବିହାରୀ ବାଜପେୟୀଙ୍କ ୯୨ତମ ଜନ୍ମ ଦିବସକୁ ରାଜ୍ୟ ବିଜେପି “ସୁଶାସନ ଦିବସ” ଭାବେ ପାଳନ କରିବ । ଏହି ଅବସରରେ ଆସନ୍ତା କାଲି ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ଦିରମାନଙ୍କରେ ସାମୁହିକ ଦୀପ ପ୍ରଜ୍ୱଳନ, ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ଏବଂ ମିଷ୍ଠାନ ବଣ୍ଟନ, ରକ୍ତଦାନ ତଥା ଅଙ୍ଗଦାନ ଶିବିର, ବୃକ୍ଷରୋପଣ ଇତ୍ୟାଦରି ଆୟୋଜନ କରାଯିବ ।
ଏହି ତିଥିରେ ରାଜଧାନୀ ଭୂବନେଶ୍ୱରରେ ସକାଳ ୮.୩୦ରେ ମହାପ୍ରଭୂ ଲିଙ୍ଗରାଜଙ୍କଠାରେ ସାମୁହିକ ପୂଜାର୍ଚ୍ଚନା ସହିତ ଦୀପ ପ୍ରଜ୍ୱଳନ କରାଯିବ ଏବଂ ରାଜ୍ୟ କାର୍ଯ୍ୟାଳୟଠାରେ ଦିବା ୧୦ଟାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହେବ । ଦଳୀୟ କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଶ୍ରୀମାନ୍ ବାଜପେୟୀଙ୍କ ଜନ୍ମଦିବସକୁ ପାଳନ କରିବେ ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ସଜ୍ଜନ ଶର୍ମା ପ୍ରକାଶ କରିଛନ୍ତି ।

Share in top social networks!