ଟିସିଏସ୍ ସର୍ବେକ୍ଷଣରେ ଜଣାପଡ଼ିଲା ଭୁବନେଶ୍ୱର ଜେଡ୍ ପୀଢି ସମ୍ପର୍କରେ ୧୦ଟି ରୋଚକ ତଥ୍ୟ

tcssଯୁବପୀଢି ଉପରେ ଟିସିଏସ୍ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଦେଶର ସର୍ବବୃହତ୍ ସର୍ବେକ୍ଷଣ ମଧ୍ୟରୁ ଅନ୍ୟତମ, ଏଥିରେ ୧୨ରୁ ୧୮ ବୟସ ସୀମା ମଧ୍ୟରେ ଥିବା ପିଲାମାନଙ୍କ ଡିଜିଟାଲ ଅଭ୍ୟାସକୁ ଆକଳନ କରାଯାଇଥାଏ । ବର୍ତ୍ତମାନର ଯୁବପିଢୀ ବା ୧୯୯୫ ପରେ ଜନ୍ମଗ୍ରହଣ କରିଥିବା ପିଲାମାନଙ୍କୁ ଜେଡ୍ ପୀଢି (ଜେନ୍ ଜେଡ୍) ଭାବେ ପରିଭାଷିତ କରାଯାଉଛି । ଟିସିଏସ୍ ଆଇଟି ୱିଜ୍ କୁଇଜ୍ର ଅଂଶବିଶେଷ ଭାବେ ୧୫ଟି ସହରରେ ଟିସିଏସ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ସର୍ବେକ୍ଷଣ କରାଯାଇଥିଲା । ଭୁବନେଶ୍ୱରଠାରେ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ କରାଯାଇଥିବା ସର୍ବେକ୍ଷଣର କିଛି ଫଳାଫଳ ନିମ୍ନରେ ଦିଆଗଲା ।
୧. ସ୍ମାର୍ଟ ଫୋନ୍ ପୀଢି
ଭୁବନେଶ୍ୱରର ତରୁଣ ଓ ତରୁଣୀଙ୍କ ମଧ୍ୟରେ ସ୍ମାର୍ଟ ଫୋନ୍ ସବୁଠାରୁ ଲୋଭନୀୟ ଯାନ୍ତ୍ରିକ ଉପକରଣ (୮୨%). । ସବୁଠାରୁ କୌତୁହଳପୂର୍ଣ୍ଣ ବିଷୟ ହେଉଛି ଯେ, ସ୍କାର୍ଟଫୋନ୍ ଇଣ୍ଟରନେଟ୍ ବ୍ୟବହାର କରିବାର ସବୁଠାରୁ ଲୋକପ୍ରିୟ ମାଧ୍ୟମ (୪୬%), ଏହାପରେ ଡେକ୍ସଟପ୍/ଘରୋଇ କମ୍ପୁ୍ୟଟର ଓ ଲାପଟପ୍ (୪୪%) ଦ୍ୱିତୀୟ ସ୍ଥାନରେ ରହିଛି ।
୨. ଭୁବନେଶ୍ୱରର ତରୁଣ ଓ ତରୁଣୀ ଫେସ୍ବୁକ୍ ସମ୍ପ୍ରଦାୟ ଭାବେ ବେଶ୍ ଜଣାଶୁଣା
୯୩% ସହ ଫେସ୍ବୁକ୍ ସବୁଠାରୁ ଆଗରେ ଥିବାବେଳେ ଗୁଗୁଲ୍+ ୬୨% ଛାତ୍ରଛାତ୍ରୀ ବ୍ୟବହାର କରୁଛନ୍ତି । ସବୁଠାରୁ କୌତୁହଳପୂର୍ଣ୍ଣ ବିଷୟ ହେଉଛି ଯେ, ଝିଅମାନଙ୍କ ତୁଳନାରେ ପୁଅମାନେ ସୋସିଆଲ୍ ନେଟୱର୍କିଂ ସାଇଟ୍ରେ ଅଧିକ ସଜାଗ ରହୁଛନ୍ତି ।
୩. ଭୁବନେଶ୍ୱରରେ ମଧ୍ୟ ନିଜ ଡେଣା ବିସ୍ତାର କରିଛି ନୀଳ କେନେରୀ ପକ୍ଷୀ (ଟ୍ୱିଟର)
ଭୁବନେଶ୍ୱରରେ ମଧ୍ୟ ବେଶ୍ ଲୋକପ୍ରିୟ ହେବା ସହିତ ପ୍ରାୟ ୫୩% ଛାତ୍ରଛାତ୍ରୀଙ୍କ ଟ୍ୱିଟର ଏକାଉଣ୍ଟ ରହିଛି । ଟ୍ୱିଟର ଝିଅମାନଙ୍କ (୩୬%) ଅପେକ୍ଷା ପୁଅମାନେ (୫୮%) ଅଧିକ ବ୍ୟବହାର କରୁଛନ୍ତି ।
୪. କ’ଣ ଅଛି ହ୍ୱାଟ୍ସଆପ୍ରେ?
ଭୁବନେଶ୍ୱରର ୭୩% ଜେଡ୍ ପିଢୀ ହ୍ୱାଟ୍ସଆପ୍ ମାଧ୍ୟମରେ ବାର୍ତ୍ତାଳାପ କରୁଛନ୍ତି । ଏହାପରେ ୧୨% ଏସ୍ଏମ୍ଏସ୍ ଦ୍ୱାରା ବାର୍ତ୍ତାଳାପ କରୁଛନ୍ତି ।
୫. ଭୁବନେଶ୍ୱରର ଜେଡ୍ ପୀଢି କହୁଛି “ଅନ୍ଲାଇନ୍ରେ ଦେଖାହେବ”
୩୧% ଛାତ୍ରଛାତ୍ରୀ ପ୍ରତିଦିନ ୧ ଘଣ୍ଟା ପାଇଁ ଅନ୍ଲାଇନ୍ ରହୁଛନ୍ତି । ୪୦% ନୋଟିଫିକେସନ୍ ପାଇବାର ୫ ମିନିଟ୍ ମଧ୍ୟରେ ଜବାବ୍ ଦେଉଛନ୍ତି । ୩୯% ଛାତ୍ରଛାତ୍ରୀଙ୍କ ଅନ୍ଲାଇନ୍ କାର୍ଯ୍ୟକଳାପ ଉପରେ ଅଭିଭାବକ ମାନେ ନଜର ରଖୁଛନ୍ତି ଓ ୫୩% ଛାତ୍ରଛାତ୍ରୀଙ୍କ ଅନ୍ଲାଇନ୍ ଏକାଉଣ୍ଟକୁ ଅଭିଭାବକମାନେ ଖୋଲି ପାରୁଛନ୍ତି ।

୬ ସବୁସମୟରେ, ସବୁସ୍ଥାନରେ ଅଧ୍ୟୟନ
ଆଉ ଏକ କୌତୁହଳପୂର୍ଣ୍ଣ ବିଷୟ ହେଉଛି ଯେ, ଭୁବନେଶ୍ୱରର କିଶୋର ଓ କିଶୋରୀମାନେ ସଂଗଠିତ ଶିକ୍ଷା ପରିବେଶକୁ ଛାଡ଼ି ଡିଆଇୱାଇ ଓ ତାର ସହଯୋଗୀ ଅନ୍ଲାଇନ୍ ୱେବ୍ସାଇଟ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି । ୨୯% ଛାତ୍ରଛାତ୍ରୀ ଭିଡ଼ିଓ ଚାଟ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଥିବାବେଳେ ୧୬% ଅନ୍ଲାଇନ୍ ମାଧ୍ୟମରେ ନିଜ ସ୍କୁଲରେ ଦିଆଯାଇଥିବା ଟାକ୍ସକୁ ପୁରା କରୁଛନ୍ତି ।
୭ ଭୁବନେଶ୍ୱର ଜେଡ୍ ପୀଢି କହୁଛି, “ଭେଟିବା ଓ ଅଭିବାଦନ କରିବା; ପୋଷ୍ଟ ଓ ଟ୍ୱିଟ୍ ନୁହେଁ”
ବର୍ତ୍ତମାନର ପୀଢି ଫୋନ୍ କରିବା ଓ ସୋସିଆଲ୍ ମିଡ଼ିଆ ତୁଳନାରେ ବନ୍ଧୁମାନଙ୍କ ସହ ସିଧାସଳଖ ଦେଖା (୩୮%) କରିବାକୁ ଅଧିକ ଗୁରୁତ୍ୱ ଦେଉଛି ।
୮ ବ୍ରାଣ୍ଡେଡ୍ କମ୍ପାନୀଗୁଡ଼ିକ ଧ୍ୟାନ ଦିଅନ୍ତୁ: ଜେଡ୍ ପୀଢିର ଛାତ୍ରଛାତ୍ରୀମାନେ ବିଭିନ୍ନ ଚ୍ୟାନେଲ ଜରିଆରେ ଜିନିଷ କିଣୁଛନ୍ତି
୯୦% ଛାତ୍ରଛାତ୍ରୀଙ୍କ ମତରେ ସେମାନେ ଅନ୍ଲାଇନ୍ରେ ଜିନିଷ କିଣୁଛନ୍ତି । ୫୯% ଯାନ୍ତ୍ରିକ ଉପକରଣ କିଣୁଥିବାବେଳେ ୫୩% ପୁସ୍ତକ ଓ ୫୧% ପୋଷାକପତ୍ର କିଣୁଛନ୍ତି ।
୯ ପାରମ୍ପରିକ ମିଡ଼ିଆ ଏବେ ବି ରାଜ କରୁଛି
ଖବର ପାଇବା ପାଇଁ ୭୫% ଜେଡ୍ ପୀଢି ଏବେ ବି ଟିଭି ଓ ଖବରକାଗଜ ଉପରେ ନିର୍ଭର କରୁଥିବାବେଳେ ୩୮% ଅନ୍ଲାଇନ୍ ଓ ୩୫% ପରିବାରବର୍ଗ ଓ ବନ୍ଧୁମାନଙ୍କ ଦ୍ୱାରା ଦିଆଯାଇଥିବା ଲିଙ୍କ୍ ଉପରେ ନିର୍ଭର କରୁଛନ୍ତି ।
୧୦. ଆଉ ଏକ ମିଥକ: ପେସାଦାର ପାଠ୍ୟକ୍ରମର ଆକର୍ଷଣ କମୁଛି
ଆଶ୍ଚର୍ଯ୍ୟଜନକ ଭାବେ ୫୩% ଝିଅ ୪୯% ପୁଅଙ୍କ ତୁଳନାରେ ପେସାଦାର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଛନ୍ତି ।
ଟିସିଏସ୍ ବିଶ୍ୱ ଯୋଗାଯୋଗ ବିଭାଗର ଭାଇସ ପ୍ରେସିଡେଣ୍ଟ ତଥା ମୁଖ୍ୟ ଶ୍ରୀ ପ୍ରଦୀପ୍ତ ବାଗ୍ଚୀଙ୍କ ଅନୁସାରେ ଭୁବନେଶ୍ୱର ଜେଡ୍ ପୀଢି ସାମାଜିକ ସହଭାଗିତା, ପ୍ରଯୁକ୍ତି ବିଦ୍ୟାରେ ସଚେତନ ଓ ପ୍ରକୃତରେ ଡିଜିଟାଲ ପ୍ରଣାଳୀ ଉପରେ ସିଦ୍ଧହସ୍ତ । ଭାରତରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ଆମର ବାର୍ଷିକ ସର୍ବେକ୍ଷଣ ଆସନ୍ତାକାଲିର ପେସାଦାରଙ୍କୁ ଜାଣିବା, ଉତ୍ସାହଜନକ ବୃତ୍ତି ସୃଷ୍ଟି ଓ ସେମାନଙ୍କ ପାଇଁ ଶିକ୍ଷାର ସୁଯୋଗ ବିଷୟରେ ଜାଣିବାରେ ସହାୟକ ହେବ ।

Share in top social networks!