ଆଗାମୀ ୨ ବର୍ଷରେ ରେଲୱେ ହବ୍ ଭାବେ ଓଡିଶା ପରିଗଣିତ ହେବ : ମନୋଜ ସିହ୍ନା

10403631_1664392713777739_6074059680397045107_nପ୍ରଥମ ଥର ଓଡିଶା ଆସିଥିବାରୁ ପ୍ରଭୂ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ନିଜକୁ ଗର୍ବିତ ମନେକରୁଛି । ଓଡିଶା ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ । ଭାରତର ଅର୍ଥନୀତିକୁ ରେଳ ବିଭାଗର ଅବଦାନ ବହୁତ । ସେହିପରି ଦେଶର ରେଳ ବିଭାଗକୁ ବିଶେଷ କରି ଓଡିଶାର ଅବଦାନ ବହୁ ମହତ୍ତ୍ୱପୂର୍ଣ୍ଣ । ସ୍ୱାଧୀନତା ପରେ ମଧ୍ୟ ରେଳ କ୍ଷେତ୍ରରେ ଓଡିଶା ସର୍ବଦା ଅବହେଳା ହୋଇ ଆସୁଥିଲା । ମାତ୍ର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବର୍ତ୍ତମାନର କେନ୍ଦ୍ର ସରକାର ଶାସନ ଭାରକୁ ଆସିବା ପରେ ବିଶେଷ କରି ଓଡିଶାକୁ ପ୍ରାଥମିକତା ଦେବା ସହ ରାଜ୍ୟର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଇ ଆସୁଛନ୍ତି । ଅତୀତରେ ଓଡିଶା କେବେହେଲେ ମଧ୍ୟ ଗୋଟିଏ ଆର୍ଥିକ ବର୍ଷରେ ରେଳ ବଜେଟରେ ୮୦୦-୯୦୦ କୋଟି ଟଙ୍କାରୁ ଉର୍ଦ୍ଧ ପାଇନଥିବା ବେଳେ ଚଳିତ ଆର୍ଥିକ ବର୍ଷ ୨୦୧୫-୧୬ ପାଇଁ କେନ୍ଦ୍ର ସରକାର ବଜେଟରେ ରେକର୍ଡ ୩୬୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ପ୍ରକାଶ ଥାଉକି ରେଳ ବଜେଟ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩୨୦୦ କୋଟି ଟଙ୍କା ଦାବୀ କରାଯାଇଥିଲା । ତେଣୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଥିବା ପ୍ରାଥମିକତା ଏବଂ ଆନ୍ତରିକତା ସ୍ପଷ୍ଟ ହେଉଅଛି । ଆଗାମୀ ଦିନରେ ଓଡିଶାର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଆହୁରି ଅଧିକ ସହଯୋଗ କରିବା ସହିତ ବିକାଶ ପାଇଁ ବ୍ୟାପକ ଅର୍ଥ ଯୋଗେଇଦେବେ ବୋଲି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ମନୋଜ ସିହ୍ନା ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ଅବସରରେ ମତ ପ୍ରକାଶ କରିଛନ୍ତି ।
ଶ୍ରୀଯୁକ୍ତ ସିହ୍ନା ମତ ପ୍ରକାଶ କରି କହିଛନ୍ତିଯେ, ସ୍ୱାଧୀନତା ପରେ ଭାରତବର୍ଷର ରେଳଯାତ୍ରୀଙ୍କ ସଂଖ୍ୟା ୧୬ ଗୁଣ ବୃଦ୍ଧି ପାଇଥିବାବେଳେ ରେଳପଥର ବିକାଶ ସେହି ମାତ୍ରାରେ ହୋଇପାରିନାହିଁ । ରେଳକ୍ଷେତ୍ରର ତ୍ୱରାନ୍ୱିତ ବିକାଶ ପାଇଁ ବର୍ତ୍ତମାନର କେନ୍ଦ୍ର ସରକାର ଆସନ୍ତା ୩ ବର୍ଷରେ ୮.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚରେ ବ୍ୟୟ ବରାଦ କରି ସର୍ବବ୍ୟାପି କରାଯିବାର ସ୍ଥିର କରାଯାଇଅଛି । ତେଣୁ ଆସନ୍ତା ୩-୪ ବର୍ଷରେ ରେଳପଥ ମାନଚିତ୍ରରେ ରୂପରେଖ ନିଶ୍ଚିତ ଭାବେ ବଦଳିବା ସହ ଓଡିଶା ଦେଶର “ରେଲୱେ ହବ୍” ହେବ ବୋଲି ଶ୍ରୀଯୁକ୍ତ ସିହ୍ନା ଦୃଢୋକ୍ତି ପ୍ରକାଶ କରିଥିଲେ ।
ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ବର୍ତ୍ତମାନର ସରକାର ୧୮ ମାସ ମଧ୍ୟରେ ଦେଶର ସ୍ଥିତିକୁ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ କରାଇ ପାରିଛନ୍ତି । ଦେଶକୁ ଭ୍ରଷ୍ଟାଚାରମୁକ୍ତ କରିବା ପାଇଁ ପ୍ରତିଶୃତିବଦ୍ଧ ଏବଂ କାର୍ଯ୍ୟରତ । ମାତ୍ର କିଛି ସ୍ୱାର୍ଥନ୍ୟସ୍ତ ଦଳ ଓ ବ୍ୟକ୍ତି ଅପପ୍ରଚାର କରି ଦେଶର ବିକାଶକୁ ପ୍ରତିରୋଧ କରିବାକୁ ଅପପ୍ରୟାସ କରୁଛନ୍ତି । ବିରୋଧିମାନେ ସାଂସଦ ଅଚଳ କରି ଅସ୍ଥିରତା ସୃଷ୍ଟି କରୁଛନ୍ତି । ଦେଶବାସୀ କଂଗ୍ରେସ ଏବଂ ସ୍ୱାର୍ଥପର ବିରୋଧିଦଳଙ୍କ ହୀନ ମାନସିକତାକୁ ଭଲଭାବେ ବୁଝି ସାରିଲେଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଆର୍ଥିକ ବିକାଶ ବୃଦ୍ଧି ପାଉଛି ଏବଂ ଆଗାମୀ ୨ ବର୍ଷରେ ଏହା ୧.୫ ରୁ ୨ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଶ୍ରୀ ସିହ୍ନା କହିଛନ୍ତି ।
କଟକ, ଯାଜପୁର, କଳାହାଣ୍ଡି ଖୋର୍ଦ୍ଧା ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଇଥିଲେ । ଭୂବନେଶ୍ୱର ଜିଲ୍ଲା ପକ୍ଷରୁ ଜିଲ୍ଲ୍ା ସଭାପତି ଅମୀୟ ଦାଶଙ୍କ ନେତୃତ୍ୱରେ ସମୀର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଜଗନ୍ନାଥ ପ୍ରଧାନ, ଦିଲୀପ ମହାନ୍ତି, ରତିକାନ୍ତ ଦାଶ ପ୍ରମୁଖ ଏକ ସ୍ମାରକ ପତ୍ର ଦେଇ ପ୍ରଭୁ ଲିଙ୍ଗରାଜଙ୍କ ନାମରେ ଏକ ଟ୍ରେନ ଚଳାଇବା ପାଇଁ ଦାବୀ କରିଥିଲେ । ସେହିପରି ଯାଜପୁର ଜିଲ୍ଲା ସଭାପତି ଆଶୁତୋଷ ପରିଡାଙ୍କ ନେତୃତ୍ୱରେ ଅରବିନ୍ଦ ଦାଶ, ସରେଜ ସାହୁ, ଅଜୟ ମଲ୍ଲିକ ପ୍ରମୁଖ ଯାଜପୁର-କେନ୍ଦୁଝର ରୋଡଠାରୁ ବିରଜା ମନ୍ଦିର, ଆରଡି, ଚାନ୍ଦବାଲି ଓଧାମରା ବନ୍ଦର ପର୍ଯ୍ୟନ୍ତ ରେଳ ସଂଯୋଗୀକରଣ ପାଇଁ ଦାବୀ ପତ୍ର ଦିଆଯାଇଥିଲା । ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ଆୱାନ ଦେଇଥିଲେ ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସଭାପତି ଶ୍ରୀ କନକବର୍ଦ୍ଧନ ସିଂହଦେଓ, ଉପ ସଭାପତି ସମୀର ଦେ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ପ୍ରସନ୍ନ ମିଶ୍ର, ବରିଷ୍ଠ ନେତା ବିଜୟ ମହାପାତ୍ର, ମୁଖପାତ୍ର ସମୀର ମହାନ୍ତି ଓ ସଜ୍ଜନ ଶର୍ମା, ସମ୍ପାଦକ ଛୋଟେଲାଲ ମହନ୍ତ, ସମ୍ପାଦିକା ନିୟତି ଗିରି ଓ ପ୍ରଭାତୀ ପରିଡା, ଭୁବନେଶ୍ର ଜିଲ୍ଲା ସଭାପତି ଅମୀୟ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଦିଲୀପ ମହାନ୍ତି, ରତିକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!