ଓଡ଼ିଶାର ଆର୍ଥିକ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି- ଧର୍ମେନ୍ଦ୍ର ପ୍ରଧାନ

dpbsବିଶ୍ୱରେ ଆର୍ଥିକ ଦୃଷ୍ଟିରୁ ବଡ଼ ବଡ଼ ଦେଶମାନଙ୍କରେ ଅର୍ଥନୈତିକ ମାନ୍ଦାବସ୍ଥା ଓ ସଂକଟ ଲାଗି ରହିଥ#ବାବେଳେ ଭାରତୀୟ ବଜାର ଏବେ ବିଶ୍ୱର ଆଶାର କିରଣ ହୋଇଛି । ଏଭଳି ସମୟରେ ଓଡ଼ିଶା ଏଥ#ରୁ ଫାଇଦା ନେବାର ବେଳ ଆସିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ବିଜିନେସ୍ ଷ୍ଟାଣ୍ଡାର୍ଡ ସମ୍ବାଦପତ୍ରର ଓଡ଼ିଶା ରାଉଣ୍ଡ ଟେବୁଲ୍ ସମ୍ମିଳନୀ ଉଦ୍ଯାପନ ଉତ୍ସବରେ ମୁଖ୍ୟ ଅତିଥ# ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ଓଡ଼ିଶାରେ ପ୍ରଚୁର ଖଣିଜ ସମ୍ପଦ, ବୌଦ୍ଧିକ ମାନବ ସମ୍ବଳ, ପର୍ଯ୍ୟାପ୍ତ
ସମୁଦ୍ର ବେଳାଭୂମି ରହିଥ#ବାବେଳେ ଅନ୍ୟ ରାଜ୍ୟ ତୁଳନାରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ଭଲ ରହିଛି । ତେଣୁ ଏଭଳି ପରିସ୍ଥିତିରେ ଓଡ଼ିଶା ପାଇଁ ଆର୍ଥ#କ ଫାଇଦା ହାସଲ କରିବାର ପ୍ରକୃଷ୍ଟ ସମୟ ଆସିଛି । ଏଥ#ପାଇଁ ପ୍ରତ୍ୟେକ ଓଡ଼ିଆ ଆଗଭର ହେବା ଲାଗି ଶ୍ରୀ ପ୍ରଧାନ ଆହ୍ୱାନ
ଦେଇଛନ୍ତି ।

ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଏପର୍ଯ୍ୟନ୍ତ ୩୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥ#ବାବେଳେ ଆଗକୁ ଭାରତୀୟ ତୈଳ ନିଗମ ୩୦ରୁ ୪୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଆଗାମୀ ଜାନୁଆରୀ ଶେଷ ସପ୍ତାହ ବେଳକୁ ଏହାକୁ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଉଦ୍ଘାଟନ କରିବେ । ଶ୍ରୀ ପ୍ରଧାନ କହିଲେ ଯେ, ରାଜ୍ୟରେ ପ୍ରାକୃତିକ ବାଷ୍ପର ବିପୁଳ ଭଣ୍ଡାର ରହିଛି । ଏହାର ଉତ୍ତୋଳନ ପାଇଁ ବ୍ୟବସ୍ଥା କରାଯାଉଛି । ତାଙ୍କ ମନ୍ତ୍ରାଳୟ ତରଫରୁ ଓଡ଼ିଶାରେ ୧ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ବ୍ୟବସ୍ଥା କରାଯାଉଛି । କେନ୍ଦ୍ରମନ୍ତ୍ରୀ
ଶ୍ରୀ ପ୍ରଧାନ କହିଲେ ଯେ, ଓଡ଼ିଆମାନେ ଆତ୍ମବିଭୋର ଏବଂ ସ୍ୱାଭିମାନୀ । ମାତ୍ର ଆମକୁ ବନ୍ଧନମୁକ୍ତ ହୋଇ ବାହାରକୁ ବାହାରିଲେ ହିଁ ରାଜ୍ୟ ଆର୍ଥ#କ କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ ହୋଇପାରିବ । ଠିକ୍ ଭାବରେ ଯୋଜନା କରାଗଲେ ଦାଦନ ସମସ୍ୟା ରହିବ ନାହିଁ ଏବଂ
ସମସ୍ତେ କାମ ପାଇବେ । ଟେକା ଦେଇ କୌଣସି ଜାତିର ଉନ୍ନତି ଘଟିପାରିବ ନାହିଁ । ଉଦ୍ୟୋଗ, ବ୍ୟବସାୟ, କୃଷି, ଶିଳ୍ପ ଆଦି ସବୁ ଲାଗି ଓଡ଼ିଆଙ୍କ ମଧ୍ୟରେ ଅଭିପ୍ସା ସୃଷ୍ଟି କରିବାକୁ ହେବ ।

ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଲେ ଯେ, ରାଜ୍ୟରେ ନଡ଼ାରୁ ଇଥାନଲ୍ ଶିଳ୍ପର ଭଲ ସୁଯୋଗ ରହିଛି । ଇଥାନଲ୍ ଉତ୍ପାଦନ ହେଲେ ତାଙ୍କ ମନ୍ତ୍ରାଳୟ ସେ ସବୁ କିଣିବାର ବ୍ୟବସ୍ଥା କରିବ । ଏଥ#ପାଇଁ ଓଡ଼ିଶାର ଶିଳ୍ପପତିମାନେ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଥ#ଲେ ।

Share in top social networks!