ବେକାରଙ୍କୁ ଚାକିରି ଦିଅ; ଚାକିରି ନଦେଲେ ଆସନ୍ତା ବର୍ଷରୁ ମାସକୁ ୫ହଜାର ଟଙ୍କାର ଭତ୍ତା ଦିଅ: କଳିଙ୍ଗସେନା

kalingasenaରାଜ୍ୟରେ ପଞ୍ଜିକୃତ ଶିକ୍ଷିତ ବେକାରଙ୍କ ସଂଖ୍ୟା ୨୦ ଲକ୍ଷ ଟପିଥିବାବେଳେ ଅନ୍ୟମାନଙ୍କୁ ମିଶାଇଲେ ଏହା ୩୦ ଲକ୍ଷକୁ ଟପିଗଲାଣି
ା ସରକାର ଯଦି ବେକାରମାନଙ୍କୁ ନିଯୁକ୍ତି ନଦେବେ ତେବେ ସେମାନଙ୍କୁ ଆସନ୍ତା ବର୍ଷରୁ ଭତ୍ତା ଦେବାପାଇଁ କଳିଙ୍ଗସେନା ଆଜି ତାହାର ପ୍ରତିଷ୍ଠା ଦିବସରେ ଦାବି କରିଛି

ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିବା ହଜାର ହଜାର କଳିଙ୍ଗ ସୈନିକଙ୍କୁ ଉଦ୍‍ବୋଧନ ଦେଇ ସେନା ସୁପ୍ରିମୋ ହେମନ୍ତ ରଥ କହିଛନ୍ତି ଯେ ରାଜ୍ୟରେ ଏବେ ବେକାରୀ ସମସ୍ୟା ଉକ୍ରଟ । ବ୍ୟାପକ ଦୁର୍ନୀତି ଯୋଗୁଁ ଖଣି ଖାଦାନ ବନ୍ଦ ପଡିଥିବାବେଳେ ସରକାରଙ୍କ ଶିଳ୍ପ ସ୍ୱପ୍ନ ଏମ୍‍ଓୟୁରେ ଅଟକିଯାଇଛି । ଟାଟା ଭଳି ଯେଉଁ କେତୋଟି ଶିଳ୍ପସଂସ୍ଥା ସେମାନଙ୍କ କାରଖାନା ଖୋଲିଛନ୍ତି ସରକାର ତାଙ୍କ ନିକଟରେ ଏକପ୍ରକାର ବିକ୍ରିହୋଇ ଯାଇଥିବାରୁ କାରଖାନାରେ ଓଡିଆଙ୍କ ଅପେକ୍ଷା ଅଣଓଡିଆଙ୍କ ନିଯୁକ୍ତି ବେଶି । ରାଜ୍ୟର ପ୍ରାୟ ସବୁ କାରଖାନାରେ ସମାନ ଅବସ୍ଥା । ଅଧିକ ନିଯୁକ୍ତି ଥିବା ଚାଷକାର୍ଯ୍ୟରେ ଏବେ ଆତ୍ମହତ୍ୟା ମହାମାରୀର ରୂପ ନେଇଛି । ଚାଷୀପୁଅ ସବୁଆଡୁ ନିରାଶ ହେବାପରେ ବେକରେ ଦଉଡି ଦଉଛି ନହେଲେ ବିଷ ପିଉଛି । ରାଜ୍ୟର ଡିଗ୍ରୀଧାରୀମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ।
ବିଜେଡି ସରକାର ବେକାରୀଙ୍କୁ ଚାକିରିର ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଥିବାବେଳେ ୧୫ ବର୍ଷ ଭିତରେ ୧୫ ବେକାରଙ୍କୁ ବି ଚାକିରି ଦେଇପାରିଲା ନାହିଁ ।

ସରକାରୀ ଦପ୍ତରରେ ପ୍ରାୟ ଦୁଇଲକ୍ଷ ଚାକିରି ଖାଲିଥିବାବେଳେ ପଇସା ସଞ୍ଚôବାପାଇଁ ନିଯୁକ୍ତି ହେଉନାହିଁ । ଯେଉଁଠି ବି ଚାକିରି ବାହାରୁଛି ତାହାକୁ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ନେତାମାନେ ନିଜ ପରିବାରରେ ସୀମିତ ରଖୁଛନ୍ତି । ସରକାରଙ୍କ ଏଭଳି କାର୍ଯ୍ୟକୁ ଉଭୟ
କଂଗ୍ରେସ ଓ ବିଜେପିର ଅଦୃଶ୍ୟ ସହଯୋଗ ରହିଛି । ଜଣେ ଦିଲ୍ଲୀରେ ସହଯୋଗ କରୁଥିବାବେଳେ ଅନ୍ୟଜଣେ ରାଜ୍ୟରେ । ନିଜ ନିଜ ସ୍ୱାର୍ଥପାଇଁ ସମସ୍ତେ ଏବେ ଯୁବ ସମାଜର ସ୍ୱାର୍ଥକୁ ଭୁଲିଗଲେଣି । ଯୁବକଙ୍କୁ ଚାକିରି ଦେବା ପରିବର୍ତ୍ତେ ସରକାର ଏବେ
ରାଜସ୍ୱ ବୃଦ୍ଧି ଆଶାରେ ସେମାନଙ୍କ ହାତରେ ମଦ ବୋତଲ ଧରାଇ ଦେଲେଣି । ବିଜୁବାବୁଙ୍କ ଅମଳରେ ୭୦ କୋଟିର ମଦ ରାଜସ୍ୱ ମିଳୁଥିବାବେଳେ ପୁଅ ନବୀନ ଏହାକୁ ୨୫୦୦ କୋଟିରେ ପହଞ୍ଚାଇଲେଣି । ରାଜ୍ୟରେ ଏବେ ନିଶାଖୋରଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଚାଷୀମୃତୁ୍ୟ ଠାରୁ ଶିଶୁମୃତୁ୍ୟ ସବୁଥିରେ ସରକାର ଛନ୍ଦିହୋଇ ଗଲେଣି । ଅବସ୍ଥା ଏମିତିଯେ ଶିକ୍ଷତଙ୍କୁ ଚାକିରି ଦେବେ କଣ ଓଲଟା କଲେଜ ଛାତ୍ରୀଙ୍କୁ ସେମାନଙ୍କ କଲେଜରେ ତାଲା ଠୁଙ୍କୁଛନ୍ତି । ଚାକିରି ଦେଇଥିବା ଶିକ୍ଷକମାନଙ୍କୁ ଅଧା ଚାକିରିରୁ ବିଦା କରିବାରୁ ସେମାନେ ଏବେ ରାଜରାସ୍ତାରେ ଆତ୍ମାହୂତି ଦେବାପାଇଁ ହାତରେ ପେଟ୍ରୋଲ ଧରି ବୁଲୁଛନ୍ତି । ଶିକ୍ଷା ବ୍ୟବସ୍ଥା ଏକପ୍ରକାର ପଙ୍ଗୁ ପାଲଟିଛି । ତେଣୁ ସରକାର ଯଦି ନିଯୁକ୍ତି ଦେଇପାରୁ ନାହାନ୍ତି ତେବେ ୨୦୧୬ରୁ ପ୍ରତି ବେକାରଙ୍କୁ ମାସିକ ଅତି କମ୍‍ରେ ୫ହଜାର ଟଙ୍କାକରି ବେକାରୀ ଭତ୍ତା ଦିଅନ୍ତୁ । ଏହା ନହେଲେ ରାଜ୍ୟର ଯୁବ ସମାଜ କଳିଙ୍ଗସେନା ସାଙ୍ଗରେ ଆସିଲେ ଆଗାମୀ ଦିନରେ ସେମାନଙ୍କୁ ବେକାରୀ ଭତ୍ତା ମିଳିବ ବୋଲି ଶ୍ରୀ ରଥ ଘୋଷଣା କରିଛନ୍ତି ।

ଆଜିର ଏହି ପ୍ରତିଷ୍ଠା ଦିବସରେ ରାଜ୍ୟ ସାଧାରଣ ସଂପାଦକ ସବ୍ୟସାଚୀ ମହାପାତ୍ର କହିଥିଲେ ଯେ, ବେକାରୀ ଯୁବକମାନଙ୍କୁ ନେଇ ଆଗାମୀ ଦିନରେ କଳିଙ୍ଗସେନା ମହାସଂଗ୍ରାମ ଅଭିଯାନ ଆରମ୍ଭ କରିବ । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ଗୌରାଙ୍ଗ ପ୍ରଧାନ, ସଂପାଦକ ସ୍ମୃତିରଞ୍ଜନ ମହାନ୍ତି, ମହିଳା ସେନାର ଆବାହିକା ସତ୍ୟଭାମା ବିହାରୀ, କେନ୍ଦୁଝର ଜିଲ୍ଲା ସଭାପତି ଜଗବନ୍ଧୁ ମହାନ୍ତ, ରାୟଗଡ଼ା ସଭାପତି ଜନ୍ମେଞ୍ଜୟ ସ୍ୱାଇଁ, ଯାଜପୁର ସଭାପତି ଯଦୁମଣି ମହାନ୍ତ, ହୃଷିକେଶ ସେନାପତି ପ୍ରମୁଖ ୨୨ଟି ଜିଲ୍ଲାର ସଭାପତି ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

Share in top social networks!